ଡେପୁଟି ରେଞ୍ଜେରଙ୍କ ମୃତ୍ୟୁ ଘଟଣା, 21ଦିନ ପରେ ବି ପୋଲିସର ହାତ ଖାଲି

author img

By

Published : May 12, 2022, 2:03 PM IST

ଡେପୁଟି ରେଞ୍ଜେରଙ୍କ ମୃତ୍ୟୁ ଘଟଣା, 21ଦିନ ପରେ ବି କାରଣ ଖୋଜି ପାଉନି ପୋଲିସ

କଲ୍ୟାଣସିଂପୁର ଡେପୁଟି ରେଞ୍ଜେରଙ୍କ ମୃତ୍ୟୁକୁ 21 ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ହାତ ଖାଲି । ଅଧିକ ପଢନ୍ତୁ

ରାୟଗଡା: କଲ୍ୟାଣସିଂପୁର ଡେପୁଟି ରେଞ୍ଜେରଙ୍କ ମୃତ୍ୟୁ ଘଟଣା । 21 ଦିନ ବିତିଯାଇଥିଲେବି କାରଣ ଖୋଜି ପାଉନି ପୋଲିସ । କାର୍ଯ୍ୟରତ ଡେପୁଟି ରେଞ୍ଜେର ବ୍ରଜମୋହନ ଭୋଇ କାର୍ଯ୍ୟାଳୟର ଉପର ମହଲା ରହୁଥିବା ବେଳେ ଗତ 20ତାରିଖ ଦିନ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା । ମାଜିଷ୍ଟ୍ରେଟ ସୁଧାକର ରୋଇତଙ୍କ ଉପସ୍ଥିତିରେ ମୃତଦେହକୁ ଘରୁ ଉଦ୍ଧାରକରାଯାଇ ବ୍ୟବଚ୍ଛେଦ କରାଯାଇଥିଲା । ହେଲେ ଡେପୁଟି ରେଞ୍ଜେରଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

ଡେପୁଟି ରେଞ୍ଜେରଙ୍କ ମୃତ୍ୟୁ ଘଟଣା, 21ଦିନ ପରେ ବି କାରଣ ଖୋଜି ପାଉନି ପୋଲିସ

ପରିବାର ଲୋକ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା କହୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରକୃତ କାରଣ ଜଣାପଡିନାହିଁ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ପୋଲିସ ତଦନ୍ତ କରୁଥିଲେ ସୁଦ୍ଧା ଏହାର ଟିକିଏବି ସୁରାକ ପାଇବାରେ ପୋଲିସ ସଫଳ ହୋଇପାରିନାହିଁ । ପରିବାର ଲୋକେ ମଧ୍ୟ ଏନେଇ ମୁହଁ ଖୋଲିବାକୁ ନାରାଜ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.