କ୍ଷୁର୍ଣ୍ଣ ହେଉଛି ଶରଧାବାଲିର ପବିତ୍ରତା, ଜଗନ୍ନାଥ ପ୍ରେମୀଙ୍କ ମହଲରେ ଅସନ୍ତୋଷ
କ୍ଷୁର୍ଣ୍ଣ ହେଉଛି ଶରଧାବାଲିର ପବିତ୍ରତା, ଜଗନ୍ନାଥ ପ୍ରେମୀଙ୍କ ମହଲରେ ଅସନ୍ତୋଷ
କ୍ଷୁର୍ଣ୍ଣ ହେବାରେ ଲାଗିଛି ଶରଧାବାଲିର ପବିତ୍ରତା । ପୁରୀ ଜିଲ୍ଲା ପ୍ରଶାସନ ଶରଧାବାଲିରେ ବ୍ୟବସାୟ ମୂଳକ କର୍ଯ୍ୟ ବନ୍ଦ କରି ଏହାକୁ ବର୍ଷ ସାରା ଭକ୍ତଙ୍କ ଦର୍ଶନ ପାଇଁ ଉନ୍ମୁକ୍ତ ରଖିବା ଦାବି କରିଛି ପୁରୀ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା । ଅଧିକ ପଢ଼ନ୍ତୁ
ପୁରୀ: କ୍ଷୁର୍ଣ୍ଣ ହେବାରେ ଲାଗିଛି ଶରଧାବାଲିର ପବିତ୍ରତା । ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଶରଧାବାଲି । ପୁରୀ ଜିଲ୍ଲା ପ୍ରଶାସନ ଉପଯୁକ୍ତ ରକ୍ଷଣାବେକ୍ଷଣ ନକରାଯିବା କାରଣରୁ ଏହାର ପବିତ୍ରତା ନଷ୍ଟ ହେଉଥିବା ନେଇ ଅଭିଯୋଗ । ଏହାକୁ ନେଇ ଜଗନ୍ନାଥ ପ୍ରେମୀ କ୍ଷୋଭ ପ୍ରକାଶ କରିଛନ୍ତି ।
ଶରଧାବାଲିକୁ ଉପଯୁକ୍ତ ଭାବେ ବ୍ୟାରିକେଡ କରାଯାଇନଥିବାରୁ ଏହା ବୁଲା ଗୋରୁ ଗାଇଙ୍କ ଆଶ୍ରୟ ସ୍ଥଳୀ ପାଲଟିଛି । ସେହିପରି ଅସାମାଜିକ ବ୍ୟକ୍ତିମାନଙ୍କର ଆଡ୍ଡାସ୍ଥଳୀ ପାଲଟିଛି ଶରଧାବାଲି । ପବିତ୍ର ଶରଧାବାଲି ଉପରେ ନିଶାଡିମାନେ ମଦ୍ୟପାନ ସହିତ ବିଭିନ୍ନ ନିଶା ଦ୍ରବ୍ୟ ସେବନ କରୁଛନ୍ତି । ସେପଟେ ପାଖରେ ଥିବା କିଛି ଜଳଖିଆ, ଚା, ହୋଟେଲ ଦୋକାନୀଙ୍କ ବାସନ ଧୁଆ ପାଣି ଶରଧାବାଲିରେ ସିଧାସଳଖ ମିଶୁଛି । ପାଖରେ ବସଷ୍ଟାଣ୍ଡ ଥିବାରୁ କିଛି ବସ ମାଲିକ ଶରଧାବାଲି ଆଗରେ ସବୁଦିନ ପାର୍କିଂ କରୁଛନ୍ତି । ଫଳରେ ରାସ୍ତା ସଂକୁଚିତ ଯୋଗୁ ଭକ୍ତମାନେ ସଠିକରେ ଯାତାୟତ କରିପାରୁନାହାଁନ୍ତି । ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ଉଦବେଗ ପ୍ରକାଶ କରିଛନ୍ତି ।
ସେହିପରି ଶରଧାବାଲିରେ କୁକୁର ମଳତ୍ୟାଗ କରିବା, ବୁଲା ଗୋରୁଗାଈଙ୍କ ଗୁହାଳ ପାଲଟିବା, ସଂଧ୍ୟାରେ ନିଶା ସେବନ ଦୃଶ୍ୟ ଦେଖି ମନ କଷ୍ଟରେ ଫେରୁଛନ୍ତି ଭକ୍ତ । ଶରଧାବାଲିକୁ ପୁରୀ ପ୍ରଶାସନ ଏକ ବ୍ୟବସାୟ ସ୍ଥଳୀରେ ପରିଣତ କରିଥିବା ଜଗନ୍ନାଥ ପ୍ରେମୀ ଅଭିଯୋଗ କରିଛନ୍ତି । ବର୍ଷ ସାରା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଭଡା