ଉତ୍କଳ ଆଲୁମିନା କମ୍ପାନୀ ପାଉଡର ବୋଝେଇ ଡ୍ରାଇଭରଙ୍କୁ ଗୁଳିମାଡ

author img

By

Published : May 15, 2022, 9:51 PM IST

ଉତ୍କଳ ଆଲମୁନି କମ୍ପାନୀ ପାଉଡର ବୋଝେଇ ଡ୍ରାଇଭରଙ୍କୁ ଗୁଳିମାଡ

ଉତ୍କଳ ଆଲୁମିନା କମ୍ପାନୀ ପାଉଡର ବୋଝେଇ ଡ୍ରାଇଭରଙ୍କୁ ଗୁଳିମାଡ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । ଅଧିକ ପଢନ୍ତୁ

ରାୟଗଡା: ଜିଲ୍ଲା କାଶିପୁର ବ୍ଲକର କାଳିଆ ପଡା ଘାଟିରେ ବନ୍ଧୁକ ମୁନରେ ଲୁଟ । ଉତ୍କଳ ଆଲୁମିନା କମ୍ପାନୀରୁ ଆଲମୁନି ପାଉଡର ବୋଝେଇ କରି ବିଶାଖାପାଟଣା ନେଇ ଯାଉଥିବା ଟ୍ରକ ଡାଇଭରଙ୍କୁ ଗୁଳିକଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ଡାକ୍ତରଖାନାରେ ଭର୍ତ୍ତି ।

ଉତ୍କଳ ଆଲମୁନି କମ୍ପାନୀ ପାଉଡର ବୋଝେଇ ଡ୍ରାଇଭରଙ୍କୁ ଗୁଳିମାଡ

ସୂଚନା ଅନୁଯାୟୀ, କାଳିଆ ପଡା ଘାଟି ନିକଟରେ ପୂର୍ବରୁ ଏକ ଗାଡି ଖରାପ ହୋଇ ରହିଥିବାରୁ ଆଲୁମିନା ପାଉଡର ବୋଝେଇ ଟ୍ରକଟି ରାତ୍ରୀ ତମାମ ସେହି ଘାଟି ନିକଟରେ ଅଟକି ରହିଥିଲା । ଭୋର ସମୟରେ 5 ରୁ 6 ଜଣ ଦୁର୍ବୃତ୍ତ ଆସି ଅଟକି ଥିବା ଗାଡି ଡ୍ରାଇଭରଙ୍କ କାଚଭାଙ୍ଗି ତାଙ୍କୁ ଟଙ୍କା ମାଗିଥିଲେ । ଟଙ୍କା ନଦେବାରୁ ତାଙ୍କୁ ଠେଲାପେଲା କରିବା ସହ ଗୁଳିଚାଳଣା କରିଥିଲେ । ଏପରିକି ଡ୍ରାଇଭରଙ୍କ ଗୋଡରେ ମଧ୍ୟ ଗୁଳି ବାଜିଥିଲା ।

ଡ୍ରାଇଭର ଜଣକ ନିକଟରେ ଥିବା ଜଙ୍ଗଲରେ ନିଜ ପ୍ରାଣ ବଞ୍ଚାଇ ଲୁଚି ଯାଇଥିଲା । ପରେ ସେ ବିଶାଖାପାଟଣାସ୍ଥିତ ମାଲ ପରିବହନ ସଂସ୍ଥାକୁ ଏନେଇ ଜଣାଇଥିଲେ । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଟିକିରି ସ୍ଥିତ ଉତ୍କଳ ଆଲୁମିନା ମେଡିକାଲରେ ଭର୍ତ୍ତି କରିଛନ୍ତି । ଡ୍ରାଇଭର ଜଣକ ହେଉଛନ୍ତି ନୟାଗଡାର ରମେଶ ଘଡେଇ । ଟିକିରି ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.