ବାଲ୍ୟ ବିବାହ ନକରିବା ପାଇଁ ଶପଥ ନେଲେ ଶତାଧିକ ଯୁବକ, ଯୁବତୀ

author img

By

Published : May 13, 2022, 2:17 PM IST

ବାଲ୍ୟ ବିବାହ ନକରିବା ପାଇଁ ଶପଥ ନେଲେ ଶତାଧିକ ଯୁବକ, ଯୁବତୀ

ବାଲ୍ୟ ବିବାହ ନକରିବାକୁ ଅନୁଷ୍ଠିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଶପଥ ନେଲେ ଶତାଧିକ ଯୁବକ, ଯୁବତୀ । ଅଧିକ ପଢନ୍ତୁ

ରାୟଗଡା:ବାଲ୍ୟ ବିବାହ ନକରିବା ପାଇଁ ଶପଥ ନେଲେ ଶତାଧିକ ଯୁବକ, ଯୁବତୀ । ବାଲ୍ୟ ବିବାହ ରୋକିବାକୁ ଏବଂ ଶିଶୁ, କିଶୋର ଓ କିଶୋରୀଙ୍କ ପାଇଁ ଜିଲ୍ଲାରେ ଅନୁଷ୍ଠିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଏପରି ନିଷ୍ପତ୍ତି ନେଇଛନ୍ତି ଯୁବକ ଯୁବତୀ । ରାମନାଗୁଡା ବ୍ଲକ ଅନ୍ତର୍ଗତ କୁଜେନ୍ଦ୍ରୀ ପଞ୍ଚାୟତ ସଦର ମହକୁମାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିବା ବେଳେ ଅଙ୍ଗନୱାଡି ସ୍ଥରରେ ୧୦ ରୁ ୧୯ ବର୍ଷର ସମସ୍ତ କିଶୋରୀ ସାମିଲ ହୋଇଥିଲେ ।

ବାଲ୍ୟ ବିବାହ ନକରିବା ପାଇଁ ଶପଥ ନେଲେ ଶତାଧିକ ଯୁବକ, ଯୁବତୀ

ପୃଷ୍ଟି, ରକ୍ତହୀନତା, ଜୀବନ କୌଶଳ, ଶିଶୁ ସୁରକ୍ଷା, ବାଲ୍ୟ ବିବାହ ନିଷେଧ, ଲିଙ୍ଗଗତ ଭେଦଭାବ, ଲିଙ୍ଗଭିତ୍ତିକ ହିଂସା, ଯୌନ ସ୍ୱାସ୍ଥ୍ୟ, ଆର୍ଥିକ ସ୍ବାକ୍ଷରତା, ଶିକ୍ଷା ଓ ଦକ୍ଷତା ବିକାଶ ଭଳି ବିଷୟ ଗୁଡିକ ଉପରେ କାର୍ଯ୍ୟକ୍ରମରେ ସଚେତନତା ସୃଷ୍ଟି କରାଯାଇଥିଲା । ପ୍ରକାଶ ଥାଉକି ରାୟଗଡା ଜିଲ୍ଲାକୁ ଏକ ଶିଶୁ ମିତ୍ର ଜିଲ୍ଲା ଭାବେ ଗଢି ତୋଳିବା ନିମନ୍ତେ ଜିଲ୍ଲା ସ୍ତରରେ ଏକ କାର୍ଯ୍ୟ ଖସଡା ପ୍ରସ୍ତୁତ ହୋଇଛି ।

ଏହି କାର୍ଯ୍ୟ ଖସଡାକୁ ଆଧାର କରି ଜିଲ୍ଲା ପ୍ରଶାସନ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଶିକ୍ଷା ବିଭାଗ ଓ ଶିଶୁ ସୁରକ୍ଷା ୟୁନିଟ ତରଫରୁ କିଶୋର, କିଶୋରୀ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମ ମାନ କରାଯାଉଛି । ଆଜିର ଏହି କାର୍ଯ୍ୟକ୍ରମରେ ଶତାଧିକ ଯୁବକ, ଯୁବତୀ ବାଲ୍ୟ ବୟସରେ ବିବାହନ କରିବା ପାଇଁ ଶପଥ ନେଇଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.