ଜେଲରୁ ବିଚାରଧୀନ କଏଦୀଙ୍କ ମୃତ୍ୟୁ

author img

By

Published : Sep 29, 2022, 10:30 PM IST

ଜିଲ୍ଲା ମୁଖ୍ୟ କାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ

ପୁରୀ ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ ବିଚାରାଧୀନ କଏଦୀ ଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ପୁରୀ: ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ (under trail prisoner death in puri jail) । ମୃତ କଏଦୀ ଜଣକ ହେଉଛନ୍ତି ସତ୍ୟବାଦୀ ଥାନା ବିଶ୍ବନାଥପୁର ହାଟସାହିର ବାସିନ୍ଦା ଶିବ ଭୋଇ । ସୂଚନା ଅନୁଯାୟୀ, ମୃତ ଶିବ ଭୋଇ ଏକ ଦୁଷ୍କର୍ମ ମାମଲାରେ ଜେଲ ଯାଇ ଥିଲେ । କିନ୍ତୁ ତାଙ୍କର ସ୍ପାଇନାଲ୍ ଇଞ୍ଜୁରି ନେଇ ଚିକିତ୍ସା ଜେଲ୍ ଭିତରେ କରାଯାଉ ଥିଲା ।

ତେବେ ଆଜି ସେ ଚିକିତ୍ସାରେ ଥିବା ବେଳେ ଅଵସ୍ଥା ଗୁରୁତର ହୋଇ ପଡିଥିଲା। ଏନେଇ ଆଜି ସେ ଚିକିତ୍ସାରେ ଥିବା ବେଳେ ଅଵସ୍ଥା ଗୁରୁତର ହୋଇ ପଡିଥିଲା। ପରେ ଜେଲ କର୍ମଚାରୀ ଅଧିକ ଚିକିତ୍ସା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପୋଲିସ୍ ମୃତଦେହକୁ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠାଇଛି । ପୋଷ୍ଟ ମର୍ଟମ ରିପୋର୍ଟ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ପୋଲିସ କହିଛି ।

ତେବେ ପୁରୀ ମେଡିକାଲ ରୁ ମୁଖ୍ୟ ଜେଲ୍ 25 କିଲୋମିଟର । ତେବେ ଅନେକ ସମୟରେ ରାସ୍ତା ଦୂର ଯୋଗୁଁ ଜେଲ୍ ରୁ ଗୁରୁତର ଅସୁସ୍ଥ ବନ୍ଦୀଙ୍କୁ ପୁରୀ ମୁଖ୍ୟ ମେଡିକାଲ ଆଣିବାରେ ବହୁ ବିଳମ୍ବ ହେଉଛି । ଏଣୁ ଚିକିତ୍ସାରେ ବିଳମ୍ବ ଯୋଗୁଁ ଅନେକ ସମୟରେ କଏଦୀଙ୍କ ମୃତ୍ୟୁ ହେଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.