ଅବ୍ୟବସ୍ଥାରେ ଚାଲିଛି ମାଟ୍ରିକ ଖାତା ଦେଖା, ମୂଲ୍ୟାଙ୍କନକୁ ନେଇ ସନ୍ଦେହ

author img

By

Published : May 23, 2022, 8:17 AM IST

ଅବ୍ୟବସ୍ଥାରେ ଚାଲିଛି ମ୍ୟାଟ୍ରିକ ଖାତା ଦେଖା, ଅନ୍ଧାରରେ ଚାଲିଛି ମୂଲ୍ୟାଙ୍କନ

ରାୟଗଡ଼ା ଜିଲ୍ଲାର ପ୍ରଥମ ୫-ଟି ଉଚ୍ଚବିଦ୍ୟାଳୟ ଅବ୍ୟବସ୍ଥାରେ ଚାଲିଛି । ଆଉ ଏହି ଅବ୍ୟବସ୍ଥାର ବୋଝ ବୋହିବା ପାଇଁ ଯାଉଛନ୍ତି ମାଟ୍ରିକ ପରୀକ୍ଷା ଦେଇଥିବା ଶତାଧିକ ଛାତ୍ରଛାତ୍ରୀ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

ରାୟଗଡ଼ା: ଜିଲ୍ଲାର ପ୍ରଥମ ୫-ଟି ଉଚ୍ଚବିଦ୍ୟାଳୟ ଅବ୍ୟବସ୍ଥାରେ ଚାଲିଛି । ଆଉ ଏହି ଅବ୍ୟବସ୍ଥାର ବୋଝ ବୋହିବା ପାଇଁ ଯାଉଛନ୍ତି ମାଟ୍ରିକ ପରୀକ୍ଷା ଦେଇଥିବା ଶତାଧିକ ଛାତ୍ରଛାତ୍ରୀ । କାରଣ, ବିଦ୍ୟାଳୟରେ ବିଦ୍ୟୁତ ନାହିଁ, ପାନୀୟ ଜଳ ନାହିଁ ଆଉ ଟଏଲଟ ମଧ୍ୟ ନାହିଁ । ଆଉ ଅବ୍ୟବସ୍ଥାର ପାହାଡ଼ ଭିତରେ ଚାଲିଛି ମାଟ୍ରିକ ପରୀକ୍ଷା ଓ ଖାତାର ମୂଲ୍ୟାଙ୍କନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ତାହା ଭିତରେ ବାଧ୍ୟହୋଇ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଖାତା ଦେଖା ଚଳାଇଥିବା ଜଣାପଡ଼ିଛି ।

ଅବ୍ୟବସ୍ଥାରେ ଚାଲିଛି ମ୍ୟାଟ୍ରିକ ଖାତା ଦେଖା, ଅନ୍ଧାରରେ ଚାଲିଛି ମୂଲ୍ୟାଙ୍କନ

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୯ଟି ୟୁନିଟ ଦ୍ବାରା ମ୍ୟାଟ୍ରିକ ଉତ୍ତର ଖାତାର ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ମୂଲ୍ୟାଙ୍କନ କରାଯାଉଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆସି ଖାତା ଦେଖା ଚଳାଇଥିବା ବେଳେ ସୁବିଧା ଉପଲବ୍ଧ କରାଯାଉ ନାହିଁ । ଫଳରେ ମାଟ୍ରିକ ଖାତା ଦେଖାରେ ଏହାର ପ୍ରଭାବ ପଡିବାର ସମ୍ଭାବନା ରହିଛି । ମୂଲ୍ୟାଙ୍କନ ଦାୟିତ୍ଵ ନିର୍ବାହ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଭିଯୋଗ କଲେ ମଧ୍ୟ କୌଣସି ଫଳ ମିଳୁନାହିଁ ।

ତେବେ ଏହି ଅବ୍ୟବସ୍ଥା ଯୋଗୁଁ ମୂଲ୍ୟାଙ୍କନରେ ବିଭ୍ରାଟ ଘଟିବାର ସମ୍ଭାବନା ରହିଛି । ଯଦ୍ୱାରା ଛାତ୍ରଛାତ୍ରୀ ମାନେ ସେମାନଙ୍କ ମାର୍କ ପାଇବା ବେଳେ ଏପଟ ସେପଟ ହୋଇପାରେ ବୋଲି ଶିକ୍ଷାବିତ ମାନେ ଆଶଙ୍କା ପ୍ରକାଶ କରିଛନ୍ତି । ତେବେ କାହିଁକି ଏହି ୫-ଟି ବିଦ୍ୟାଳୟରେ ଏହିଭଳି ଅବସ୍ଥା ଉପୁଜିଛି ତାହା ତଦନ୍ତ ସାପେକ୍ଷ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.