ପେଷାରେ ଆଇନଜୀବୀ ନିଶାରେ ପ୍ରକୃତି ପ୍ରେମୀ ଗୌରୀଶଙ୍କର

author img

By

Published : Sep 12, 2021, 7:36 AM IST

ପେଷାରେ ଆଇନଜୀବୀ ଗୌରୀଶଙ୍କର ନିଶାରେ ପ୍ରକୃତି ପ୍ରେମୀ

ଏଭଳି ଏକ ବ୍ୟକ୍ତି ଅଛନ୍ତି ଯିଏକି ନିଜ ଘରର ପରିବେଶ ସଜାଡ଼ିବା ସହ ସାହି ପୋଡ଼ିଶାଙ୍କୁ ଏକ ସୁନ୍ଦର ପ୍ରାଣୀ ଉଦ୍ୟାନ ଉପଭୋଗ କରିବାର ସୁଯୋଗ ଦେଇ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଅଧିକ ପଢନ୍ତୁ...

ରାୟଗଡା: ଆମ ସମାଜରେ ଏମିତି ଅନେକ ଭିନ୍ନ ରୁଚି ସମ୍ପନ୍ନ ମଣିଷ ରହିଛନ୍ତି ଯାହାର କଳା ସଂସ୍କୃତି ଏବେ ମଧ୍ୟ ଲୁକାୟିତ ହୋଇ ରହିଛି । ଏଭଳି ଏକ ଭିନ୍ନ ନିଶାର ମନିଷଟିକୁ ଭେଟିଥିଲୁ ଆମେ । ପେଷାରେ ସେ ଜଣେ ଆଇନଜୀବୀ ନିଶା କିନ୍ତୁ, ପ୍ରାକୃତିକ ହେଉ କିମ୍ବା କୁତ୍ରିମ ଚିଡିଆଖାନା ଟିଏ କରି ନିଜେ ଆତ୍ମସନ୍ତୋଷ ଲାଭ କରିବା ସହ ସାହି ପଡୋଶୀ ଲୋକଙ୍କ ମାନରଞ୍ଜନ କରିବା । ଏଭଳି ଏକ ବ୍ୟକ୍ତି ଅଛନ୍ତି ଯିଏକି ନିଜ ଘରର ପରିବେଶ ସଜାଡ଼ିବା ସହ ସାହି ପୋଡ଼ିଶାଙ୍କୁ ଏକ ସୁନ୍ଦର ପ୍ରାଣୀ ଉଦ୍ୟାନ ଉପଭୋଗ କରିବାର ସୁଯୋଗ ଦେଇ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

ପେଷାରେ ଆଇନଜୀବୀ ଗୌରୀଶଙ୍କର ନିଶାରେ ପ୍ରକୃତି ପ୍ରେମୀ

ସେହିପରି ଜଣେ ମଣିଷ ହେଉଛନ୍ତି ରାୟଗଡ ସହର ନେହୁରୁ ନଗର ଦ୍ଵିତୀୟ ଗଳିରେ ରହୁଥିବା ଯୁବ ଆଇନଜୀବୀ ଗୌରୀ ଶଙ୍କର ପଟ୍ଟନାୟକ । ପେସାରେ ସେ ଜଣେ ଆଇନଜୀବୀ ହୋଇଥିବା ବେଳେ ନିଶା ତାଙ୍କର ପ୍ରାଣୀପ୍ରେମ । ପିଲାବେଳୁ ସେ ପଶୁ ପକ୍ଷୀଙ୍କୁ ବେଶ ଭଲପାଉଥିଲେ । ବୟସ ବଢ଼ିବା ସହିତ ତାହା ଏବେ ନିଶାରେ ପରିଣତ ହୋଇଯାଇଛି । ନିଜ ଘର ପରିଶରରେ ରହିଥିବା ଏକ ଛଟିଆ ସ୍ଥାନରେ ମିନି ଚିଡ଼ିଆଖାନା ନିର୍ମାଣ କରି ବିଭିନ୍ନ ପ୍ରଜାତିର ମାଛ ସାଙ୍ଗକୁ ପକ୍ଷୀ, ଗୁଣ୍ଡରୀ, ପାରା, କଇଁଚ, କୁକୁଡ଼ା, କୁକୁର ଭଳି ପଶୁ ପକ୍ଷୀ ରଖି ସେବା ଦେଉଛନ୍ତି। ଫଳରେ ପ୍ରତ୍ୟକ ଦିନ ଚିଡ଼ିଆ ଖାନାକୁ ଉପଭୋଗ କରିବାକୁ ସାହି ପଡୋଶିର ଛୋଟ ଛୋଟ ପିଲା ମାନେ ଆସି ବେଶ ଉପଭୋଗ କରନ୍ତି ସେହି ପରିବେଶକୁ ।

ଖାଲି ସେତିକି ନୁହେଁ ସ୍ୱାସ୍ଥ୍ୟକୁ ସୁନ୍ଦର ଓ ସୁସ୍ଥ ରଖିବାକୁ ହେଲେ ଏଭଳି ପରିବେଶ ସହିତ ବ୍ୟାୟାମ ଆବଶ୍ୟକ ରହିଥିବାରୁ ପାର୍କ ପରିସରରେ ଏକ ନିଶୁଳ୍କ ଆଧୁନିକ ବ୍ୟାୟାମଶାଳାର ବ୍ୟବସ୍ଥା ମଧ୍ୟ ରହିଛି । ଯାହାକି ସାଙ୍ଗସାଥି ମାନେ ଆସି ଚିଡ଼ିଆ ଖାନାକୁ ମନ ଭରି ଉପଭୋଗ କରିବା ସହିତ ବ୍ୟାୟାମଶାଳାରେ ବ୍ୟାୟାମ କରି ନିଜର ସ୍ୱାସ୍ଥ୍ୟକୁ ସୁନ୍ଦର ଓ ସୁସ୍ଥ ରଖିବାରେ ବେଶ ସହାୟକ ହେଉଛି । ଆଗକୁ ପୌରପରିଷଦ ଯଦି ତାଙ୍କର ସହାୟତା ଚାହିଁବ ତେବେ ସହର ମଧ୍ୟରେ ଏଭଳି ଏକ ଚିଡିଆଖାନା ନିର୍ମାଣ କରିବାରେ ସହାୟତାର ହାତ ବଢାଇବେ ବୋଲି କହିଛନ୍ତି ଗୌରିଶଙ୍କର ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.