ଲୋକାର୍ପଣକୁ ୯ବର୍ଷ, ଚାଷୀଙ୍କ କାମରେ ଆସିଲା ନାହିଁ ଶୀତଳ ଭଣ୍ଡାର

author img

By

Published : May 16, 2022, 4:11 PM IST

Updated : May 16, 2022, 5:22 PM IST

ଲୋକର୍ପଣକୁ ୯ ବର୍ଷ, ଆଜି ପର୍ଯ୍ୟନ୍ତ ଚାଷୀଙ୍କ କାମରେ ଆସିଲା ନାହିଁ ଶୀତଳ ଭଣ୍ଡାର

ରାୟଗଡାରେ ଥିବା ଶୀତଳ ଭଣ୍ଡାରକୁ ବିତିଲାଣି ୯ ବର୍ଷ । ହେଲେ ଆଜି ପର୍ଯ୍ୟନ୍ତ ଆସିପାରିଲା ନାହିଁ ଚାଷୀଙ୍କ କାମରେ । ଚାଷୀଙ୍କ ସୁବିଧା ଲକ୍ଷ୍ୟରେ ନିର୍ମାଣ ହୋଇଥିବା ଏହି ଭଣ୍ଡାରେ ଏବେ ଭୂତ କୋଠିରେ ପରିଣତ ହୋଇଛି । ଅଧିକ ପଢନ୍ତୁ

ରାୟଗଡା: ଚାଷୀଙ୍କ କାମରେ ଲାଗିପାରୁନାହିଁ ରାୟଗଡ଼ା ଜିଲ୍ଲାର ଏକମାତ୍ର ସରକାରୀ ଶିତଳ ଭଣ୍ଡାର । ସଦର ମହକୁମାରେ ଥିବା ତିନି ତାଲା ବିଶିଷ୍ଟ ଏହି ଶୀତଳ ଭଣ୍ଡାରଟି ନାମକୁ ମାତ୍ର ଚାଷୀଙ୍କ ସୁବିଧା ପାଇଁ ହୋଇଥିବା ବେଳେ ଏହା ଏବେ ଭୂତ କୋଠି ସଦୃଶ ମନେ ହେଉଛି । ବର୍ଷ ବର୍ଷ ଧରି ଏଠାରେ ତାଲା ଝୁଲିରହିଥିବା ବେଳେ ଏବେ ଜଙ୍ଗଲରେ ପରିଣତ ହୋଇଛି।

୨୦୧୩ ମସିହା ଫେବୃଆରି ୪ ତାରିଖରେ ଅବିଭକ୍ତ କୋରାପୁଟ ଜିଲ୍ଲାର ପରିବା ଚାଷୀଙ୍କ ପାଇଁ ରାୟଗଡ଼ା ଠାରେ ୩ କୋଟି ଟଙ୍କା ବ୍ୟୟରେ ଏହି ଶୀତଳ ଭଣ୍ଡାରକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ । ହେଲେ ଲୋକାର୍ପଣର ଦିନ ଠାରୁ ରକ୍ଷଣା ବେକ୍ଷଣ ସାଙ୍ଗକୁ ପରିଚାଳନା ଗତ ତୃଟିକୁ ଯୋଗୁଁ ଚାଷୀଙ୍କ କାମରେ ଲାଗିପାରୁନି ଏତେ ବଡ଼ ଶିତଳ ଭଣ୍ଡାର । ଆଜି ପର୍ଯ୍ୟନ୍ତ ଦିନଟିଏ ମଧ୍ୟ ଖୋଲିନଥିବା ଶୀତଳ ଭଣ୍ଡାର ଯନ୍ତ୍ରାଂଶ ଏବେ ଜରାଜିର୍ଣ୍ଣ ହେବାରେ ଲାଗିଛି ।

