ଘର ଗ୍ରୀଲ ତାଡ଼ି ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟ

author img

By

Published : Sep 14, 2022, 11:10 PM IST

ଘର ଗ୍ରୀଲ ତାଡ଼ି ଲକ୍ଷାଧିକ ଟଙ୍କା ସହ ଦାମି ଅଳଙ୍କାର ଲୁଟ

ରାୟଗଡ଼ାରେ ଘରେ କେହି ନଥିବା ସୁଯୋଗ ନେଇ ଗ୍ରୀଲ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ଘଟଣାସ୍ଥଳରେ ପୋଲିସ, ଡଗସ୍କ୍ବାର୍ଡ ଟିମ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଧିକ ପଢ଼ନ୍ତୁ

ରାୟଗଡ଼ା: ଘର ଗ୍ରିଲ ତାଡ଼ି ଲକ୍ଷାଧିକ ଟଙ୍କା ସହ ଦାମୀ ଅଳଙ୍କାର ଲୁଟ । ରାତିରେ ଘରେ କେହିନଥିବାର ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଚୋର । ଏପରି ଘଟଣା ଘଟିଛି ରାୟଗଡା ଜିଲ୍ଲା ସାଇପ୍ରିୟ ନଗର ପଞ୍ଚମ ଲେନରେ ରହୁଥିବା ବାଳକୃଷ୍ଣ ଦାସଙ୍କ ଘରେ ।

ଘର ଗ୍ରୀଲ ତାଡ଼ି ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟ

ସୂଚନା ଅନୁସାରେ ବାଳକୃଷ୍ଣଙ୍କ ଘରେ ଗତକାଲି (ମଙ୍ଗଳବାର) ରାତିରେ କେହି ନଥିଲେ । ଏହାର ସୁଯୋଗ ନେଇ ଲୁଟେରାମାନେ ଘରର ଗ୍ରୀଲ ତାଡ଼ି ଘର ଭିତରେ ପଶିଥିଲେ । ଦୁଇଟି ଆଲମିରା ତାଡ଼ି ନଗଦ ୩ ଲକ୍ଷରୁ ଅଧିକ ଟଙ୍କା ସହିତ ଅନେକ ସୁନା ଗହଣା ଓ ପ୍ରାୟ ୩ କେଜି ରୁପା ଲୁଟି ନେଇଛନ୍ତି । ତେବେ ଆଜି (ବୁଧବାର) ସକାଳୁ ଘର ମାଲିକ ବାଳକୃଷ୍ଣ ଦାସଙ୍କ ପତ୍ନୀ ସ୍ମିତା ଦାସ ଘରକୁ ଆସି ଦେଖିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହାପରେ ପୋଲିସକୁ ଖବର ଦେବାପରେ ଘଟଣାସ୍ଥଳରେ ରାୟଗଡା ଟାଉନ ଥାନା ପୋଲିସ, ଡଗସ୍କ୍ବାର୍ଡ ଟିମ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବାଳକୃଷ୍ଣ ଦାସଙ୍କ ପତ୍ନୀ ସ୍ମିତା ଦାସ । ସେ କହିଛନ୍ତି, "ମୋ ଭଉଣୀଙ୍କ ଘରେ କେହି ନଥିବାରୁ ଗତକାଲି ରାତିରେ ମୁଁ ସେଠାକୁ ଯାଇଥିଲି ଶୋଇବା ପାଇଁ । ତେବେ ସକାଳୁ ଆସି ଗ୍ରୀଲ ତଡ଼ା ହୋଇଥିବାର ଦେଖିବାକୁ ପାଇଥିଲି । ଘରୁ ଆଲମିରା ଭଙ୍ଗା ଯାଇଥିବା ଦେଖି ପୋଲିସକୁ ଖବର ଦେଇଥିଲି ।" ତେବେ ଏଭଳି ଘଟଣା ରାୟଗଡା ଟାଉନରେ ବାରମ୍ବାର ଘଟୁଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ କିମ୍ବା ପେଟ୍ରୋଲିଂ ମଧ୍ୟ ବଢା ଯାଉନଥିବା ଅଭିଯୋଗ ଆଣିଛନ୍ତି ସ୍ମିତା ଦାସ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.