ରାୟଗଡ଼ା ଗସ୍ତରେ ରାଜ୍ୟ ବିଧାନସଭା ସଦାଚାର କମିଟି

author img

By

Published : Sep 14, 2022, 8:56 AM IST

ରାୟଗଡ଼ା ଗସ୍ତରେ ରାଜ୍ୟ ବିଧାନସଭା ସଦାଚାର କମିଟି

ରାୟଗଡ଼ା ଜିଲ୍ଲା ଗସ୍ତରେ ରାଜ୍ୟ ବିଧାନସଭା ସଦାଚାର କମିଟି । ରାଜ୍ୟ ବିଧାନସଭା ସଦାଚାର କମିଟି ପକ୍ଷରୁ ରାୟଗଡ଼ା ଜିଲ୍ଲା ଗସ୍ତ କରି ଜିଲ୍ଲାର ଉଚ୍ଚପଦାଧିକାରୀଙ୍କ ସହିତ ଜନପ୍ରତିନିଧିଙ୍କ ଅଭିଯୋଗ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ସମୀକ୍ଷା କରିଥିଲେ । ଅଧିକ ପଢ଼ନ୍ତୁ

ରାୟଗଡ଼ା: ଜିଲ୍ଲା ଗସ୍ତରେ ରାଜ୍ୟ ବିଧାନସଭା ସଦାଚାର କମିଟି । ରାଜ୍ୟ ବିଧାନସଭା ସଦାଚାର କମିଟି ପକ୍ଷରୁ ରାୟଗଡ଼ା ଜିଲ୍ଲା ଗସ୍ତ କରି ଜିଲ୍ଲାର ଉଚ୍ଚପଦାଧିକାରୀଙ୍କ ସହିତ ଜନପ୍ରତିନିଧିଙ୍କ ଅଭିଯୋଗ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ସମୀକ୍ଷା କରିଥିଲେ । ବିଧାନସଭା ସଦାଚାର କମିଟିର ସଭାପତି ତଥା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟତଃ ବିଧାନସଭା ପ୍ରଣୀତ ବୁକ୍‍ ସର୍କୁଲାର-୪୭ ଅନୁଯାୟୀ ଜନପ୍ରତିନିଧୀଙ୍କ ଚିଠି ପହଞ୍ଚିବାକ୍ଷଣି ତୁରନ୍ତ ପ୍ରାପ୍ତି ସ୍ୱୀକାର ପ୍ରଦାନ କରାଯିବ ।

ରାୟଗଡ଼ା ଗସ୍ତରେ ରାଜ୍ୟ ବିଧାନସଭା ସଦାଚାର କମିଟି

ଏଥିପାଇଁ ଜିଲ୍ଲାସ୍ତରରୁ ଆରମ୍ଭ କରି ନିମ୍ନସ୍ତର ପର୍ଯ୍ୟନ୍ତ ଉପଯୁକ୍ତ କାର୍ଯ୍ୟାଳୟରେ ଜଣେ ଜଣେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ସମନ୍ୱୟକାରୀ ଭାବେ ନିଯୁକ୍ତ କରାଯିବ । ସେହିପରି ପ୍ରତ୍ୟେକ ମାସର ଏକ ତାରିଖ ଓ ପନ୍ଦର ତାରିଖରେ ଜିଲ୍ଲାର କାର୍ଯ୍ୟାଳୟ ଗୁଡିକରେ ଜନପ୍ରତିନିଧିଙ୍କ ଚିଠି ଗୁଡିକର ସମୀକ୍ଷା ହେବ । ଚିଠିର ସର୍ବଶେଷ ଉତ୍ତର ଦେବା ସମ୍ଭବ ନହେଲେ ଅନ୍ତରୀଣ ଉତ୍ତର ପ୍ରଦାନ କରାଯିବ ।

ନିର୍ବାଚନ ମଣ୍ଡଳୀର ଉନ୍ନୟନ କମିଟି ବୈଠକ ପ୍ରତି ତିନି ମାସ ଥରେ ଅନୁଷ୍ଠିତ ହେବ । ବୈଠକର ବିବରଣୀ ପ୍ରତ୍ୟେକ ସଦସ୍ୟ ଓ ନ୍ୟସ୍ତଥିବା ବିଭାଗ ଅଧିକାରୀଙ୍କୁ ପ୍ରଦାନ କରାଯିବ । ପ୍ରତ୍ୟେକ ବିଭାଗର ମୁଖ୍ୟ ଜିଲ୍ଲାସ୍ତରୀୟ ଆହୁତ ବୈଠକରେ ଉପସ୍ଥିତ ରହିବେ । ଏକାଧିକବାର ଅନୁପସ୍ଥିତ ରହିଲେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‍ ଦିଆଯିବ ।

ସଦାଚାର କମିଟି ଅନ୍ତର୍ଭୁକ୍ତ ଚିଠି ଗୁଡିକର ଉତ୍ତର ପ୍ରଦାନ ବ୍ୟବସ୍ଥା ସଂକ୍ରାନ୍ତରେ ବିଚାର କରାଯିବ ବୋଲି ଅଧ୍ୟକ୍ଷ ମତପ୍ରକାଶ କରିଥିଲେ । ବୈଠକରେ କମିଟିର ସଦସ୍ୟଙ୍କ ମଧ୍ୟରେ ପ୍ରଫୁଲ ସାମଲ, ପିତମ୍‍ ପାଢୀ, ଅଙ୍ଗଦ କହଁର ଓ ଦାଶରଥୀ ଗମାଙ୍ଗ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ପ୍ରମୁଖ ଯୋଗଦେଇ ବିଧାନସଭା ପ୍ରଣୀତ ବୁକ୍‍ ସର୍କୁଲାର-୪୭ ବିଷୟରେ ଜିଲ୍ଲାର ଉଚ୍ଚ ପଦାଧୀକାରୀଙ୍କ ସହିତ ଆଲୋଚନା କରିଥିଲେ ।

ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବହୁତ ସୁନ୍ଦର ଭାବରେ କାର୍ଯ୍ୟ ହେଉଛି ବୋଲି ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ବିଧାନସଭା ସଦାଚାର କମିଟି ପ୍ରଶଂସା କରିଥିଲେ । ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତି ସ୍ୱଧା ଦେବ ସିଂ ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ବିଧାନସଭା ସଦାଚାର କମିଟିର ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ଅବଗତ କରାଇଥିଲେ । ବିଧାନସଭା ସଦାଚାର କମିଟି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଅତିରକ୍ତ ଜିଲ୍ଲା ପାଳ ଧର୍ମାନନ୍ଦ ବେହେରା, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହି ଅଧିକାରୀ ରବିନାରାୟଣ ତ୍ରିପାଠୀ, ଉପଜିଲ୍ଲାପାଳ ଭୀମସେନ ଶବରଙ୍କ ସମେତ ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.