ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଥାନା ଘେରାଉ

author img

By

Published : Sep 17, 2021, 10:36 PM IST

ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, କ୍ଷତି ପୂରଣ ଦାବିରେ ଥାନା ଗେରାଉ କଲେ ଗ୍ରାମବାସୀ

ଖରାପ ରାସ୍ତା ଯୋଗୁଁ ଦୁର୍ଘଟଣା ଘଟି ଯୁବକଙ୍କ ମୃତ୍ୟୁ । ବାଲି ବୋଝେଇ ଟ୍ରାକ୍ଟର ସହ ଧକ୍କା ହାବା ଫଳରେ ମୃତ୍ୟୁ ଘଟିଛି । କ୍ଷତିପୂରଣ ଦାବିରେ ଥାନା ଘେରାଉ କଲେ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ...

ରାୟଗଡା: ଓଭର ବ୍ରିଜରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାୟଗଡ଼ା ସହରରେ ଥିବା ଫ୍ଲାଏଓଭର ବ୍ରିଜ ଉପରେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣାକୁ ନେଇ ଥାନା ଘେରାଉ କଲେ ଗ୍ରାମବାସୀ । ସୂଚନାନୁଯାୟୀ ଗତକାଲି (ଗୁରୁବାର) ରାତିରେ ଦୁଇଜଣ ଫ୍ଲାଏଓଭର ଉପରେ ଯାଉଥିବା ବେଳେ ଓଭର ବ୍ରିଜ ଉପରେ ବିଭିନ୍ନ ସ୍ଥାନରେ ଗର୍ତ୍ତ ରହିଥିବାରୁ ଏକ ବଡ଼ ଖାଲ ନିକଟରୁ ପାର ହେବା ବେଳେ ଏକ ବାଲି ବୋଝେଇ ଟ୍ରାକ୍ଟର ସହ ଧକ୍କା ହୋଇଥିଲା ।

ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଥାନା ଘେରାଉ

ଫଳରେ ଉଭୟେ ସ୍କୁଟିରୁ ତଳେ ଖସି ପଡ଼ିବାରୁ ରାମାଟକିଜ ନିକଟରେ ରହୁଥିବା ମୁନା ନାମକ ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ । ତେବେ ମୁନାଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି (ଶୁକ୍ରବାର) ଥାନା ସମ୍ମୁଖରେ ମୃତଦେହ ରଖି କ୍ଷତିପୂରଣ ଦାବିରେ ଥାନା ଘେରାଉ କରିବା ସହ ସ୍ଥାନୀୟ ଲୋକେ ରାସ୍ତା ରୋକ କରିଛନ୍ତି ।

ଏବା ଫଳରେ ବିଭିନ୍ନ ଯାନ ବାହାନ ଅଟକି ରହିବା ଫଳରେ ଯାତାୟାତ ବାଧା ପ୍ରାପ୍ତ ହୋଇଥିଲା । ତେବେ ପୋଲିସ ବହୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସେପଟେ ଦୀର୍ଘ ବର୍ଷ ଧରି ଏହି ରାସ୍ତା ମରଣଯନ୍ତା ପାଳଟିଥିଲେ ସୁଦ୍ଧା ଏନେଇ ପ୍ରଶାସନର ଦୃଷ୍ଟି ପଡିନାହିଁ । ପୂର୍ବରୁ ମଧ୍ୟ ଦୁର୍ଘଟଣା ଘଟି ଏହି ରାସ୍ତାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି । ଏନେଇ ଯଦି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ତେବେ ଆନ୍ଦୋଳନ ଯୋରଦାର ହେବ ବେଲି ହରିଜନ କଲ୍ୟାଣ ସମିତି ସଭାପତି ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.