ପୁଣି ଜନନୀ ଯନ୍ତ୍ରଣା: ଗାଁକୁ ରାସ୍ତା ନଥିବାରୁ ଷ୍ଟ୍ରେଚରରେ ୨କିମି ବୁହାହେଲେ ଗର୍ଭବତୀ

author img

By

Published : Sep 26, 2022, 7:25 AM IST

ପୁଣି ଜନନୀଯନ୍ତ୍ରଣା : ଗାଁକୁ ସଡକ ନଥିବାରୁ ଷ୍ଟ୍ରେଚରରେ ୨କିମି ବୁହାହେଲେ ଗର୍ଭବତୀ

ପୁଣି ଜନନୀ ଯନ୍ତ୍ରଣା । ଗାଁକୁ ପକ୍କା ସଡକ ନଥିବାରୁ ୨ କିମି ବୁହାହେଲେ ଗର୍ଭବତୀ । ଅଧିକ ପଢ଼ନ୍ତୁ

ରାୟଗଡ଼ା: ପୁଣି ଜନନୀ ଯନ୍ତ୍ରଣା । ଗାଁକୁ ପକ୍କା ସଡକ ନଥିବାରୁ ୨ କିମି ବୁହାହେଲେ ଗର୍ଭବତୀ । ଅସୁରକ୍ଷିତ ଭାବେ ଅଧା ବାଟରେ ପ୍ରସବ କଲେ ଶିଶୁ ପୁତ୍ର । ସବୁବେଳେ ଚର୍ଚ୍ଚାରେ ଥିବା କାଶୀପୁର ବ୍ଲକରେ ପୁଣି ଆସିଛି ଜନନୀ ଯନ୍ତ୍ରଣା । ଗାଁକୁ ପକ୍କା ରାସ୍ତା ନଥିବା ହେତୁ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରାୟ ୨ କିମି ଷ୍ଟ୍ରେଚେରରେ ବୁହାହେଇ ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା । ହେଲେ ମହିଳା ଜଣକ ଅଧା ବାଟରେ ଅସୁରକ୍ଷିତ ଭାବେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାଶୀପୁର ବ୍ଲକର ଶିରିପାଇ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମରେ ।

ପୁଣି ଜନନୀଯନ୍ତ୍ରଣା : ଗାଁକୁ ସଡକ ନଥିବାରୁ ଷ୍ଟ୍ରେଚରରେ ୨କିମି ବୁହାହେଲେ ଗର୍ଭବତୀ

କେନ୍ଦୁଗୁଡା ଗାଁର ଚାଚିରି ମାଝୀଙ୍କ ପତ୍ନୀ ସିନାଇ ମାଝୀ (୩୩)ଙ୍କ ପ୍ରସବ ବେଦନା ଆରମ୍ଭ ହେଇଥିଲା । ସିନାଇଙ୍କୁ କାଶୀପୁର ସ୍ବାସ୍ଥ୍ୟକେନ୍ଦ୍ର ନେବା ପାଇଁ ସ୍ୱାମୀ ଚାଚିରି ମାଝୀ ୧୦୮ ଆମ୍ବୁଲାନ୍ସକୁ ଯୋଗାଯାଗ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ କାଶୀପୁର ଠାରୁ ବାହାରି ପ୍ରାୟ ୩୦ କିମି ପରେ କେରେଙ୍ଗା ଗୁଡା ଛକ ଠାରେ ଅଟକି ଯାଇଥିଲା । ଆଗକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଭିତର ଅଟକି ଯାଇଥିଲା । କେରେଙ୍ଗା ଗୁଡା ଛକ ଠାରୁ କେନ୍ଦୁଗୁଡା ଗାଁ ପ୍ରାୟ ୨ କିମି ଡ୍ରାଇଭର ଅନୀଲ ନାଏକ ଓ ତାଙ୍କ ସ୍ୱାମୀ ଚାଚିରି ମାଝୀ ସହିତ ଆଶା କର୍ମୀ ହୋଇକ ମାଝୀ ସିନେଇଙ୍କୁ ଷ୍ଟ୍ରେଚେରରେ ବୋହି ନଦୀ ଓ ପାହାଡ଼ ଅତିକ୍ରମ କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଷ୍ଟେଚରରେ ବୋହି ଆଣୁଥିବା ଅବସ୍ଥାରେ ବାଟରେ ଭୀଷଣ ପ୍ରସବ ବେଦନା ହୋଇଥିଲା ।

ଫଳରେ ବାଟରେ ସିନାଇଙ୍କର ଅସୁରକ୍ଷିତ ଭାବେ ଆଶା କର୍ମୀଙ୍କ ଦ୍ଵାରା ପ୍ରସବ କରାଇବାକୁ ପଡିଥିଲା । ପରବର୍ତ୍ତୀ ସମୟରେ ସିନାଇଙ୍କୁ ୧୦୮ ଆମ୍ବୁଲାନ୍ସରେ କାଶୀପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସିନାଇ ମାଝୀ ଓ ନବଜାତ ଶିଶୁ ପୁତ୍ର ସୁସ୍ଥ ଥିବା ଜଣାପଡିଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.