ରାୟଗଡାରେ ଅଫସାଇଟ ଏମରଜେନ୍ସି ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

author img

By

Published : Sep 11, 2021, 10:32 PM IST

ରାୟଗଡାରେ ଅଫସାଇଟ ଏମରଜେନ୍ସି ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାୟଗଡାରେ ଥିବା କଳକାରଖାନାରେ ରାସାୟନିକ ପଦାର୍ଥ ଜନିତ ଆକସ୍ମିକ ଦୁର୍ଘଟଣା ଏଡାଇବାକୁ ବସିଲା ଅଫସାଇଟ ଏମରଜେନ୍ସି ପ୍ରସ୍ତୁତି ବୈଠକ । ଅଧିକ ପଢନ୍ତୁ...

ରାୟଗଡା: ଜିଲ୍ଲାରେ ଥିବା ବିଭିନ୍ନ କଳକାରଖାନାରେ ରାସାୟନିକ ପଦାର୍ଥ ଜନିତ ଆକସ୍ମିକ ଦୁର୍ଘଟଣା ଏଡାଇବାକୁ ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ । ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ବୈଠକ ବସିଛି । ଜିଲ୍ଲାପାଳ ଶିଳ୍ପାନୁଷ୍ଠାନଗୁଡିକ ପକ୍ଷରୁ ନିର୍ଦ୍ଧାରିତ ଅଫସାଇଟ ଏମରଜେନ୍ସି ପ୍ଲାନଗୁଡିକର ସଠିକ କାର୍ଯ୍ୟକାରିତା ଉପରେ ଗୁରୁତ୍ବାରୋପ କରିଛନ୍ତି । ଏହାସହିତ ଶିଳ୍ପାନୁଷ୍ଠାନଗୁଡିକ ନିୟମିତ ଭାବରେ ନିଜ ନିଜର ଷ୍ଟୋରେଜ ସାଇଟର ତଦାରଖ କରିବାକୁ ପରାମର୍ଶ ଦେଇଛନ୍ତି l

ରାୟଗଡାରେ ଅଫସାଇଟ ଏମରଜେନ୍ସି ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ରାୟଗଡାରେ ଅଫସାଇଟ ଏମରଜେନ୍ସି ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଳକାରଖାନା ବାହାରେ ବସବାସ କରୁଥିବା ଲୋକମାନେ ଦୁର୍ଘଟଣାରେ ଯେପରି ପ୍ରଭାବିତ ନ ହୁଅନ୍ତି ସେ ଦିଗରେ ଆନୁସାଙ୍ଗିକ ପଦକ୍ଷେପ ନେବାକୁ କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ବୈଠକରେ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ସମନାଥ ପ୍ରଧାନ, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

ରାୟଗଡାରେ ଅଫସାଇଟ ଏମରଜେନ୍ସି ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଏହାବ୍ୟତୀତ ଏଥିରେ ଫାକ୍ଟ୍ରି ଓ ବୋଏଲର ସହକାରୀ ନିର୍ଦ୍ଦେଶକ ଆରକେ ନାୟକ ସମେତ ଜିଲାରେ ଅବସ୍ଥିତ କଳକାରଖାନାର କର୍ତ୍ତୃପକ୍ଷ ଯଥା ଉତ୍କଳ ଆଲୁମିନା, ଜେକେ କାଗଜ କଳ, ଇମ୍ଫା ଥେରୁବାଲି, ଭାର୍ଦ୍ଧମାନ କେମିକାଲର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.