କାଳବୈଶାଖୀ କବଳରୁ ଅଳ୍ପକେ ବର୍ତ୍ତିଲା ଜୀବନ, ମାଟିରେ ମିଶିଲା 4ଟି ଘର

author img

By

Published : May 24, 2022, 12:22 PM IST

କାଳବୈଶାଖୀ ପ୍ରଭାବରେ ଘର ନଷ୍ଟ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

କାଳବୈଶାଖୀ ପ୍ରଭାବରେ ରଙ୍ଗମାଟିରେ ଚାରୋଟି ଘର ନଷ୍ଟ ହେବାସହ ଅଳ୍ପକେ ବର୍ତ୍ତିଛନ୍ତି ପରିବାର ଲୋକେ । ଅଧିକ ପଢ଼ନ୍ତୁ

ରାୟଗଡ଼ା: କାଳବୈଶାଖୀ ପ୍ରଭାବରେ ରଙ୍ଗମାଟିରେ 4ଟି ଘର ନଷ୍ଟ ହେବାସହ ଅଳ୍ପକେ ବର୍ତ୍ତିଛନ୍ତି ପରିବାର ଲୋକେ । ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସୁଣ୍ଡିଢାମୁଣୀ ପଞ୍ଚାୟତର ଅନ୍ତର୍ଗତ ରଙ୍ଗମାଟି ଗ୍ରାମରେ । କାଳବୈଶାଖି ପ୍ରଭାବରେ ଗାଁକୁ ଲାଗି ରହିଥିବା ଏକ ବିରାଟକାୟ ତେନ୍ତୁଳି ଗଛ ପଡି ୪ଘର ନଷ୍ଟ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି 4 ପରିବାର ।

କାଳବୈଶାଖୀ ପ୍ରଭାବରେ ଘର ନଷ୍ଟ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ମିଳିଥିବା ସୂଚନା ଅନୁଯାୟୀ, ରଙ୍ଗମାଟି ଗ୍ରାମରେ ସୋମବାର ଅପରାହ୍ନ ୪ଟା ସମୟରେ ପବନ ଓ ବର୍ଷା ହେବା ଫଳରେ ଏକ ତେନ୍ତୁଳି ଗଛପଡି ରଙ୍ଗମାଟି ଗ୍ରାମର ଦେଇ କଲକା, ମକର ମାଣ୍ଡାଙ୍ଗି, ଭୀମ ମାଣ୍ଡାଙ୍ଗି, ସୁନିତା ପାତିକାଙ୍କ ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଖବରପାଇ ରାମନାଗୁଡା ତହସିଲଦାର ସୁଶ୍ରୀ ପ୍ରଭାତୀ ଝୋଡିଆ, ରାମନାଗୁଡା ରାଜସ୍ୱ ନିରୀକ୍ଷକ ପ୍ରମୁଖ ପହଞ୍ଚି କ୍ଷତିଗ୍ରସ୍ତ ପରିବାରଙ୍କୁ ପଲିଥିନ ଯୋଗାଇଦେବା ସହିତ କ୍ଷୟକ୍ଷତି ଆକଳନ କରିଛନ୍ତି ।

ଏନେଇ ଏସ୍ଆରସିଙ୍କୁ ରିପୋର୍ଟ ପ୍ରଦାନ ପରେ ସରକାରୀ ନିୟମ ଅନୁଯାୟୀ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ସେହିପରି ରାମନାଗୁଡା ବ୍ଲକ ଅନ୍ତର୍ଗତ ନିଲାମଗୁଡ଼ା ପଞ୍ଚାୟତ ସ୍ଥିତ ଗୁଗୁରୁପାଙ୍ଗୁ ଗାଁରେ ମଧ୍ୟ କାଳବୈଶାଖୀ ପ୍ରଭାବରେ ପାଞ୍ଚ ପରିବାରର ଚାଳ ଛପର ଉଡ଼ି ଯାଇଥିବା ଜଣାପଡିଛି । ଖବରପାଇ ଓମଡିଙ୍ଗ ରାଜସ୍ୱ ନିରୀକ୍ଷକ ଆରତୀ ବାଉରୀ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରି ପଲିଥିନ ଯୋଗାଇ ଦେଇଥିବା ଜଣାଯାଇଛି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.