ବିସ୍ଫୋରକ ସାମଗ୍ରୀ ଜବତ ମାମଲା, ମାଓନେତା ସବ୍ୟସାଚୀ ସବ୍ୟସାଚୀ ନିର୍ଦ୍ଦୋଷରେ ଖଲାସ

author img

By

Published : Sep 22, 2022, 7:54 AM IST

ବିଷ୍ପୋରକ ସାମଗ୍ରୀ ଜବତ ମାମଲା, ନିର୍ଦ୍ଦୋଶରେ ଖଲାସ ହେଲେ ସବ୍ୟସାଚୀ

ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ମୁଚିଗୁଡା ଜଙ୍ଗଲରୁ ବିସ୍ଫୋରକ ସାମଗ୍ରୀ ଜବତ ମାମଲାରେ ଗୁଣପୁର ଏଡିଜେ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଧିକ ପଢନ୍ତୁ

ରାୟଗଡା: ଚନ୍ଦ୍ରପୁରର ବିସ୍ଫୋରକ ସାମଗ୍ରୀ ଜବତ ମାମଲାରେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଶ୍ବସ୍ତି । ସବ୍ୟସାଚୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ଚନ୍ଦ୍ରପୁର ବ୍ଲକର ମୁଚିଗୁଡା ଜଙ୍ଗଲରୁ ବିସ୍ଫୋରକ ସାମଗ୍ରୀ ଜବତ ମାମଲାରେ ଗିରଫ ହୋଇଥିଲେ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା । ଏନେଇ ଗୁଣପୁର ଏଡିଜେ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ଗତ ୬ ମାର୍ଚ୍ଚ ୨୦୧୩ ମସିହାରେ ସିଆରପିଏଫ ଜବାନଙ୍କ କୁମିଂ ଅପରେସନ୍ ବେଳେ ସବ୍ୟସାଚୀ ଜଙ୍ଗଲରୁ ଛତ୍ରଭଙ୍ଗ ଦେଇ ଚାଲିଯିବା ପରେ ଜଙ୍ଗଲ ଭିତରର ମାଓ ଆଡ୍ଡାରୁ ଏକ ଟିଫିନ ବୋମା, ୧୨ ଭୋଲଟ ବେଟରି, ତାର, ବେନର ଓ ନଥିପତ୍ର ଜବତ କରିଥିଲେ । ଉକ୍ତ ଘଟଣାରେ ସବ୍ୟସାଚୀଙ୍କ ବିରୋଧରେ ଚନ୍ଦ୍ରପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ୨୦ଟି ସାକ୍ଷ୍ୟଙ୍କ ବିଚାର କରି ମଙ୍ଗଳବାର ଏଡିଜେ ମାନସ ରଂଜନ ରଥ ସବ୍ୟସାଚୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ପୋଲିସ ଏହି ମାମଲାରେ ଦେଇଥିବା ଚାର୍ଜସିଟ୍ ଅନୁଯାୟୀ କୋର୍ଟରେ ଆବଶ୍ୟକ ସଂଖ୍ୟକ ପ୍ରମାଣ ଅଭାବ ହବାରୁ ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ନେଇ ସବ୍ୟସାଚୀଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ କହିଛନ୍ତି । ତେବେ ଏଥି ପୂର୍ବରୁ ଗୁଣପୁରର ବିଭିନ୍ନ କୋର୍ଟରେ ୧୩ଟି ମକଦ୍ଦମାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ସେ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.