ଚାଷୀଙ୍କ କାମରେ ଆସିଲା ନାହିଁ ଶୀତଳ ଭଣ୍ଡାର

କେବଳ ସେତିକି ନୁହେଁ ଶିତଳଭଣ୍ଡାର ଭିତରେ ଜଙ୍ଗଲ ସୃଷ୍ଟି ହୋଇଥିବା ବେଳେ ଗେଟରେ ପଡ଼ିଥିବା ତାଲା ମଧ୍ୟ କଳଙ୍କି ଧରିଲାଣି । ଏପଟେ ଦିନକୁ ଦିନ ଆଳୁ ପିଅଜ ଦର ଆକାଶ ଛୁଆଁ ହୋଇଥିବା ବେଳେ ସାଗ ମାଛ ଦରରେ ପରିବା ବିକ୍ରି ହେଉଛି । ଏଠାରେ ସୁଚନା ଯୋଗ୍ୟକି ଅବିଭକ୍ତ କୋରାପୁଟର କୁନ୍ଦୁଲି ପରିବାହାଟ ରାଜ୍ୟରେ ପ୍ରଥମ । ଏଠାରୁ ସାରା ରାଜ୍ୟକୁ ପ୍ରତିଦିନ ଶହଶହ ଟନ ପରିବା ରପ୍ତାନି ହୁଏ । ସେହିଭଳି ରାୟଗଡ଼ା , କଲୋନରା , ରାମନାଗୁଡ଼ା , ବିଷମକଟକ , ପଦ୍ମପୁର ,ମୁନିଗୁଡ଼ା ଏବଂ ଗୁଣପୁର ଅଚଂଳରୁ ମଧ୍ୟ ପରିବା ଜିଲ୍ଲା ତଥା ଜିଲ୍ଲା ବାହାରକୁ ପଠାଯାଉଛି । ନିୟମଗିରିର ସପୁରି , ପଣସ ଏବଂ କମଳା ରାଜ୍ୟ ବାହାରକୁ ଟ୍ରକ ଟ୍ରକ ସଂଖ୍ୟାରେ ପଠା ଯାଉଥିବା ବେଳେ ଏଠିକା ଉର୍ପାଦିତ ପରିବାରର ଲାଭ ପାଉନାହାଁନ୍ତି ସ୍ଥାନୀୟ ଚାଷୀ ।

ସରକାର ଜିଲ୍ଲାର ଭୌଗୋଳିକ ସ୍ଥିତି ସାଙ୍ଗକୁ ଟ୍ରେନ କିମ୍ବା ସଡ଼କ ପରିବହନର କ୍ଷେତ୍ରରେ ଅବିଭକ୍ତ କୋରାପୁଟ , କଳାହାଣ୍ଡି ଗଜପତି ଜିଲ୍ଲାର କେନ୍ଦ୍ର ସ୍ଥଳି ଥିବା ଯୋଗୁଁ ରାୟଗଡ଼ା ସଦର ମହକୁମାରେ ୯ ବର୍ଷ ତଳେ ୫ ସହ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଏହି ଅତ୍ୟାଧୁନିକ ଶିତଳ ଭଣ୍ଡାର ନିର୍ମାଣ କରିଥିଲେ । ଲକ୍ଷ୍ୟ ଥିଲା ସ୍ଥାନିୟ ଚାଷିଙ୍କ ସମେତ ଅବିଭକ୍ତ କୋରାପୁଟ ଏବଂ ଗଜପତି , କଳାହାଣ୍ଡିର ପରିବା ଚାଷୀ ଏହାର ଲାଭ ଉଠାଇ ପାରବେ । କିନ୍ତୁ ଚାଷ କରୁଥିବା ସ୍ଥାନୀୟ ଚାଷି ଏହାର ସୁବିଧା ପାଇପାରିଲେ ନାହିଁ । ଫଳରେ ଶୀତଳ ଭଣ୍ଡାର ଟିଏ ନଥିବା ଯୋଗୁଁ ବର୍ଷବର୍ଷ ଧରି କ୍ଷତି ସହୁଛନ୍ତି ବୋଲି କହିଛନ୍ତି ପରିବା ଚାଷୀ ।

ସେପଟେ ସରକାର କୃଷି ସାଙ୍ଗକୁ ଉଦ୍ୟନ କୃଷି ପାଇଁ ଯୋଜନା ଉପରେ ଯୋଜନା କରୁଥିଲେ ସୁଧା ତାର ସୁଫଳ ମିଳିପାରୁ ନାହିଁ ପ୍ରକୃତ ଚାଷୀକୁ । କେବଳ ସେତିକି ନୁହେଁ ନିଜ ଉତ୍ପାଦିତ ପରିବାକୁ ସାଇତିରଖିବା ପାଇଁ ବ୍ୟବସ୍ଥା ସହ ଉଚିତ ବଜାର ମିଳିବା ଜରୁରୀ ହୋଇପଡିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ବାରତ

Last Updated :May 16, 2022, 5:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.