ରାୟଗଡା ପୋଲିସକୁ ସଫଳତା, ଗଞ୍ଜାମରୁ ଗିରଫ ହେଲା ଗୁଣୁପୁର ଲୁଟେରା

author img

By

Published : Sep 10, 2021, 7:52 AM IST

ରାୟଗଡା ପୋଲିସକୁ ସଫଳତା, ଗଞ୍ଜାମରୁ ଗିରଫ ହେଲା ଗୁଣୁପୁର ଲୁଟେରା

ରାୟଗଡ ପୋଲିସକୁ ବଡ଼ ସଫଳତା । ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ଗିରଫ ହେଲା ଗୁଣୁପୁରରୁ ସୁନା ଲୁଟିଥିବା ଲୁଟେରା । ଅଧିକ ପଢନ୍ତୁ...

ରାୟଗଡା: ଜିଲ୍ଲା ପୋଲିସକୁ ବଡ ସଫଳତା । ଗଞ୍ଜାମରୁ ଧରାପଡିଲା ଗୁଣୁପୁର ଲୁଟେରା । ରାୟଗଡା ଗୁଣୁପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରୁ ବହୁ ସୁନା ଅଳଙ୍କାର ଲୁଟିଥିବା ଲୁଟେରାକୁ ଧରିଛି ରାୟଗଡା ପୋଲିସ । ଅଭିଯୁକ୍ତ ଠାରୁ ସମସ୍ତ ଲୁଟ୍ ଅଳଙ୍କାର ଜବତ କରାଯାଇଛି । ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏନେଇ ସୂଚନା ଦେଇଛନ୍ତି ରାୟଗଡା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ।

ରାୟଗଡା ପୋଲିସକୁ ସଫଳତା, ଗଞ୍ଜାମରୁ ଗିରଫ ହେଲା ଗୁଣୁପୁର ଲୁଟେରା

ସୂଚନା ଅନୁଯାୟୀ, ଗତ 2 ତାରିଖରେ ଗୁଣୁପୁର ବାବୁଲିନଗର 5 ଲେନରେ ରହୁଥିବା ବିନୋଦ ଚନ୍ଦ୍ର ମହାପାତ୍ରଙ୍କ ପୁଅ-ବୋହୁ ଓ ପତ୍ନୀ ରାୟଗଡା ଯାଇଥିଲେ । ଘରେ କେବଳ ବୃଦ୍ଧ ବାପା ବିନୋଦ ଚନ୍ଦ୍ର ମହାପାତ୍ର ଏକୁଟିଆ ଥିଲେ । ଏହାର ସୁଯୋଗ ନେଇ ଦୁର୍ବୃତ୍ତ ଜଣକ କୋରିୟର୍ ବୟ କହି ଘରକୁ ପଶିଥିଲା ଏବଂ ପାଣି ପିଇବାକୁ ମାଗିଥିଲା । ବୃଦ୍ଧ ଜଣକ ପିଇବା ପାଣି ଦେବାକୁ ଗଲାବେଳେ ଛୁରି ଦେଖାଇ ଭୟଭୀତ କରି ବୃଦ୍ଧ ପିନ୍ଧିଥିବା ଚେନ୍, ହାତର ବ୍ରେସ୍ଲେଟ୍ ଓ ଘର ଆଲମିରାରେ ରଖିଥିବା ବିଭିନ୍ନ ଗହଣାକୁ ଲୁଟି ନେଇଯାଇଥିଲା ଲୁଟେରା ।

ଏନେଇ ପୁଅ ରମାକାନ୍ତ ମହାପାତ୍ର ଜାଣିବା ପରେ ଗୁଣୁପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ କରିଥିବାବେଳେ ଆଜି ଲୁଟେରା ଧରାପଡିଛି । ସମ୍ପୃକ୍ତ ଲୁଟେରାକୁ ପୋଲିସ ଗଞ୍ଜାମ ହିଞ୍ଜିଳିକାଟୁରୁ ଗିରଫ କରିବା ସହ ସମସ୍ତ ଅଳଙ୍କାର ଜବତ କରିଛି । ଲୁଟରେ ସାମିଲ ଥିବା ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଥିବା କହିଛନ୍ତି ଏସପି ବିବେକାନନ୍ଦ ଶର୍ମା । ଏଥିସହ ଜବତ ଅଳଙ୍କାରକୁ ବିନୋଦ ଚନ୍ଦ୍ର ମହାପାତ୍ରଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.