ରାୟଗଡ଼ାରେ ରାଷ୍ଟ୍ରୀୟ ଲୋକ ଅଦାଲତ, ତୁଟିଲା ୮୫ଟି ମାମଲା

author img

By

Published : Sep 19, 2021, 7:28 PM IST

ରାୟଗଡ଼ାରେ ରାଷ୍ଟ୍ରୀୟ ଲୋକ ଅଦାଲତ, ୮୫ଟି ମାମଲା ତୁଟିଲା

ଜିଲ୍ଲାର ବିଭିନ୍ନ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଲୋକ ଅଦାଲତରେ ମୋଟ ୮୫ଟି ମାମଲାର ଫଇସଲା ହୋଇଛି । ଅଧିକ ପଢ଼ନ୍ତୁ...

ରାୟଗଡ଼ା: ଜିଲ୍ଲାର ବିଭିନ୍ନ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଲୋକ ଅଦାଲତରେ ମୋଟ ୮୫ଟି ମାମଲାର ଫଇସଲା ହୋଇଛି । ରାୟଗଡା ସିଭିଲ୍‌ କୋର୍ଟ ଏବଂ ଜିଲ୍ଲାର ତାଲୁକା ସ୍ଥରରେ ଥିବା ସମସ୍ତ କୋର୍ଟ ମାନଙ୍କରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି ।

ରାୟଗଡ଼ାରେ ରାଷ୍ଟ୍ରୀୟ ଲୋକ ଅଦାଲତ, ୮୫ଟି ମାମଲା ତୁଟିଲା

ଜିଲ୍ଲା ଜର୍ଜ ତଥା ଆଇନ ସେବା ପ୍ରାଧିକାରଣ ଅଧକ୍ଷ ବିକ୍ରମ କେଶରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧୀନ ମକଦ୍ଦମା, ଦେୱାନି, ଫୌଜଦାରୀ, ସାଲିସ, ବ୍ୟାଙ୍କ ଋଣ, ମୋଟର ଯାନ ଦୁର୍ଘଟଣା, ପାରିବାରିକ ବିବାଦ ଭଳି ୮୫ଟି ମାମଲାର ସମାଧାନ ହୋଇଛି ।

ଜାତୀୟ ଲୋକ ଅଦାଲତରେ ୫୧ଲକ୍ଷ ୪୦ହଜାର ୬୯୩ ଟଙ୍କା ବିବାଦର ଫଇସଲା ହୋଇଥିବା ବେଳେ ୧୩ଲକ୍ଷ ୧୪ହଜାର ୧୧୦ଟଙ୍କା ଜୋରିମାନା ଆଦାୟ ହୋଇଛି । ଏହାକୁ ନେଇ ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକାରଣ ସମ୍ପାଦକ ମନୋରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଦୀର୍ଘଦିନ ଧରି ଏହି ମାମଲାଗୁଡ଼ିକର ବିଚାର ହୋଇ ପାରୁନଥିଲା । ଫଳରେ ବାରମ୍ବାର କୋର୍ଟକୁ ଧାଇଁ ହନ୍ତସନ୍ତ ହେଉଥିଲେ ଲୋକେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.