କର୍ମାଚାରୀଙ୍କ ମୃତ୍ୟୁ ନେଇ ଉତ୍କଳ ଆଲୁମିନା କମ୍ପାନୀ ସମ୍ମୁଖରେ ଧାରଣା

author img

By

Published : May 24, 2022, 10:19 PM IST

କର୍ମାଚାରୀ ମୃତ୍ୟୁ ନେଇ ଉତ୍କଳ ଆଲୁମିନା କମ୍ପାନୀ ସମ୍ମୁଖରେ ଧାରଣା

ରାୟଗଡା ଟିକିରି ସ୍ଥିତ ଉତ୍କଳ ଆଲୁମିନା କମ୍ପାନୀ ସମ୍ମୁଖରେ ମୃତଦେହ ରଖି ମୃତକଙ୍କ ପରିବାର ବର୍ଗଙ୍କ ଧାରଣା । ଅଧିକ ପଢନ୍ତୁ

ରାୟଗଡା: ଜିଲ୍ଲା ଟିକିରି ସ୍ଥିତ ଉତ୍କଳ ଆଲୁମିନା କମ୍ପାନି ସମ୍ମୁଖରେ ମୃତଦେହ ରଖି ଧାରଣା । କାର୍ଯ୍ୟରତ ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ଯୁ ଘଟିବା ପରେ ପରିବାର ଲୋକେ କମ୍ପାନୀ ସମ୍ମୁଖରେ ଧାରଣା ଦେଇଛନ୍ତି । ମୃତକ ଜଣକ ହେଉଛନ୍ତି କୁଚେଇପଦର ଗ୍ରାମର ଜିରା ମାଝୀ(୪୫) ।

ସେ ଦୀର୍ଘ ୧୬ ବର୍ଷ ହେବ ଉତ୍କଳ ଆଲୁମିନା କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ ଚାକିରି କରୁଥିଲେ । ସବୁଦିନ ଭଳି ସେ, ଡ୍ୟୁଟି କରିବାପାଇଁ କମ୍ପାନୀର ରେଡମଣ୍ଡ(କଞ୍ଚାମାଲ ରଖାଯାଇଥିବା) ପରିସରକୁ ଯାଇଥିଲେ । ଏହିସମୟରେ ହଠାତ୍ ଅଚେତ ହୋଇଯାଇଥିଲେ । ସହକର୍ମୀମାନେ କମ୍ପାନୀ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ କିନ୍ତୁ କୌଣଷି ସୁଫଳ ମିଳିନଥିଲା । ଫଳରେ ନିଜ ଉଦ୍ୟମରେ ଉତ୍କଳ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ ।

not drag

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଫଳରେ ପରିବାର ଲୋକେ କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ରଖି କ୍ଷତିପୂରଣ ଦାବିରେ ଗେଟ୍ ଏବଂ ରାସ୍ତାବନ୍ଦ କରିଥିଲେ । ପରିବାର ଲୋକେ କମ୍ପାନୀର ସୁରକ୍ଷା ଉପରେ ପ୍ରଶ୍ନ ଉଠେଇଛନ୍ତି କାର୍ଯକରୁଥିବା ସ୍ଥାନରେ ରହିବାପାଇଁ, ପିଇବାପାଣିର ସୁବିଧା ନଥିବାରୁ ଅଂଶୁଘାତ କାରଣରୁ ଜିରାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ କମ୍ପାନୀ ପାଇଁ ଜଳ, ଜମି ଓ ଜଙ୍ଗଲ ଛାଡି ଥିବାବେଳେ କମ୍ପାନୀ ସେହି ଅନୁସାରେ କିଛି ସୁବିଧା କରିନାହିଁ । ମୃତକ ପରିବାର ଏକମାତ୍ର ରୋଜଗାରକ୍ଷମ ଲୋକଙ୍କ ମୃତ୍ଯୁ ହୋଇଥିବାରୁ କ୍ଷତିପୂରଣ ଓ ପରିବାରର ୨ ଜଣକୁ ଚାକିରି ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.