ମୃତ୍ୟୁର ତାଣ୍ଡବ ରଚୁଥିଲା ଝୁଲାପୋଲ, ନିଷିଦ୍ଧାଞ୍ଚଳ ଘୋଷଣ କଲା ଜିଲ୍ଲା ପ୍ରଶାସନ

author img

By

Published : Sep 25, 2022, 9:20 PM IST

Updated : Sep 25, 2022, 11:08 PM IST

ମୃତ୍ୟୁର ତାଣ୍ଡବ ରଚୁଥିଲା ଝୁଲାପୋଲ, ନିଷିଦ୍ଧାଞ୍ଚଳ ଘୋଷଣ କଲା ଜିଲ୍ଲା ପ୍ରଶାସନ

ରାୟଗଡା ଉପକଣ୍ଠ ନାଗାବଳୀ ନଦୀ ଉପରେ ଥିବା ଝୁଲା ପୋଲଟି ପର୍ଯ୍ୟଟନ ସ୍ଥଳୀରୁ ଡେଥ ଜୋନ ପାଲଟିଥିଲା । ଏହି ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ନିଷିଦ୍ଧାଞ୍ଚଳ ଘୋଷଣା କରିବା ପରେ ସ୍ଥାନୀୟ ଲୋକେ ଘୋର ବିରୋଧ କରିଛନ୍ତି । ଅଧିକ ପଢନ୍ତୁ

ରାୟଗଡ଼ା: ପର୍ଯ୍ୟଟନ ସ୍ଥଳରୁ ଧୀରେ ଧୀରେ ଡେଥ୍‌ ଜୋନର ପରିଚୟ ସୃଷ୍ଟି କରିବାରେ ଲାଗିଛି ରାୟଗଡା ଉପକଣ୍ଠ ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲଟି (Chekaguda hanging bridge ) । ମୃତ୍ୟୁର ତାଣ୍ଡବ ରଚୁଥିବା ଏହି ଝୁଲା ପୋଲକୁ ଜନସାଧାରଣ ପାଇଁ ନିଷିଦ୍ଧାଞ୍ଚଳ ଘୋଷଣା କଲା ଜିଲ୍ଲା ପ୍ରଶାସନ (Chekaguda bridge declared as restricted area ) । ଏହି ସ୍ଥାନଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଥିବା ବେଳେ ଜିଲ୍ଲାର ଏକ ପର୍ଯ୍ୟଟନ ସ୍ଥଳି ପାଲଟିଥିଲା । ପ୍ରଶାସନର ଏହି ନିଷ୍ପତ୍ତିକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି ।

ମୃତ୍ୟୁର ତାଣ୍ଡବ ରଚୁଥିଲା ଝୁଲାପୋଲ, ନିଷିଦ୍ଧାଞ୍ଚଳ ଘୋଷଣ କଲା ଜିଲ୍ଲା ପ୍ରଶାସନ

ଝୁଲାପୋଲ ରାୟଗଡ଼ା ସହରର ଚେକାଗୁଡା ଠାରୁ ରାୟଗଡ଼ା ବ୍ଲକ ବାଇସିଂ ପଞ୍ଚାୟତ ଅନ୍ତର୍ଗତ ମାରିଗୁଡା ଗ୍ରାମକୁ ଲମ୍ବିଛି । ଗତ ୨୦୧୨ ମସିହାରେ ଏହାର ନିର୍ମାଣ ହୋଇଥିଲା । କିନ୍ତୁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ପ୍ରଶାସନ ଏହା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି । ଗତ ଦୁଇବର୍ଷ ମଧ୍ୟରେ ଝୁଲା ପୋଲ ନିକଟ ନାଗାବଳୀ ନଦୀରେ ୨୦ରୁ ଊର୍ଦ୍ଧ୍ବ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା । ବିଳମ୍ବରେ ହେଲେ ମଧ୍ୟ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି । ଏହି ଝୁଲା ପୋଲକୁ ଜନସାଧାରଣଙ୍କ ପାଇଁ ନିଷିଦ୍ଧାଞ୍ଚଳ ଘୋଷଣା କରିଛି ରାୟଗଡ଼ା ଜିଲ୍ଲା ପ୍ରଶାସନ ।

ଏହା ବି ପଢନ୍ତୁ- ପର୍ଯ୍ୟଟନ ସ୍ଥଳରୁ ଡେଥଜୋନ ପାଲଟିଛି ନାଗାବଳୀ ନଦୀର ଝୁଲାପୋଲ ! ନେଲାଣି ୨୭ ମୁଣ୍ଡ

