ଶ୍ରୀମନ୍ଦିର ଛତିସା ନିଯୋଗ ବୈଠକ, ମହାପ୍ରଭୁଙ୍କ କାର୍ତ୍ତିକ ନୀତିକାନ୍ତି ଚୂଡାନ୍ତ

author img

By

Published : Sep 23, 2022, 7:59 AM IST

Updated : Sep 23, 2022, 9:00 AM IST

ଶ୍ରୀମନ୍ଦିର ଛତିସା ନିଯୋଗ ବୈଠକ, ମହାପ୍ରଭୁଙ୍କ କାର୍ତ୍ତିକ ନୀତିକାନ୍ତି ହେଲା ଚୁଡାନ୍ତ

ଅକ୍ଟୋବର ୬ ତାରିଖରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାର୍ତ୍ତିକ ନୀତି କାନ୍ତି ସହ ରାଧାଦାମୋଦର ବେଶ ଓ ବାଳ ଭୋଗ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଗୁରୁବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ପ୍ରଶାସନର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା ଉଭୟ ନୀତି ସବ କମିଟି ଓ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଚୁଡାନ୍ତ । ଅଧିକ ପଢନ୍ତୁ

ପୁରୀ: ଶ୍ରୀମନ୍ଦିର ଛତିସା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହାପ୍ରଭୁଙ୍କ କାର୍ତ୍ତିକ ନୀତିକାନ୍ତି ହେଲା ଚୂଡାନ୍ତ । ଅକ୍ଟୋବର ୬ ତାରିଖରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାର୍ତ୍ତିକ ନୀତି କାନ୍ତି ସହ ରାଧାଦାମୋଦର ବେଶ ଓ ବାଳ ଭୋଗ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ପ୍ରଶାସନର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ଏନେଇ ଉଭୟ ନୀତି ସବ୍ କମିଟି ଓ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି। କୋଭିଡ କଟକଣା ହଟିବା ପରେ ଦୀର୍ଘ ଦୁଇବର୍ଷ ପରେ ହବିଷ୍ୟାଳୀଙ୍କ ପ୍ରବଳ ଭିଡ଼ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତି କାନ୍ତି ଉପରେ ଗୁରୁତ୍ବ ଦିଆଯାଇଛି । ଅକ୍ଟୋବର ୬ ତାରିଖରୁ ନଭେମ୍ବର ୮ ପର୍ଯ୍ୟନ୍ତ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଅନୁଷ୍ଠିତ ହେବ ।

ଶ୍ରୀମନ୍ଦିର ଛତିସା ନିଯୋଗ ବୈଠକ, ମହାପ୍ରଭୁଙ୍କ କାର୍ତ୍ତିକ ନୀତିକାନ୍ତି ହେଲା ଚୁଡାନ୍ତ

ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଅକ୍ଟୋବର ୬ରୁ ସକାଳ ୬.୧୫ରେ ରାଧା ଦାମୋଦର ବେଶ ଓ ସକାଳ ୧୦ ଟାରୁ ୧୦.୩୦ ମଧ୍ୟରେ ବାଳଧୂପ ନୀତି ଅନୁଷ୍ଠିତ ହେବ । ତେବେ ଅକ୍ଟୋବର ୩୧ରେ ମହାପ୍ରଭୁଙ୍କ ହରିହର ବେଶ, ନଭେମ୍ବର ୪ରେ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ, ୫ରେ ବାଙ୍କଚୁଡ ବେଶ, ୬ରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ୭ରେ ଲକ୍ଷ୍ମୀ ନୃସିଂହ ବେଶ, ୮ରେ ରାଜାଧିରାଜ ବା ସୁନାବେଶ ଅନୁଷ୍ଠିତ ହେବ ।

ହବିଷ୍ୟାଳୀଙ୍କ ଶୃଙ୍ଖଳିତ ଦର୍ଶନ, ଚୁଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟକୁ ଅନୁପାଳନ କରିବା, ସୁବିଧାରେ ମହାପ୍ରସାଦ ଯୋଗାଇବା ପାଇଁ ଛତିଶା ନିଯୋଗ ବୈଠକରେ ଆଲୋଚନା ହୋଇଛି । ସେହିପରି କାର୍ତ୍ତିକ ମାସରେ ଭିଆଇପି ଦର୍ଶନ ଉପରେ କଟକଣା ଲଗାଇବା ପାଇଁ ଛତିଶା ନିଯୋଗର ସଦସ୍ୟ ମାନେ ବୈଠକରେ ଦାବି ଜଣାଇଛନ୍ତି ।

ଏହା ଛଡା ଅକ୍ଟୋବର ୨୫ରେ ହେବାକୁ ଥିବା ସୂର୍ଯ୍ୟ ପରାଗ ଓ ନଭେମ୍ବର ୮ରେ ହେବାକୁ ଥିବା ଚନ୍ଦ୍ର ଗ୍ରହଣ ପାଇଁ ମଧ୍ୟ ନୀତି ନିର୍ଘଣ୍ଟ ହୋଇଛି । ଅକ୍ଟୋବର ୨୪ ସନ୍ଧ୍ୟାରୁ ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ସେହିପରି ନଭେମ୍ବର ୮ରେ ଅପରାହ୍ନରୁ ସଂନ୍ଧ୍ୟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମଧ୍ୟ ସାଧାରଣ ଦର୍ଶନ ବନ୍ଦ ରହିବ । ଅକ୍ଟୋବର ୨୫ରେ ଶ୍ରୀମନ୍ଦିରରେ ଭୋଗମଣ୍ଡପ ସରିବା ପରେ ରାଧାଦାମୋଦର ବେଶ ମଇଲମ ହୋଇ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନୀତି କରାଯିବ । ଛତିଶା ନିଯୋଗ ବୈଠକରେ ଏସପି, ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ, ଛତିଶା ନିଯୋଗର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ।

ଇଟିଭି ଭାରତ, ପୁରୀ

Last Updated :Sep 23, 2022, 9:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.