କାଶୀପୁରରେ ଜିଲ୍ଲାପାଳ ସ୍କୁଲ ପିଲାଙ୍କୁ ପଢାଇଲେ ପାଠ

author img

By

Published : Sep 22, 2022, 10:47 PM IST

Updated : Sep 22, 2022, 11:01 PM IST

କାଶୀପୁରରେ ଜିଲ୍ଲାପାଳ ସ୍କୁଲ ପିଲାଙ୍କୁ ପଢାଇଲେ ପାଠ

ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବସିଂ କାଶୀପୁର ବ୍ଳକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ । ଏଥିସହ ଜିଲ୍ଲାପାଳ ସ୍କୁଲ ପିଲାଙ୍କୁ ପାଠ ପଢାଇଥିଲେ । ଅଧିକ ପଢନ୍ତୁ

ରାୟଗଡା: ସ୍କୁଲ ପିଲାଙ୍କୁ ପାଠ ପଢାଇଲେ ରାୟଗଡା ଜିଲ୍ଲାପାଳ। ରାୟଗଡାର ଜିଲ୍ଲାପାଳ ଶ୍ରୀମତୀ ସ୍ବଧା ଦେବସିଂ କାଶୀପୁର ବ୍ଳକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ । ଏଥିସହ ସ୍କୁଲ ପିଲାଙ୍କୁ ପଢାଇଲେ ପାଠ ।

କାଶୀପୁରରେ ଜିଲ୍ଲାପାଳ ସ୍କୁଲ ପିଲାଙ୍କୁ ପଢାଇଲେ ପାଠ

ସୂଚନା ଅନୁଯାୟୀ, ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବସିଂ କାଶୀପୁର ବ୍ଳକ ଗସ୍ତ କରି ପ୍ରଥମେ ବ୍ଲକ ପରିସରରେ ନିର୍ମାଣଧୀନ ମିଶନ ଭବନ ପରିଦର୍ଶନ କରିଥିଲେ । ଏଥିସହ ଏହି କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ ଏବଂ କାର୍ଯ୍ୟକୁ ଯଥାଶୀଘ୍ର ସମ୍ପୁର୍ଣ୍ଣ କରିବlକୁ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ 5T ଅଧୀନରେ ରୂପାନ୍ତରିତ କରିବା ନିମନ୍ତେ ରେଙ୍ଗା ଉଚ୍ଚ ବିଦ୍ୟାଳୟ ଏବଂ ଗୋରଖପୁର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏନେଇ ସେଠାରେ କିଛି ସମୟ ପିଲାଙ୍କୁ ପାଠ ପଢାଇଥିଲେ । ତେବେ ପରେ ସ୍କୁଲର ସମସ୍ୟା ନେଇ ପ୍ରଧାନ ଶିକ୍ଷକ, ପୁରାତନ ଛାତ୍ର ସଙ୍ଘ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ l ଏହା ଛଡା ବିଶେଷ କରି ସ୍ମାର୍ଟ ଶ୍ରେଣୀ ଗୃହ, ଉନ୍ନତ ମାନର ବିଜ୍ଞାନ ଗାର, ଖେଳ ପଡ଼ିଆ, ପାଠାଗାର ନିର୍ମାଣ ନିମନ୍ତେ ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ l ଏହାପରେ ଚମ୍ପାଯୋଡ଼ି ଗ୍ରାମକୁ ଯାଇ ସେଠାରେ ଦୁଇଟି ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ବାରା କରାଯାଉଥିବା କାର୍ଯ୍ୟକ୍ରମ ଗୁଡ଼ିକ ଅନୁଧ୍ୟାନ କରିଥିଲେ l କିପରି ମା ନାରାୟଣୀ ଗୃପର ମହୁମାଛି ଚାଷ ଏବଂ ମା ତାରିଣୀ ଗୃପର ପେପର ପ୍ଲେଟ ତିଆରି କରି ଆତ୍ମ ନିର୍ଭର ହେବାକୁ ଯାଉଛନ୍ତି ତାହା ଅନୁଧ୍ୟାନ କରିଥିଲେ l

ଏହା ମଧ୍ୟ ପଢନ୍ତୁ: ସ୍ବାଭିମାନ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ସ୍ଥିତି ପରଖିଲେ ଜିଲ୍ଲାପାଳ, ପିଲାଙ୍କୁ ପଢାଇଲେ ପାଠ

ସୂଚନା ଥାଉକି, ଗତ ୫ମାସ ତଳେ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ସ୍ବାଭିମାନ ଅଞ୍ଚଳର ସ୍କୁଲ ଓ ଅଙ୍ଗନବାଡ଼ିର ସ୍ଥିତି ପରଖି ଅବସରରେ ପିଲାଙ୍କ ସହ କଥା ହେବା ସହ ପିଲାଙ୍କୁ ପାଠ ପଢାଇଥିଲେ । ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ସ୍ବାଭିମାନ ଅଞ୍ଚଳର ଯନ୍ତାପାଇ,ଟୋଟାଗୁଡା,ବିଡ଼ାରିପାକନାଓ ହନ୍ତାଳଗୁଡାକୁ ଗସ୍ତ କରିଥିଲେ । କିଭଳି ସ୍କୁଲ ଓ ଅଙ୍ଗନବାଡ଼ିରେ ପାଠପଢା ଚାଲିଛି ତାକୁ ତଦାରଖ କରିଥିଲେ । ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ କିଭଳି ଖାଇବାକୁ ଦିଆଯାଉଛି କିଭଳି ପିଲାମାନଙ୍କୁ ପାଠ ପଢ଼ାଯାଉଛି ସେ ସବୁ ଦେଖିଥିଲେ । ଏପରିକି ଜିଲ୍ଲାପାଳ ନିଜେ ପିଲା ମାନଙ୍କୁ ପାଠ ମଧ୍ୟ ପଢ଼ାଇଥିଲ । ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା ।

ଇଟିଭି ଭାରତ, ରାୟଗଡା

Last Updated :Sep 22, 2022, 11:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.