Russian Tourists Death: ମୃତ୍ୟୁ ସସପେନ୍ସରୁ ଉଠିବ ପରଦା, କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ

author img

By

Published : Dec 30, 2022, 10:42 AM IST

Updated : Dec 30, 2022, 1:10 PM IST

crime branch team reached at rayagada

ଦୁଇ ଋଷ ପର୍ଯ୍ୟଟକ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ । ତଦନ୍ତ କରିବାକୁ ରାୟଗଡ଼ାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ । ଅଧିକ ପଢନ୍ତୁ

Crime Branch team to investigate death Russians
Russian Tourists Death

ରାୟଗଡା: ଋଷ ପର୍ଯ୍ୟଟକ ମୃତ୍ୟୁ ମାମଲା(Russian Tourists Death) । ତଦନ୍ତ ପାଇଁ ରାୟଗଡାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ (crime branch team reached at Rayagada )। ଦୁଇ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ କିପରି ହେଲା ସେନେଇ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍ ତଦନ୍ତ ପାଇଁ ଆସିଛନ୍ତି । ଏଥିରେ ସାଇଣ୍ଟିଫିକ ଓ ଫରେନସିକ ଟିମ୍ ମଧ୍ୟ ରହିଛନ୍ତି । ଆଜି ଭୋରରୁ ରାୟଗଡାରେ ପହଞ୍ଚିବା ପରେ କ୍ରାଇମବ୍ରାଞ୍ଚ ଅଧିକାରୀ ଓ ଗତକାଲି ଅନୁସନ୍ଧାନ ପାଇଁ ଆସିଥିବା ଆଇ.ବି ଟିମ୍ ମଧ୍ୟରେ ସାକ୍ଷାତ ହୋଇଥିଲା । ପାଖାପାଖି ହୋଟେଲରେ ରହୁଥିବା ଦୁଇଟି ତଦନ୍ତକାରୀ ସଂସ୍ଥା କର୍ତ୍ତୃପକ୍ଷ ମଧ୍ୟରେ ସକାଳୁ ଆଲୋଚନା ହୋଇଥିଲା ।

ଏହାପରେ କ୍ରାଇମବ୍ରାଞ୍ଚ ଟିମ୍ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଓ ଥାନାକୁ ଯାଇ ସେଠାରେ ଏସପି, ଏସଡିପିଓ ସମେତ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ସହିତ ଆଲୋଚନା କରିଥିଲେ। ସେହିପରି ପୋଲିସ ଗେଷ୍ଟ ହାଉସ ସମେତ ଥାନାରେ ଆଇଆଇସି ଓ ଅନ୍ୟ ତଦନ୍ତକାରୀ ଅଧିକାରୀ ସହିତ ଘଟଣା ସମ୍ପର୍କରେ ଆଲୋଚନା କରି ତଥ୍ୟ ସଂଗ୍ରହ କରିଛି। ଏହାପରେ କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳ ହୋଟେଲ ସାଇ ଇଣ୍ଟରନ୍ୟାସନାଲରେ ପହଞ୍ଚି କର୍ମଚାରୀ ସହିତ ଆଲୋଚନା କରିଥିଲେ। ସିସିଟିଭି କ୍ୟାମେରା ଗୁଡିକ ଯାଞ୍ଚ କରିବା ପରେ ୨୦୩ ନମ୍ବର ରୁମକୁ ଯାଇଥିଲେ କ୍ରାଇବ୍ରାଞ୍ଚିମର ଅଧିକାରୀ। ଏଥିସହ ଯେଉଁ ସ୍ଥାନରେ ପାଭେଲ ପଡ଼ି ମୃତ୍ୟୁବରଣ କରିଥିଲେ ସେଠାକୁ ଯାଇ ଫଟୋ ଓ ଭିଡିଓଗ୍ରାଫି କରିବା ସହିତ ସେଠାରେ କିଛି ସାମଗ୍ରୀ ଜବତ କରିଛି କ୍ରାଇମବ୍ରାଞ୍ଚ । ତେବେ ସମସ୍ତ ଦିଗକୁ ନେଇ ଆମେ ତଦନ୍ତ କରୁଛୁ ବୋଲି କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହାନ୍ତ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ସସପେନ୍ସ, ହୋଟେଲରେ CIB ଟିମର ତନାଘନା

