ଦଗାଦିଆ ପ୍ରେମିକକୁ ବିଚ୍ ରାସ୍ତାରେ ନିର୍ଧୁମ ଛେଚିଲା ପ୍ରେମିକା

author img

By

Published : Sep 13, 2021, 11:00 PM IST

lover beat her boyfriend open road in bissamcuttack

ପ୍ରେମ ପରେ ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଲା ଯୁବକ । ପରେ ଯୁବତୀଙ୍କୁ ଛାଡି ଯିବା ପ୍ରେମିକକୁ ପଡିଲା ମହଙ୍ଗା । କାରଣ ପରେ ପ୍ରେମିକକୁ ଯେତେବେଳେ ପାଇଲା ପ୍ରେମିକା, ବିଚା ରାସ୍ତାରେ ନିର୍ଧୁମ ଛେଚିଲା । ଅଧିକ ପଢନ୍ତୁ...

ରାୟଗଡା: ଦଗାଦିଆ ପ୍ରେମିକକୁ ବିଚ୍ ରାସ୍ତାରେ ନିର୍ଧୁମ ଛେଚିଲା ପ୍ରେମିକା l ପ୍ରଥମେ ଭଲପାଇବା ଓ ତାପରେ ମିଛ ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖି ଚମ୍ପଟ ମାରିବା ଯୁବକକୁ ପଡିଛି ମହଙ୍ଗା l ଆଉ ଯୁବକ ଓ ଯୁବତୀଙ୍କ ବିଚରାସ୍ତାରେ ଘଟିଥିବା ଏହି ହାଇଡ୍ରାମାର ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

ଦଗାଦିଆ ପ୍ରେମିକକୁ ବିଚ୍ ରାସ୍ତାରେ ନିର୍ଧୁମ ଛେଚିଲା ପ୍ରେମିକା

ସୂଚନାରୁ ଅନୁସାରେ ,ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ କାଙ୍କୁବାଡି ଗ୍ରାମର ଯୁବକ କିଛିଦିନ ତଳେ ଚେନ୍ନାଇ କାମ କରିବାକୁ ଯାଇଥିଲେ l ସେଠାରେ ଏକ ଯୁବତୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା l ସାକ୍ଷାତ ପରେ ବନ୍ଧୁତା , ଆଉ ବନ୍ଧୁତା ପରେ ପ୍ରେମ l ଏପରି କି ବିବାହ କରି ସଂସାର କରିବାର ସ୍ବପ୍ନ ଦେଖାଇ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖି କିଛିଦିନ ପରେ ଯୁବକଜଣଙ୍କ ଚମ୍ପଟ ମାରି ନିଜ ଗାଁକୁ ଚାଲି ଆସିଥିଲେ l ପରେ ଯୁବତୀ ଜଣକ ଯୁବକଙ୍କୁ ବହୁତ ଖୋଜାଖୋଜି କରିଥିଲେ ହେଲେ ପାଇନଥିଲେ l

ହେଲେ କୌଣସି ସୂତ୍ରରୁ ଖବରପାଇ ଯୁବତୀ ଜଣକ ଚେନ୍ନାଇରୁ ବିଷମକଟକ ଅଞ୍ଚଳକୁ ଆସି ଦୁଇଦିନ ଖୋଜାଖୋଜି କରିବାପରେ , ଯୁବକକୁ ଆଜି ବିଷମକଟକ ଠାରେ ପାଇଥିଲେ l ଉଭୟଙ୍କ ମଧ୍ୟରେ ବହୁତ ବଚସା ଓ ମାରପିଟ ହୋଇଥିଲା ଆଉ ସ୍ଥାନୀୟ ଲୋକମାନେ ମଧ୍ୟ ଯୁବତୀଙ୍କୁ ନିରବ ରହି ବୁଝାଇବା ପାଇଁ ଚେଷ୍ଟା କରିଥିଲେ। ସୁଦ୍ଧା ଯୁବତୀ ଜଣଙ୍କ ଗୋଡାଇ ଗୋଡାଇ ଯୁବକଙ୍କୁ ନିର୍ଧୁମ ମାରୁଥିବା ଦେଖିବାକୁ ମିଳିଛି l ଯାହାର ଭିଡିଓ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି ।

ତେବେ ସେପଟେ ପୂର୍ବରୁ ଯୁବକ ଜଣକ ଦୁଇ ସ୍ତ୍ରୀ ରହିଥିବା ବେଳେ, ତାଙ୍କର ଛୁଆ ମଧ୍ୟ ରହିଥିବା ଜଣାପଡିଛି l ଯୁବକ ଜଣଙ୍କୁ ବିଷମକଟକ ଥାନାରେ ପୋଲିସ ଅଟକ ରଖିଥିବା ଜଣାପଡିଛି l

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.