ଓଡିଶା ବ୍ରାହ୍ମଣ କଲ୍ୟାଣ ନିଗମ ଦାବିରେ ରାଜ୍ୟସରକାରଙ୍କୁ ଦାବିପତ୍ର

author img

By

Published : May 21, 2022, 11:37 AM IST

brahmin community of rayagada demand to setup an Odisha Brahmin Welfare Corporation

ରାଜ୍ୟରେ ବ୍ରାହ୍ମଣ କଲ୍ୟାଣ ନିଗମ ଦାବି ଜୋର ଧରିଛି । ଓଡିଶା ବ୍ରାହ୍ମଣ କଲ୍ୟାଣ ନିଗମ ଦାବିରେ ରାଜ୍ୟସରକାରଙ୍କୁ ଦାବିପତ୍ର ଦେଲେ ବ୍ରାହ୍ମଣ ମହାସଂଘ । ଅଧିକ ପଢନ୍ତୁ

ରାୟଗଡା: ରାଜ୍ୟରେ ବ୍ରାହ୍ମଣ କଲ୍ୟାଣ ନିଗମ ଦାବି ଜୋର ଧରିଛି । ଏହି ଅବସରରେ ଓଡିଶାରେ ଥିବା ଗରୀବ ବ୍ରାହ୍ମଣ ପରିବାରଙ୍କ ଉତଥାନ ପାଇଁ ଅନ୍ୟ ରାଜ୍ୟ ଭଳି ଓଡିଶାରେ ମଧ୍ୟ ତୁରନ୍ତ ବ୍ରାହ୍ମଣ କଲ୍ୟାଣ ନିଗମ ନିର୍ମାଣ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ବ୍ରାହ୍ମଣ ମହାସଂଘ । ରାଜ୍ୟର ସମସ୍ତ ଜିଲ୍ଳାର ବ୍ରାହ୍ମଣ ଦେବତାଙ୍କୁ ନେଇ ଗତକାଲି(ଶୁକ୍ରବାର) ରାୟଗଡା ଜିଲ୍ଲା ବ୍ରାହ୍ମଣ ସମାଜ ଆନୁକୂଲ୍ୟରେ ସ୍ଥାନୀୟ କୃଷ୍ଣଚନ୍ଦ୍ର ନଗର ଭବନଠାରେ ଓଡିଶା ବ୍ରାହ୍ମଣ ମହାସଂଘର ରାଜ୍ୟସ୍ତରୀୟ ବ୍ରାହ୍ମଣ ମହାସଭା ଆୟୋଜିତ ହୋଇଛି ।

ଓଡିଶା ବ୍ରାହ୍ମଣ କଲ୍ୟାଣ ନିଗମ ଦାବିରେ ରାଜ୍ୟସରକାରଙ୍କୁ ଦାବିପତ୍ର

ରାୟଗଡା ଜିଲ୍ଳା ବ୍ରାହ୍ମଣ ସମାଜ (Brahmin Community) ସଭାପତି ମଦନମୋହନ ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମହାସଭା କାର୍ଯ୍ୟକ୍ରମରେ ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ପ୍ରେରିତ ପ୍ରତିନିଧି ତଥା ଆଦିତ୍ୟ ବାହିନୀର ସର୍ବଭାରତୀୟ ମହାସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ଭାରତୀୟ ସଂସ୍କୃତି ଗବେଷକ ପଣ୍ଡିତ ପ୍ରଫୁଲ୍ଲ କୁମାର ରଥ, ସମ୍ମାନୀତ, ଓଡିଶା ବ୍ରାହ୍ମଣ ସମାଜ ସଭାପତି ଡ.ସଦାନନ୍ଦ ଦିକ୍ଷିତ, ଜିଲ୍ଲା ବ୍ରାହ୍ମଣ ସମାଜ ଶକ୍ତି ବାହିନୀ ସଭାନେତ୍ରୀ ଶୁଭ୍ରା ପଣ୍ଡା, ଓଡିଶା ବ୍ରାହ୍ମଣ ମହାସଂଘ ରାଜ୍ୟ ଉପସଭାପତି ରଞ୍ଜନ ରଥ, ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ମିଶ୍ର ବ୍ରହ୍ମଶକ୍ତି ପୁସ୍ତିକା ସ୍ମରଣୀକା ଉନ୍ମୋଚନ କରି ବ୍ରାହ୍ମଣ ସମାଜର ବିକାଶ ଓ ବ୍ରାହ୍ମଣ ରିତିନୀତି ପାଳନ ବିଷୟରେ ବ୍ରାହ୍ମଣ ସମାଜକୁ ଆଲୋକପାତ କରିଥିଲେ ।

ଏହି ମହାସଭା କାର୍ଯ୍ୟକ୍ରମରେ ଜିଲ୍ଲାର ୧୧ଗୋଟି ବ୍ଳକର ବ୍ରାହ୍ମଣ ପ୍ରତିଭାଙ୍କ ସମେତ ରାଜ୍ୟସ୍ତରୀୟ ଅତିଥିମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିବା ବେଳେ ସ୍ଥାନୀୟ ବ୍ରାହ୍ମଣ ପିଲାଙ୍କୁ ନେଇ ସାମୁହିକ ବ୍ରତପୋନୟନ ସାଙ୍ଗକୁ ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଓଡିଶାରେ ଥିବା ଗରୀବ ବ୍ରାହ୍ମଣ ପରିବାରଙ୍କ ଉତଥାନ ପାଇଁ ଅନ୍ୟ ରାଜ୍ୟ ଭଳି ଓଡିଶାରେ ମଧ୍ୟ ତୁରନ୍ତ ବ୍ରାହ୍ମଣ କଲ୍ୟାଣ ନିଗମ ନିର୍ମାଣ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ଭେଟି ପ୍ରଦାନ କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.