ଅପରପକ୍ଷେ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ମାରିଗୁଡା ଓ ଦୁମାଗୁଡା ଗାଁ ଲୋକ । କୌଣସି ପରିସ୍ଥିତିରେ ମଧ୍ୟ ଏହା ବନ୍ଦ ହେବାକୁ ଦିଆଯିବ ନାହିଁ ବୋଲି ପ୍ରକାଶ କରିଛନ୍ତି । ଏହି ପୋଲ ଉପର ଦେଇ ଗ୍ରାମବାସୀମାନେ ପ୍ରତିଦିନ ଯାତାୟତ କରୁଛନ୍ତି । ପୋଲକୁ ବନ୍ଦ କରାଗଲେ ସେମାନେ କିଭଳି ଯାତାୟତ କରିବେ ବୋଲି କହିଛନ୍ତି । ତେଣୁ ଝୁଲା ପୋଲ ନିକଟରେ ସେମାନେ ଆଜି ପ୍ରତିବାଦ କରିଥିଲେ । ଖବର ପାଇ ତହସିଲଦାର ତାପସ ରାଉତ ପହଞ୍ଚି ବୁଝାସୁଝା କରିଛନ୍ତି ।

ଏହା ବି ପଢନ୍ତୁ- ନାଗାବଳୀ ନଦୀରୁ ସୁରକ୍ଷିତ ଉଦ୍ଧାର ହେଲେ ଦୁଇ ଯୁବକ

ଏହି ସ୍ଥଳଟି ରାୟଗଡ଼ା ଜିଲ୍ଲାର ଶୋଭା ବର୍ଦ୍ଧନ କରୁଛି । ଗୋଟିଏ ପଟେ ଦକ୍ଷିଣ ଭାରତର ପ୍ରସିଦ୍ଧ ଶକ୍ତି ପୀଠ ମଝିଘରିଆଣୀ ତ ଅନ୍ୟପଟେ ରାୟଗଡାର ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲ । ପ୍ରତ୍ୟେକ ଦିନ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶହ ଶହ ଶ୍ରଦ୍ଧାଳୁ ରାୟଗଡାକୁ ଆସନ୍ତି ଅଧିଷ୍ଟାତ୍ରୀ ଦେବୀ ମଝିଘରିଆଣୀଙ୍କ ଦର୍ଶନ ପାଇଁ । ଏହି ପୋଲଟି ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣୀଙ୍କ ମନ୍ଦିର ନିକଟରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ । ଏହି ସ୍ଥାନଟି ଅପୂର୍ବ ସୌନ୍ଦର୍ଯ୍ୟରେ ଭରପୂର ଥିବାରୁ ଏହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ଏହା ବି ପଢନ୍ତୁ- ପର୍ଯ୍ୟଟକଙ୍କ ପାଇଁ ଅଭିଶପ୍ତ ନାଗାବଳୀ, ନେଲାଣି 18 ମୁଣ୍ଡ

ଅନେକ ପର୍ଯ୍ୟଟକ ଝୁଲାପୋଲ ବୁଲିବା ପରେ ନଦୀକୁ ଯାଇ ଗାଧୋଇବା ସହ ପଥର ଶଯ୍ୟାରେ ଫଟୋ ଉଠାଇଥାନ୍ତି । ତେବେ ଫୋଟ ଉଠାଇବା ବେଳେ ଅସାବଧାନତା ଯୋଗୁଁ ନାଗାବଳୀ ପ୍ରଖର ସ୍ରୋତରେ ଭାସି ମୃତ୍ୟୁବରଣ କରୁଛନ୍ତି । ଏଥିପ୍ରତି ନା ପ୍ରଶାସନ ନା ମନ୍ଦିର କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଫଳରେ ଅକାଳରେ ବହୁ ଜୀବନ ଚାଲି ଯାଉଛି । ପ୍ରତିଦିନ ଏଠି ଶହ ଶହ ପର୍ଯ୍ୟଟକଙ୍କ ଭିଡ ଜମୁଛି, ଜୀବନ ମଧ୍ୟ ଯାଉଛି । ଗତ ୫ ବର୍ଷରେ ଏଠାରେ ୨୭ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ପରେ ଅନେକ ପର୍ଯ୍ୟଟକ ଏଠାକୁ ଆସିବାକୁ ଭୟ କରିଥାନ୍ତି ।

ଇଟିଭି ଭାରତ, ରାୟଗଡ଼ା

Last Updated :Sep 25, 2022, 11:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.