୩୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ସହ ଗଞ୍ଜେଇ ଜବତ, ୫ ଜଣଙ୍କୁ ବାନ୍ଧିଲା ପୋଲିସ

author img

By

Published : Sep 3, 2021, 9:55 AM IST

Updated : Sep 3, 2021, 10:07 AM IST

୩୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ସହ ଗଞ୍ଜେଇ ଜବତ, ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଦିନକୁ ଦିନ ରାଜ୍ୟରେ ବଢିଚାଲିଛି ନିଶା କାରବାର । ରାୟଗଡା ଜିଲ୍ଲାର ପଦ୍ମପୁର ଓ ଗୁଡାରୀ ବ୍ଲକ ପରେ ଏବେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ପେଣ୍ଠସ୍ଥଳୀ ପାଲଟିଛି ଚନ୍ଦ୍ରପୁର ବ୍ଲକ । ଅଧିକ ପଢନ୍ତୁ...

ରାୟଗଡା: ଦିନକୁ ଦିନ ରାଜ୍ୟରେ ବଢି ଚାଲିଛି ନିଶା କାରବାର । ରାୟଗଡା ଜିଲ୍ଲାର ପଦ୍ମପୁର ଓ ଗୁଡାରୀ ବ୍ଲକ ପରେ ଏବେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ପେଣ୍ଠସ୍ଥଳୀ ପାଲଟିଛି ଚନ୍ଦ୍ରପୁର ବ୍ଲକ । ଏହି ବ୍ଲକରୁ ଶହ ଶହ କୁଇଣ୍ଟାଲ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଶେଷରେ ଚନ୍ଦ୍ରପୁର ପୋଲିସ ହାତରେ ଲାଗିଛି ଗଞ୍ଜେଇ ମାଫିଆଙ୍କ ଠିକଣା । ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ସମୟରେ ଗିରଫ କରାଯାଇଥିବା ବେଳେ ଗୁରୁବାର ଚନ୍ଦ୍ରପୁର ପୋଲିସକୁ ମିଳିଛି ବଡଧରଣର ସଫଳତା ।

୩୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ସହ ଗଞ୍ଜେଇ ଜବତ, ୫ ଜଣଙ୍କୁ ବାନ୍ଧିଲା ପୋଲିସ

ବେଆଇନ୍ ଭାବେ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ପୋଲିସ ୫ ଜଣକୁ ଗିରଫ କରିଛି । ଏହାସହ ସେମାନଙ୍କ ଠାରୁ ୬୦ କିଲୋ ୫ ଶହ ଗ୍ରାମର ଗଞ୍ଜେଇ ସମେତ ନଗତ ୩୨ ଲକ୍ଷ ୧୦ ହଜାର ଟଙ୍କା ଜବତ କରିଛି । ତେବେ ଏତେ ପରିମାଣର ଟଙ୍କାକୁ ନେଇ ଏକ ବାହାର ରାଜ୍ୟର ରାକେଟ୍ କାମ କରୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ବିଳମ୍ବିତ ରାତିରେ ଚନ୍ଦ୍ରପୁର ପୋଲିସ କୌଣସି ସୂତ୍ରରୁ ଖବର ପାଇ ହନୁମନ୍ତପୁର ଓ ଚନ୍ଦ୍ରପୁର ସହର ମଧ୍ୟରେ ଧରପଗଡ କରିଥିଲା । ସେହି ସମୟରେ ଦୁଇଟି ମୋଟର ସାଇକୋଲ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ସେମାନଙ୍କ ଅଟକାଇ ଯାଞ୍ଚ କରିଥିଲା ।

ତେବେ ଦୁଇଟି ଜରି ବସ୍ତାରେ ପ୍ରାୟ ୬୦ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଚାଲାଣ ହେଉଥିବା ଜାଣି ପାରି ପୋଲିସ ଅଭିଯୁକ୍ତ ମାନଙ୍କ ଅଟକ ରଖି ପଚରାଉଚରା କରିବା ପରେ ସମସ୍ତ ଘଟଣା ଜାଣିପାରିଥିଲା । ଅଭିଯୁକ୍ତ ମାନଙ୍କ ଠାରୁ ୩୨ ଲକ୍ଷ ୧୦ ହଜାର ନଗଦ ଟଙ୍କା ଜବତ କରିଥିଲା । ତେବେ ଜବତ ହୋଇଥିବା ଗଞ୍ଜେଇ କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଚାଲାଣ କରାଯାଉଥିଲା । ସେ ସଂକ୍ରାନ୍ତରେ ପୋଲିସ କୌଣସି ସୂଚନା ଦେଇନଥିବା ବେଳେ ଜବତ ହୋଇଥିବା ଗଞ୍ଜେଇ ପଶ୍ଚିମ ଓଡିଶା ଦେଇ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ଏକ ବିଶ୍ବସ୍ତସୂତ୍ରରୁ ଜଣାପଡିଛି ।

ତେବେ ଏତେ ପରିମାଣର ଟଙ୍କା ଜବତ ହେବା ପରେ ଚନ୍ଦ୍ରପୁର ପୋଲିସ ଏହି ଘଟଣାକୁ ଗୁରୁତର ଭାବେ ଗ୍ରହଣ କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ସୂଚନା ଥାଉକି ଗତ ୨ ବର୍ଷ ହେବ ଲଗାତର ଭାବେ ଚନ୍ଦ୍ରପୁର ଥାନା ଅଞ୍ଚଳର ଦୁର୍ଗମ ପାହାଡ ଉପରେ ବେଆଇନ ଭାବେ ଗଞ୍ଜେଇ ଚାଷ କରାଯାଉଛି । ସେସବୁକୁ ନଷ୍ଟ କରିବାରେ ପୋଲିସ ଅନେକ ଥର ସଫଳ ହୋଇଛି ।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

Last Updated :Sep 3, 2021, 10:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.