ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସର୍ବୋତ୍ତମ

author img

By

Published : Sep 28, 2022, 10:07 PM IST

ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସର୍ବୋତ୍ତମ

ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସର୍ବୋତ୍ତମ । ଏନେଇ ଚିକିତ୍ସାଳୟକୁ ମଳିଛି ଜାତୀୟ ଗୁଣାବତ୍ତା ନିଶ୍ଚିତତାମାନ ପ୍ରମାଣପତ୍ର(NQAS) । ଅଧିକ ପଢ଼ନ୍ତୁ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସର୍ବୋତ୍ତମ । ଏନେଇ ଚିକିତ୍ସାଳୟକୁ ମଳିଛି ଜାତୀୟ ଗୁଣାବତ୍ତା ନିଶ୍ଚିତତାମାନ ପ୍ରମାଣପତ୍ର(NQAS) । ଚିକିତ୍ସାଳୟର ଗୁଣାବତ୍ତାମାନ ରଖିବା କ୍ଷେତ୍ରରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଦିଆଯାଇଛି ଏହି ମାନପତ୍ର । ଯାହାକି ସ୍ୱାସ୍ଥ୍ୟସେବା କ୍ଷେତ୍ରର ସର୍ବୋତ୍ତମ ପ୍ରମାଣପତ୍ର । ଏହି ପ୍ରମାଣପତ୍ର ଆସନ୍ତା ତିନି ବର୍ଷ ପାଇଁ ବୈଧ ରହିବ ।

ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସର୍ବୋତ୍ତମ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ୧୪ଟି ବିଭାଗ ଯେପରିକି ବର୍ହିବିଭାଗ, ଅର୍ନ୍ତବିଭାଗ, ପ୍ରସବ ଗୃହ, ଅସ୍ତ୍ରୋପଚାର କକ୍ଷ, ମାତୃତ୍ୱ ଅସ୍ତ୍ରୋପଚାର କକ୍ଷ ସମେତ ବିଭିନ୍ନ ସେବା କେନ୍ଦ୍ର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସର୍ବୋଚ୍ଚ ସ୍ତରରେ ରହିଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ଲାଲମୋହନ ରାଉତରାୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏହି ସଫଳତାରେ ନିଜର ଖୁସି ବ୍ୟକ୍ତ କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ମନୋନୀତ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ଗତ ଜୁଲାଇ ମାସରେ ସମସ୍ତ ବିଭାଗକୁ ପ୍ରତ୍ୟକ୍ଷଭାବେ ମୂଲ୍ୟାଙ୍କନ କରାଯାଇଥିଲା । ଏପରିକି ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଇଥିଲା । ଏହାପରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ NQAS ପ୍ରମାଣପତ୍ର ମଞ୍ଜୁର କରାଯାଇଥିଲା ।

ବିଭାଗୀୟ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହି ଚିକିତ୍ସାଳୟ ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ସର୍ବୋତ୍ତମ ପ୍ରମାଣପତ୍ର ସମ୍ଭବ ହୋଇପାରିଲା । ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କର୍ଯ୍ୟକ୍ରମ ପରିଚାଳକ ଜେ.ରାଜେଶ୍ୱର ରାୟ ପଟ୍ଟନାୟକ, ହସ୍ପିଟାଲ ମ୍ୟାନେଜର ସୌମ୍ୟରଞ୍ଜନ ସାହୁ ଏବଂ ଲକ୍ଷ୍ମୀପ୍ରିୟା ସ୍ୱାଇଁ, ଚିକିତ୍ସାଳୟର ସମସ୍ତ କର୍ମଚାରୀ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ଅଧିକାରୀଙ୍କ ନିରନ୍ତର ପ୍ରଚେଷ୍ଟା ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସୁପରିଟେଣ୍ଡେଣ୍ଟ ଡା ବରଦାକାନ୍ତ ମିଶ୍ର ମତପୋଷଣ କରିଥିଲେ ।

ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ଗୁଣବତ୍ତା ବ୍ୟତୀତ ଭିତ୍ତିଭୂମୀରେ ଉନ୍ନତି ଆସିଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ରାୟଗଡ ସହରାଞ୍ଚଳ ପ୍ରାଥମିକ କେନ୍ଦ୍ର -୧କୁ ମଧ୍ୟ ଜାତୀୟ ଗୁଣାବତ୍ତା ନିଶ୍ଚିତତାମାନ ପ୍ରମାଣପତ୍ର (NQAS) ମିଳିଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.