ଆଦିବାସୀ ଛାତ୍ରୀଙ୍କ ସୁରକ୍ଷା ନେଇ ବିକ୍ଷୋଭ

author img

By

Published : May 23, 2022, 9:46 PM IST

ଆଦିବାସୀ ଛାତ୍ରୀଙ୍କ ସୁରକ୍ଷା ନେଇ ବିକ୍ଷୋଭ

ଆଦିବାସୀ ଛାତ୍ରୀଙ୍କ ସୁରକ୍ଷା ନେଇ ବିକ୍ଷୋଭ । ବିଭିନ୍ନ ହଷ୍ଟେଲ ମାନଙ୍କରେ ରହୁଥିବା ଆଦିବାସୀ ଅନ୍ତେବାସୀ ଛାତ୍ରୀଙ୍କ ସୁରକ୍ଷା ନେଇ ଆନ୍ଦୋଳନ ହୋଇଥିଲା । ଅଧିକ ପଢ଼ନ୍ତୁ

ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ ବିଭିନ୍ନ ହଷ୍ଟେଲ ମାନଙ୍କରେ ରହୁଥିବା ଆଦିବାସୀ ଅନ୍ତେବାସୀ ଛାତ୍ରୀଙ୍କ ସୁରକ୍ଷା ନେଇ ଆଜି ମୁନିଗୁଡା ଠାରେ ଆଦିବାସୀ ଉନ୍ନୟନ ପରିଷଦ ତରଫରୁ ୧୦ଦଫା ଦାବି ନେଇ ଆନ୍ଦୋଳନ ହୋଇଥିଲା । ସ୍ଥାନୀୟ ମୁନିଖୋଲ ଛକ ନିକଟରୁ ଶତାଧିକ ଆଦିବାସୀ ମହିଳାଙ୍କ ସମେତ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବ୍ଲକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଯାଇଛି ।

ଆଦିବାସୀ ଛାତ୍ରୀଙ୍କ ସୁରକ୍ଷା ନେଇ ବିକ୍ଷୋଭ

ଏହି ଅବସରରେ ଛାତ୍ରୀ ନିବାସରେ ମହିଳା କର୍ମଚାରୀଙ୍କୁ ନିଯୁକ୍ତି, ଛାତ୍ରୀ ନିର୍ଯାତନା ଅଭିଯୋଗରେ ଅଭିଯୁକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଛାତ୍ରୀଙ୍କୁ କର୍ମଚାରୀଙ୍କ ଘରୋଇ କାର୍ଯ୍ୟରୁ ନିବୃତ ରଖିବା, ସିସିଟିଭି ନିୟମିତ ଯାଞ୍ଚ, ଶିଶୁ ଓ ମହିଳା ସୁରକ୍ଷା ଆଇନକୁ କଡାକଡି ଭାବରେ ପାଳନ କରିବା ଆଦି ଏକ ୧୦ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଓ ସଚିବଙ୍କୁ ସ୍ଥାନୀୟ ବିଡ଼ିଓ ଦିଲୀପ କୁମାର ବେହେରାଙ୍କ ଜରିଆରେ ପ୍ରଦାନ କରାଯାଇଛି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.