ଭାରତର ଆଦିବାସୀ ଅଞ୍ଚଳ (Indian Tribal Tour)ରେ ଆସିଥିବା ୪ ଋଷୀୟ ପର୍ଯ୍ୟଟକଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁକୁ ନେଇ ଏବେ ରାଜ୍ୟ ସମେତ ଦେଶରେ ପଡ଼ିଛି ଚହଳ । ୨ମୃତକଙ୍କ ମଧ୍ୟରୁ ଜଣେ ଋଷର ସାଂସଦ ପାଭେଲ ଆଣ୍ଟୋଭ ଥିଲେ । ଯିଏକି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ଼ ସମାଲୋଚକ ତଥା ଜଣେ କୋଟିପତି ବ୍ୟବସାୟୀ । ତାଙ୍କର ଏପରି ମୃତ୍ୟୁକୁ ଗୁରୁତର ସହ ନେଇଛି ଓଡ଼ିଶା ପୋଲିସ । ପୂର୍ବରୁ ଋଷ ରାଷ୍ଟ୍ରପତି ପୁଟିନଙ୍କ ସମାଲୋଚକଙ୍କ ଏପରି ରହସ୍ୟଜନକ ମୃତ୍ୟୁ ଘଟିଥିବାରୁ ପାଭେଲଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ସେ ନେଇ ହେଉଛି ତଦନ୍ତ । ମୃତ୍ୟୁର ପ୍ରକୃତ ସତ୍ୟକୁ ଫର୍ଦ୍ଦାଫାସ କରିବା ଲାଗି ଓଡ଼ିଶା କ୍ରାଇମବ୍ରାଞ୍ଚ ଏକ ସ୍ବତନ୍ତ୍ର ଟିମ ଗଠନ କରିଛି । ଗତାକାଲି ରାୟଗଡ଼ାରେ ପହଞ୍ଚି ଋଷ ପର୍ଯ୍ୟଟକ ବୁଲିଥିବା ସ୍ଥାନ, ହୋଟେଲ ଆଦି ବୁଲି ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ ।

ଏହା ମଧ୍ୟ ପଢନ୍ତୁ-Russian Tourists Death Case: ବୁଲିଲେ ଏତେ ଜାଗା, ଫେଲ୍ ମାରିଛି କି ଗୁଇନ୍ଦା ?

ଗତ ୨୨ ତାରିଖରେ ଭ୍ଲାଦିମିର ବିଦାନୋଭଙ୍କ(61) ମୃତ୍ୟୁ ପରେ 24 ତାରିଖରେ ଅନ୍ୟଜଣେ ପର୍ଯ୍ୟଟକ ଆଣ୍ଟୋଭ ପାଭେଲଙ୍କ (65) ମୃତ୍ୟୁ ହୋଇଥିଲା । ଏହା ଏକ ଅଘଟଣ ନା ଆତ୍ମହତ୍ୟାଜନିତ ମୃତ୍ୟୁ ତାକୁ ନେଇ ସନ୍ଦେହ ବଢୁଛି । ଏନେଇ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ। ମୃତ ପାଭେଲ୍ ଆଣ୍ଟୋଭ ଓ ଭ୍ଲାଡିମିର ବ୍ୟୁଡାନୋଭ ସହ ଆସିଥିବା ଦୁଇ ସହଯୋଗୀଙ୍କୁ ଗତକାଲି ଜେରା କରିଥିଲା କ୍ରାଇମବ୍ରାଞ୍ଚ୍ । ସେହିପରି ଗତକାଲି ରାୟଗଡାରେ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ(CIB)ର ଟିମ୍ ଆସି ତନାଘନା କରିଥିଲା । ରାୟଗଡ଼ା ସ୍ଥିତ ଋଷୀୟ ନାଗରିକ ରହୁଥିବା ହୋଟେଲ ସାଇ ଇଣ୍ଟରନାସନାଲ ସମେତ ମୃତ ଋଷୀୟ ନାଗରିକଙ୍କୁ ଅନ୍ତିମ ସଂସ୍କାର କରାଯାଇଥିବା ସ୍ଥାନ ମଧ୍ୟ ବୁଲି ଦେଖିଥିଲେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଅଧିକାରୀ ।

ଇଟିଭି ଭାରତ, ରାୟଗଡା

Last Updated :Dec 30, 2022, 1:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.