ଦେଇ ପ୍ରଶାସନ କୋଟି କୋଟି ଟଙ୍କା ଆଦାୟ କରୁଛି । ହେଲେ ଦୁଃଖର ବିଷୟ ଶରଧାବାଲିର ପବିତ୍ରତା ରକ୍ଷା କରିବାରେ ପ୍ରଶାସନ ବିଫଳ ହୋଇଛି । ପୁରୀ ଜିଲ୍ଲା ପ୍ରଶାସନ ଶରଧାବାଲିରେ ବ୍ୟବସାୟ ମୂଳକ କର୍ଯ୍ୟ ବନ୍ଦ କରି ଏହାକୁ ବର୍ଷ ସାରା ଭକ୍ତଙ୍କ ଦର୍ଶନ ପାଇଁ ଉନ୍ମୁକ୍ତ ରଖିବା ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ପବିତ୍ରତା ରକ୍ଷା ପାଇଁ ପୁର୍ବରୁ ପ୍ରଶାସନ ନିକଟରେ ଜଗନ୍ନାଥ ପ୍ରେମୀମାନେ ଦାବି କରିଛନ୍ତି । କିନ୍ତୁ ବାରମ୍ବାର ଦାବି ପରେ ମଧ୍ୟ ଲୋକ ଦେଖାଣିଆ ଭାବେ କିଛିଦିନ ବ୍ୟାରିକେଡ ବୁଲାଇ ଦେଇ ପ୍ରଶାସନ ଚୁପ୍ ବସିଥିବା ଅଭିଯୋଗ ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ....ବଡଦାଣ୍ଡରେ କମିବ ଭକ୍ତଙ୍କ ଗହଳି, ଶ୍ରଦ୍ଧାଳୁଙ୍କ ପାଇଁ ହେଉଛି ସ୍ଵତନ୍ତ୍ର ଗ୍ରୀନ କରିଡର
ତେବ ରାଜ୍ୟ ସରକାର ଜଗନ୍ନାଥ ସଂସ୍କୃତି ସୁରକ୍ଷା ଏବଂ ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରୁଥିବା ନେଇ ପ୍ରଚାର କରୁଥିବା ବେଳେ ମହାପ୍ରଭୁଙ୍କ ପବିତ୍ର ଶରଧାବାଲିକୁ ଅବହେଳା ରାଜ୍ୟ ସରକାରଙ୍କ ଜଗନ୍ନାଥ ସଂସ୍କୃତି ପ୍ରୀତି ପ୍ରତି କେତେ ଆନ୍ତରିକତା ରହିଛି ସେ ନେଇ ଜଣାପଡ଼ିଥିବା ପୁରୀ ବିଜେପି ଯୁବ ମୋର୍ଚ୍ଚା କଟାକ୍ଷ କରିଛି । ସେହିପରି ଶରଧାବାଲିକୁ ସଠିକ ଭାବେ ବ୍ୟାରିକେଡ କରି ରଖିବା, ଶରଧାବାଲିର୍ ବସି ନିଶା ସେବନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା, ଶରଧାବାଲିକୁ ପରିଷ୍କାର ରଖିବା, ଜବରଦଖଲରୁ ମୁକ୍ତ କରିବା, ମହାପ୍ରଭୁ ସଂସ୍କୃତିକୁ ସେଠାରେ ପ୍ରଦର୍ଶିତ କରିବା ସହ କିଭଳି ପବିତ୍ରତା ରହିବ ସେ ନେଇ ଏକ ସୁରକ୍ଷା କର୍ମୀ ମୁତୟନ କରିବା ଦାବି କରିଛି ପୁରୀ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା । ତେବେ ତୁରନ୍ତ ଏଥି ପ୍ରତି ଧ୍ୟନ ଦିଆନଗଲେ ଆଗାମୀ ଦିନରେ ବିଜେପି ଏହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି ପୁରୀ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ଚେତାବନୀ ଦେଇଛି ।
ଇଟିଭି ଭାରତ, ପୁରୀ
