ରାୟଗଡାରେ ବିଜେଡି ଏବଂ କଂଗ୍ରେସର ଶକ୍ତି ପ୍ରଦର୍ଶନ

author img

By

Published : Sep 28, 2022, 9:39 AM IST

ରାୟଗଡାରେ ବିଜେଡି ଏବଂ କଂଗ୍ରେସର ଶକ୍ତି ପ୍ରଦର୍ଶନ

ରାୟଗଡା ଜିଲ୍ଲା ସଦର ମହକୁମାରେ ଆଜି ଉଭୟ ବିଜେଡି ଏବଂ କଂଗ୍ରେସର ଶକ୍ତି ପ୍ରଦର୍ଶନ କରିଛନ୍ତି । ଅଧିକ ପଢ଼ନ୍ତୁ

ରାୟଗଡା: ରାୟଗଡା ଜିଲ୍ଲା ସଦର ମହକୁମାରେ ଉଭୟ ବିଜେଡି ଏବଂ କଂଗ୍ରେସ ନିଜ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟରାୟଗଡ଼ା ଜିଲ୍ଲା ଗସ୍ତରେ ଆସି ଏକ କର୍ମୀ ସମ୍ମିଳନୀରେ ଯୋଗଦାନ ଦେଇଥିଲେ । ଏଥିସହ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଅନୁଷ୍ଠିତ ପଦଯାତ୍ରାରେ ମଧ୍ୟ ସାମିଲ ହୋଇଥିଲେ ।

ପଟ୍ଟନାୟକଙ୍କ ସହିତ ସାଂସଦ ସପ୍ତଗିରି ଉଲ୍ଲାକା, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ ସମେତ ଅନେକ ତୁଙ୍ଗ ନେତାମାନେ ସାମିଲ ହୋଇଥିଲେ । ଦଳ ତରଫରୁ ଆୟୋଜିତ କର୍ମୀ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ପଟ୍ଟନାୟକ ରାଜ୍ୟର ବିଜେଡି ଓ କେନ୍ଦ୍ରର ବିଜେପି ସରକାର ବିରୋଧରେ ବର୍ଷିଛନ୍ତି ।

ରାୟଗଡାରେ ବିଜେଡି ଏବଂ କଂଗ୍ରେସର ଶକ୍ତି ପ୍ରଦର୍ଶନ

ଏଭଳିକି ଏହି ଦୁଇ ଦଳ ମିଳିତ ଶାସନ ଚଳାଇଛନ୍ତି ବୋଲି କହିଛନ୍ତି । ଦୁର୍ନୀତି ବଢ଼ିଚାଲିଛି ଓ ସରକାରୀ ଦଳ ଏଥିରେ ସାମିଲ ରହିଛି ବୋଲି ଉଦ୍‌ବୋଧନ ଦେଇ କହିଥିଲେ । ଉଭୟ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଥିବା ଶରତ କହିଛନ୍ତି । ଏହା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପଦଯାତ୍ରାରେ ବାହାରିବୁ ବୋଲି ସୂଚନା ଦେଇଛନ୍ତି । ଆସନ୍ତା ଅକ୍ଟୋବର ମାସରେ ଏହି ପଦଯାତ୍ରା ଅନୁଷ୍ଠିତ ହେବ । ଶରତଙ୍କ ଗସ୍ତ କଂଗ୍ରେସ ନେତା ଓ କର୍ମୀ ମଧ୍ୟରେ ଉତ୍ସାହ ବୃଦ୍ଧି କରିଥିବା ନଜରକୁ ଆସିଛି । ପ୍ରାୟ ତିନି ହଜାର କର୍ମୀ ଏଥିରେ ଯୋଗଦାନ କରିଥିଲେ ।

ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ''୨୦୧୪ ନିର୍ବାଚନ ଆସିବା ପୂର୍ବରୁ ଭାରତ ବର୍ଷର ଜନସାଧାରଣଙ୍କୁ ବଡ଼ ବଡ଼ ସ୍ବପ୍ନ ଦେଖାଇଥିଲେ ସରକାର । ୨କୋଟି ଲୋକଙ୍କୁ ଚାକିରି ଦେବେ, ଦରଦାମ ବୃଦ୍ଧି ସ୍ଥିର କରିବେ । ହେଲେ ସରକାରଙ୍କ ଏହି କଥା ଏବେ ଫେଲ୍ ମାରିଛି । ଯାହା ନିରାଶ କରିଛି ଜନସାଧାରଣଙ୍କୁ । ରାଜ୍ୟରେ ଥିବା ବିଜେଡ଼ି ସରକାର ସମ୍ପୂର୍ଣ୍ଣ ଭାବେ ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି ।''

''ସେହିଭଳି ରାୟଗଡ଼ାରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସଂଖ୍ୟା ଅଭାବ ରହିଛି । ସେହିପରି କାଶୀପୁପର ଅଞ୍ଚଳରେ ରୋଗରେ ପଡ଼ି ଲୋକେ ମୃତ୍ୟୁମୁଖରେ ପଡୁଛନ୍ତି । ହେଲେ ଏଥିପ୍ରତି ସରକାରଙ୍କର ଆଦୌ ଦୃଷ୍ଟି ନାହିଁ ।'' ତେଣୁ ଆଗାମୀ ଦିନରେ କଂଗ୍ରେସର ଯେଉଁ ପଦଯାତ୍ରା ହେବାକୁ ଯାଉଛି ତାହା ନିହାତି ରାଜ୍ୟ ଉପରେ ଏକ ଭଲ ପ୍ରଭାବ ପଡ଼ିବ ବୋଲି ପିସିସି ସଭାପତି କହିଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.