କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ ସହ ଜଣେ ଗିରଫ

author img

By

Published : Sep 26, 2021, 8:54 AM IST

୧ କୋଟିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ସହ ଜଣେ ଗିରଫ

ନୂଆଗୁଡାରୁ ଛତିଶଗଡ ରାଜ୍ୟର ରାଇପୁରକୁ ଗଞ୍ଜେଇ ଚାଲାଣ ସମୟରେ ଟ୍ରକରୁ ୧୦୧୨ କେଜି ଗଞ୍ଜେଇ ଜବତ ସହ ଡ୍ରାଇଭରକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

ରାୟଗଡା: ୧ କୋଟିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କଲା ପଦ୍ମପୁର ପୋଲିସ । ଛତିଶଗଡ ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ ହେଇଥିବା ନେଇ ରାୟଗଡା ପଦ୍ମପୁର ବ୍ଲକ କେନ୍ଦୁଗୁଡା ନିକଟରେ ପୋଲିସ ଚେକିଂ କରିଥିଲା । ତେବେ ଚେକିଂ ସମୟରେ ଏ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲା ପଦ୍ମପୁର ପୋଲିସ ଓ କେନ୍ଦୁଗୁଡା ପୋଲିସ । ଯାଞ୍ଚ ସମୟରେ ଟ୍ରକରୁ ୧୦୧୨ କେଜି ଗଞ୍ଜେଇ ଜବତ ସହ ଡ୍ରାଇଭରକୁ ଗିରଫ କରିଥିଲା ପୋଲିସ । ପଦ୍ମପୁର ପୋଲିସ ଅଭିଯୁକ୍ତକୁ ଥାନାକୁ ଆଣି ପଚରା ଉଚରା କରିଥିଲା ।

୧ କୋଟିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ସହ ଜଣେ ଗିରଫ

ପୋଲିସ କହିବା ଅନୁସାରେ ଉକ୍ତ ଗାଡିଟି ରାୟଗଡା ଜିଲ୍ଲାର ନୂଆଗୁଡାରୁ ଛତିଶଗଡ ରାଜ୍ୟର ରାଇପୁରକୁ ଚୋରାରେ ଗଞ୍ଜେଇ ଚାଲାଣ ହେଉଥିଲା । ଉକ୍ତ ଗାଡିଟି ପଶ୍ଚିମବଙ୍ଗର ହୋଇଥିବା ଜଣାପଡିଛି । ଏହି ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ପଦ୍ମପୁର ପୋଲିସ ତରଫରୁ ସୂଚନା ମିଳିଛି । ଏନେଇ ପଦ୍ମପୁରଥାନାରେ ଏକ ମାମଲା ରୁଜୁ କରାଯାଇଛି । ଆଜି ଡ୍ରାଇଭରକୁ ଗୁଣୁପୁର କୋର୍ଟକୁ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.