କୀଟନାଶକ ପିଇ ମାଆ-ପୁଅଙ୍କ ଆତ୍ମହତ୍ୟା

author img

By

Published : May 7, 2022, 9:19 PM IST

କୀଟନାଶକ ପିଇ ମାଆ-ପୁଅଙ୍କ ଆତ୍ମହତ୍ୟା

କରଜ ସୁଝି ନପାରିବାରୁ କୀଟନାଶକ ପିଇ ଆତ୍ମହତ୍ୟା କଲେ ମାଆ-ପୁଅ । ଅଧିକ ପଢନ୍ତୁ

ରାୟଗଡା: କୀଟନାଶକ ପିଇ ମାଆ ଓ ପୁଅର ଆତ୍ମହତ୍ୟା । ହାତ ଉଧାରି ଶୁଝିନପାରି ମାଆ ଓ ପୁଅ ଆତ୍ମହତ୍ୟା କରିଥିବା ଜଣାପଡିଛି । କୀଟନାଶକ ଔଷଧ ପିଇବା ପରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ପ୍ରଥମେ ପୁଅ ଏବଂ ପରେ ମାଆର ଜୀବନ ଯାଇଛି ।

କୀଟନାଶକ ପିଇ ମାଆ-ପୁଅଙ୍କ ଆତ୍ମହତ୍ୟା

ମୃତକ ହେଲେ ୫୫ବର୍ଷିୟ ମାଆ ଗୁଡଲା ରାଜିନି ଏବଂ ୨୨ ବର୍ଷୀୟ ପୁଅ ଗୁଡଲା ଶ୍ୟାମ । ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ଜେମାଦେଇପେଣ୍ଠ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ଗତକାଲି(ଶୁକ୍ରବାର) ରାତିରେ ଉଭୟ ମାଆ-ପୁଅ କୀଟନାଶକ ଔଷଧ ପିଇ ଦେଇଥିଲେ । ପରେ ସ୍ଥାନୀୟ ଲାେକେ ଖବର ପାଇ ବିଳମ୍ବିତ ରାତିରେ ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।

ମାତ୍ର କାହାକୁ ବି ବଞ୍ଚାଇ ପାରିନାହାନ୍ତି ଡାକ୍ତର । ତେବେ ଝିଅର ବାହାଘର ଏବଂ ଅନ୍ୟ ଖର୍ଚ୍ଚ ବାବଦକୁ ପାଖାପାଖି ୧୫ରୁ ୨୦ ଲକ୍ଷ ଟଙ୍କା କରଜ କରିଥିଲେ । ଏନେଇ ଶେଷଖାଲ ଥାନାରେ ଏକ ଲିଖିତ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.