ସନ୍ଧ୍ୟା ହେଲେ ଗୁଣୁପୁରୁରେ ଜମୁଛି ଗାଈଙ୍କ ଭିଡ, ହନ୍ତସନ୍ତ ଲୋକେ

author img

By

Published : Sep 17, 2021, 12:56 PM IST

ଗୁଣୁପୁରୁରେ ସନ୍ଧ୍ୟା ହେଲେ ଜମୁଛି ଗାଈଙ୍କ ଆସର, ଦୁର୍ଘଟଣାଗ୍ରସ୍ତ ଲୋକେ

ରାୟଗଡ଼ାରେ ଗୁଣୁପୁର ପୌର ପରିଷଦ ଅଞ୍ଚଳରେ ରାସ୍ତାରେ ଗାଈଙ୍କ ଜମୁଛି ଆସର । ଫଳରେ ଟ୍ରାଫିକ ସମସ୍ୟା ଯୋଗୁଁ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ । ଅଧିକ ପଢନ୍ତୁ...

ରାୟଗଡ଼ା: ଜିଲ୍ଲାର ଗୁଣୁପୁର ପୌରପରିଷଦର ମୁଖ୍ୟ ରାସ୍ତା ଉପରେ ପ୍ରତିଦିନ ସନ୍ଧ୍ୟାରେ ଗାଈ ମାନେ ବିଭିନ୍ନ ସ୍ଥାନରେ ଆସର ଜମାଉଛନ୍ତି । ଫଳରେ ଟ୍ରାଫିକ ସମସ୍ୟା ଉପୁଜୁଥିବାରୁ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି । ବାରମ୍ବାର ଅଭିଯୋଗ ସତ୍ତ୍ବେ ପୌର ପରିଷଦ ପକ୍ଷରୁ କୌଣସି ଆଖୁଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି ।

ଗୁଣୁପୁରୁରେ ସନ୍ଧ୍ୟା ହେଲେ ଜମୁଛି ଗାଈଙ୍କ ଆସର, ଦୁର୍ଘଟଣାଗ୍ରସ୍ତ ଲୋକେ

ସନ୍ଧ୍ୟା ସମୟରେ ରାସ୍ତା ଉପରେ ଜନଗହଳି ସାଙ୍ଗକୁ ଯାନବାହନ ଚଳାଚଳ ଓ ଗାଈଙ୍କ ଭିଡ଼ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଏ ସମ୍ପର୍କରେ ସାଧାରଣ ଜନତା ବାରମ୍ବାର ପୌରପରିଷଦ କାର୍ଯ୍ୟାଳୟ ଯାଇ ଅଭିଯୋଗ କରୁଥିଲେ ମଧ୍ୟ କୌଣସି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । କେବଳ ଡାକବାଜି ଯନ୍ତ୍ର ଦ୍ଵାରା ପ୍ରଚାର କରି ଚୁପ୍ ହୋଇ ରହିଯାଉଛନ୍ତି ପୌରପରିଷଦ କର୍ମୀ । ପୁରୁଣା ଗୁଣୁପୁର ଛକ, ବାଇ ପାସ୍ ଛକ, ମଙ୍ଗଳା ମନ୍ଦିର ଛକ, ଠାକୁରାଣୀ ମନ୍ଦିର ଛକ, ମାଠିଆ ସାହି, ନୂଆ ବସଷ୍ଟାଣ୍ଡ ଓ ପୁରୁଣା ବସଷ୍ଟାଣ୍ଡ ଭଳି ଜନଗହଳି ସ୍ଥାନରେ ସବୁବେଳେ ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣା ଦେଖିବାକୁ ମିଳୁଛି ।

ଏହାପରେ ମଧ୍ୟ ସ୍ଥାନୀୟ ପୋଲିସ କିମ୍ବା ପୌରପରିଷଦ ପକ୍ଷରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଏକ ନିନ୍ଦନୀୟ ବିଷୟ ବୋଲି ସାଧାରଣର ଜନତା କ୍ଷୋଭ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ପ୍ରତିଦିନ କେହି ନା କେହି ଟ୍ରାଫିକ ଜାମ୍ ଓ ଗାଈ ରାସ୍ତା ମଝିରେ ବସିଥିବା ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରି ପୋଲିସ ଓ ପୌର ପ୍ରଶାସନକୁ ସମାଲୋଚନା କରିଥାନ୍ତି । ତଥାପି କିଛି ନ ଜାଣିଲା ପ୍ରଶାସନ ଚୁପ ବସିଛି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.