ବସ୍ତି ବାସିନ୍ଦାଙ୍କ ପାଇଁ ଭୂମି ଚିହ୍ନଟ ଦାବି

ବସ୍ତି ବାସିନ୍ଦାଙ୍କ ପାଇଁ ଭୂମି ଚିହ୍ନଟ ଦାବି
ରାୟଗଡ଼ା ଜିଲ୍ଲାରେ ସ୍ଥାପନା ହେବ ନୂତନ ରେଳ ଡିଭିଜନ। ନୂତନ ରେଳ ଡିଭିଜନ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ ହୋଇଛି। ନିରୂପଣ ହୋଇଥିବା ସ୍ଥାନରେ ଅନେକ ବସ୍ତି ରହିଛି । ଅଧିକ ପଢନ୍ତୁ
ରାୟଗଡ଼ା : ଜିଲ୍ଲାରେ ସ୍ଥାପନା ହେବ ନୂତନ ରେଳ ଡିଭିଜନ। ନୂତନ ରେଳ ଡିଭିଜନ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ ହୋଇଛି। ନିରୂପଣ ହୋଇଥିବା ସ୍ଥାନରେ ରହିଛନ୍ତି ବସ୍ତି ବାସିନ୍ଦା ।
ସେଗୁଡିକ ଉଚ୍ଛେଦ ପାଇଁ ରେଳ ବିଭାଗ ନୋଟିସ ଜାରି କରିଛି । ତେବେ ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ବସ୍ତି ବାସିନ୍ଦା। ମୁଖ୍ୟତଃ କୋଇଲାପଡା ବସ୍ତି ବାସିନ୍ଦାମାନେ ସେମାନଙ୍କୁ ଥଇଥାନ କରିବା ପାଇଁ ଦାବି କରିଛନ୍ତି ।
୩୦୦ ରୁ ଅଧିକ ପରିବାର ଏହି ବସ୍ତିରେ ରହୁଛନ୍ତି । ଉଚ୍ଛେଦ କରାଗଲା ପରେ ସେମାନେ କେଉଁଠି ରହିବେ ବୋଲି ପ୍ରଶ୍ନ କରିଛନ୍ତି। ଏନେଇ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି ।
ଦୀର୍ଘ ୫୦ ବର୍ଷ ଧରି ସେହି ସ୍ଥାନରେ ବସ୍ତି ସ୍ଥାପନା କରିଥିଲେ। ସମସ୍ତେ ଦିନ ମଜୁରିଆ ହୋଇଥିବାରୁ ସ୍ଥାନାନ୍ତରଣ ପାଇଁ କେଉଁଠି ରହିବ ବୋଲି ଚିନ୍ତାରେ ପଡିଛନ୍ତି। ତେଣୁ ରାଜ୍ୟ ସରକାର ଭୁବନ୍ଦୋବସ୍ଥ ନିୟମ ଅନୁଯାୟୀ ଥଇଥାନ କରିବା ପାଇଁ ଦାବି କରିଛନ୍ତି। କେବଳ ଏହି ଗୋଟିଏ ବସ୍ତି ନୁହେଁ ସହରରେ ଥିବା ଅନ୍ୟ ବସ୍ତି ମଧ୍ୟ ଉଚ୍ଛେଦ ପାଇଁ ରେଳବାଇ ପଦକ୍ଷେପ ଗ୍ରହଣ କରିବାକୁ ଯାଉଥିବା ସୂଚନା ମିଳିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ
