ଫିଲ୍ମ ଷ୍ଟାଇଲରେ ଲୁଟ; କୋରିୟର୍ ବୟ କହି ଘରେ ପଶିଲେ, ଲୁଟିଲେ ୨୫ ଭରି ସୁନା

author img

By

Published : Sep 3, 2021, 11:02 AM IST

ଫିଲ୍ମ ଷ୍ଟାଇଲରେ ଲୁଟ;କୋରିୟର୍ ବୟ କହି ଘରେ ପଶିଲେ, ଲୁଟିଲେ ୨୫ ଭରି ସୁନା

ଛୁରୀ ଦେଖାଇ ଘରୁ ୨୫ ଭରି ସୁନା ଲୁଟ୍ ଅଭିଯୋଗ । ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାର୍ଡ ଦ୍ୱାରା ପୋଲିସର ଛାନଭିନ ଜାରି । ଅଧିକ ପଢନ୍ତୁ...

ରାୟଗଡା: ଫିଲ୍ମ ଷ୍ଟାଇଲରେ ଲୁଟ । ଛୁରୀ ଦେଖାଇ ଘରୁ ନେଇଗଲେ ୨୫ ଭରି ସୁନା । ରାୟଗଡା ଜିଲ୍ଲା ଗୁଣୁପୁର ପୈାରପରିଷଦ ବାବୁଲିନଗର ଅଞ୍ଚଳରୁ ହୋଇଛି ଲୁଟ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି ।

ଫିଲ୍ମ ଷ୍ଟାଇଲରେ ଲୁଟ;କୋରିୟର୍ ବୟ କହି ଘରେ ପଶିଲେ, ଲୁଟିଲେ ୨୫ ଭରି ସୁନା

ସୂଚନା ଅନୁଯାୟୀ ବିନୋଦ ଚନ୍ଦ୍ର ମହାପାତ୍ରଙ୍କ ପୁଅବୋହୁ ଓ ପତ୍ନୀ ରାୟଗଡା ଅଭିମୁଖେ ଯାଇଥିଲେ । ଘରେ କେବଳ ବିନୋଦ ଚନ୍ଦ୍ର ମହାପାତ୍ର ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତ ଜଣକ କୋରିୟର୍ ବୟ କହି ଘରକୁ ପଶିଥିଲେ । ଏହାପରେ ବୃଦ୍ଧ ଜଣକ ମଧ୍ୟ କୋରିୟର୍ ବୟ ଭାବି ଘରର ଫାଟକ ତାଙ୍କ ପାଇଁ ଖୋଲିଥିଲେ । ଘରେ ପଶିବା ପରେ ଦୁର୍ବୃତ୍ତ ପିଇବା ପାଣି ମାଗିଥିଲେ । ବୃଦ୍ଧ ପିଇବା ପାଣି ଦେବାକୁ ଗଲାବେଳେ ଛୁରୀ ଦେଖାଇ ଭୟଭୀତ କରିଥିଲେ ।

ଆଉ ବୃଦ୍ଧ ପିନ୍ଧିଥିବା ଚେନ୍ ,ହାତର ବ୍ରେସ୍ଲେଟ୍, ଓ ଘର ଆଲମୀରାରେ ଥିବା ବିଭିନ୍ନ ଗହଣାକୁ ଚୋରି କରି ଜବରଦସ୍ତି ନେଇଯାଇଲେ । ଏହି ଖବର ତାଙ୍କ ପୁଅ ରମାକାନ୍ତ ଜାଣିବା ପରେ ଗୁଣୁପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପେର ଘଟଣାସ୍ଥଳରେ ଗୁଣୁପୁର ପୋଲିସ୍ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିବା ବେଳେ ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାର୍ଡ ଦ୍ୱାରା ଅଧିକ ତଦନ୍ତ ଜାରି ରହିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.