ଖଣି ପ୍ରତିଷ୍ଠାନ ଟ୍ରଷ୍ଟି ବୋର୍ଡର ୭ତମ ବୈଠକ ଅନୁଷ୍ଠିତ

author img

By

Published : Sep 19, 2021, 2:19 PM IST

ଖଣି ପ୍ରତିଷ୍ଠାନ ଟ୍ରଷ୍ଟି ବୋର୍ଡର ୭ ତମ ବୈଠକ ଅନୁଷ୍ଠିତ

ଅନୁଷ୍ଠିତ ହୋଇଯାଇଛି ଖଣିଜ ପ୍ରତିଷ୍ଠାନ ବୋର୍ଡର ୭ତମ ବୈଠକ । ଏହି ବୈଠକରେ ମୁଖ୍ୟତଃ ଖଣିଜ ପଦାର୍ଥ ଉତ୍ତୋଳନ ଓ ଶିଳ୍ପ ପ୍ରତିଷ୍ଠାନ ଯୋଗୁଁ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ମୌଳିକ ସମସ୍ୟାର ସମାଧାନ ଉପରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା । ଅଧିକ ପଢନ୍ତୁ...

ରାୟଗଡ଼ା: ଅନୁଷ୍ଠିତ ହୋଇଯାଇଛି ଖଣିଜ ପ୍ରତିଷ୍ଠାନ ବୋର୍ଡର ୭ତମ ବୈଠକ । ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋରାପୁଟ ଲୋକ ସଭା ସାଂସଦ ସପ୍ତଗିରି ଉଲ୍ଲାକା, ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ଖଣିଜ ପ୍ରତିଷ୍ଠାନ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ପିଡି, ଡି.ଆର୍‍.ଡି.ଏ ମହେଶ୍ବର ଚନ୍ଦ୍ର ନାଏକ ପ୍ରମୁଖ ଯୋଗଦାନ କରିଥିଲେ ।

ଖଣି ପ୍ରତିଷ୍ଠାନ ଟ୍ରଷ୍ଟି ବୋର୍ଡର ୭ ତମ ବୈଠକ ଅନୁଷ୍ଠିତ

ଏହି ବୈଠକରେ ମୁଖ୍ୟତଃ ଖଣିଜ ପଦାର୍ଥ ଉତ୍ତୋଳନ ଓ ଶିଳ୍ପ ପ୍ରତିଷ୍ଠାନ ଯୋଗୁଁ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ମୌଳିକ ସମସ୍ୟାର ସମାଧାନ ଉପରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା । ଏହାଦ୍ବାରା ସିଧାସଳଖ ଓ ଆଶିଂକ ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କୁ ଥଇଥାନ ଓ ମୌଳିକ ସୁବିଧା ନିମନ୍ତେ ଆଗ୍ରାଧିକାର ଭିତ୍ତିରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ବିଶେଷ କରି ପ୍ରଭାବିତ ଅଞ୍ଚଳରେ ଜୀବନଜୀବିକା, ପାନୀୟଜଳ, ଶିକ୍ଷା, ସ୍ବାସ୍ଥ୍ୟ ଯୋଗାଯୋଗ ଓ ଜଳସେଚନକୁ ଅଗ୍ରାଧୀକାର ଭିତ୍ତିରେ ଗୁରୁତ୍ବ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଏପଟେ ସାଂସଦ ମଧ୍ୟ ପ୍ରଭାବିତ ଅଞ୍ଚଳରେ ଗୁରୁତ୍ବ ଦେବାକୁ ଅନୁରୋଧ କରିଥିଲେ । ସେହିପରି ବିଧାୟକ କହିଥିଲେ ଯେ, ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ସଂସ୍ଥା ଯେକୌଣସି ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରୁନା କାହିଁକି, ପିଇବା ପାଣି ଯୋଗାଇବାକୁ ଯେପରି କୌଣସି ପ୍ରକାର ଅସୁବିଧା ନ ହେବ, ସେ ଦିଗରେ ଦୃଷ୍ଟି ଦିଆଯିବ । ଅନ୍ୟପଟେ ପୂର୍ବରୁ କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପ ଗୁଡିକର ସଂପୂର୍ଣ୍ଣ ହୋଇନଥିବାରୁ ଅସନ୍ତୋଷ ବ୍ୟକ୍ତି କରିଥିଲେ ଏବଂ ଏହାକୁ ଯଥାଶିଘ୍ର ସାରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.