ରାୟଗଡା ଦେଇ ଅତିକ୍ରମ କରିବ ବାତ୍ୟା ‘ଗୁଲାବ’, ପ୍ରସ୍ତୁତ ଜିଲ୍ଲା ପ୍ରଶାସନ

author img

By

Published : Sep 26, 2021, 9:33 PM IST

ରାୟଗଡା ଦେଇ ଅତିକ୍ରମ କରିବ ବାତ୍ୟା ‘ଗୁଲାବ’, ପ୍ରସ୍ତୁତ ଜିଲ୍ଲା ପ୍ରଶାସନ

ରାୟଗଡା ଜିଲ୍ଲା ଦେଇ ଅତିକ୍ରମ କରିବ ବାତ୍ୟା ଗୁଲାବ। ବର୍ଷା ସାଙ୍ଗକୁ ପବନ ଆଶଙ୍କା। ପୂର୍ବ ପ୍ରସ୍ତୁତିରେ ଜିଲ୍ଲା ପ୍ରଶାସନ। ଅଧିକ ପଢନ୍ତୁ...

ରାୟଗଡା: ଆଉ କିଛି ସମୟ ରାୟଗଡା ଜିଲ୍ଲା ଦେଇ ଅତିକ୍ରମ କରିବ ବାତ୍ୟା ‘ଗୁଲାବ’। ଫଳରେ ମଧ୍ୟମ ଧରଣର ପବନ ସହ ବର୍ଷା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପୂର୍ବରୁ ଜିଲ୍ଲାକୁ ରେଡ଼ ଆଲର୍ଟ ଦିଆଯାଇଥିବାବେଳେ ଆଜି ସକାଳଠାରୁ ଆକାଶ ମେଘାଛନ୍ନ ରହିବା ସାଙ୍ଗକୁ ସାମାନ୍ୟ ଝିପିଝିପି ବର୍ଷା ଲାଗି ରହିଛି । ପାଣିପାଗ ବିଭାଗ ପକ୍ଷରୁ ଜାରି ୱାର୍ଣ୍ଣିଂ ଆଧାରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆସରିଛି ।

ରାୟଗଡା ଦେଇ ଅତିକ୍ରମ କରିବ ବାତ୍ୟା ‘ଗୁଲାବ’, ପ୍ରସ୍ତୁତ ଜିଲ୍ଲା ପ୍ରଶାସନ

ଜିଲ୍ଲାର ଦୁଇ ପ୍ରମୁଖ ନଦୀ ବଂଶଧାରା ଓ ନାଗାବଳୀର ଜଳସ୍ତର ଉପରେ ପ୍ରଶାସନ ପକ୍ଷରୁ କଡା ନଜର ରଖାଯାଇଛି । ଜିଲ୍ଲର ସମସ୍ତ ବ୍ଲକର ବିଡ଼ିଓ ଓ ତହସିଲଦାରଙ୍କୁ ଆଲର୍ଟ କରାଯାଇଛି । ନଦୀକୂଳିଆ ଓ ତଳିଆ ଅଞ୍ଚଳଗୁଡିକ ଉପରେ ଦୃଷ୍ଟି ରଖାଯାଇଛି । ସେସଖାଲ, କୁଟ୍ରାଗଡ଼, ଓ ବିକ୍ରମପୁରର ୩ଟି ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇ ଥିବାବେଳେ ନଦୀକୂଳିଆ ଗ୍ରାମ ଗୁଡିକରେ ୯୭ ବିଦ୍ୟାଳୟ ଗୃହକୁ ଅସ୍ଥାୟୀ ଆଶ୍ରୟସ୍ଥଳୀ ଭାବେ ପ୍ରସ୍ତୁତ କରାଯାଇଛି । ଜିଲ୍ଲାରେ 4ଟି NDRF ଓ 6ଟି ଓଡ୍ରାଫ ଟିମ ମୁତୟନ ରହିଛନ୍ତି । ସେଥିରୁ 4 ଟି NDRF ଓ 3ଟି ଓଡ୍ରାଫ ଟିମକୁ ଗୁଣପୁରରେ ଓ ଅନ୍ୟ ଏକ ଟିମକୁ କଲ୍ୟାଣସିଂପୁର ଏବଂ ବାକି 2ଟି ଟିମ ଜିଲ୍ଲା ସଦର ମହକୁମାରେ ମୁତୟନ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୧୪ଟି ପଞ୍ଚାୟତର 2ହଜାର ଲୋକଙ୍କୁ ୧୮ଟି ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବାବେଳେ ଯେକୌଣସି ପରିସ୍ଥିତିରେ ଆବଶ୍ୟକ ପଡିଲେ ଅବଶିଷ୍ଟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବାର ସମସ୍ତ ବନ୍ଦୋବସ୍ତ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ଭୂସ୍କଳନ ହେବାର ଆଶଙ୍କା ଥିବାରୁ ଲୋକଙ୍କୁ ଡ଼ାକବାଜି ଯନ୍ତ୍ର ଯୋଗେ ସତର୍କ ରହିବା ପାଇଁ ଘୋଷଣା କରାଯିବା ସହ ପୁର୍ତ୍ତ ବିଭାଗକୁ ଆଲର୍ଟ ରଖାଯାଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.