ପୁରୀରେ ଆରମ୍ଭ ହେଲା ମାତୃଶକ୍ତି ଅଭିଯାନ, ନିଶା କାରବାର ରୋକିବେ ମହିଳା

author img

By

Published : Sep 29, 2022, 5:17 PM IST

ପୁରୀରେ ଆରମ୍ଭ ହେଲା ମାତୃଶକ୍ତି ଅଭିଯାନ, ନିଶା କାରବାର ରୋକିବେ ମହିଳା

ପୁରୀରେ ଆରମ୍ଭ ହେଲା ମାତୃଶକ୍ତି ଅଭିଯାନ । ଏଥିରେ ମହିଳାମାନଙ୍କୁ ସାମିଲ କରି ନିଶା କାରବାର ଉପରେ ରୋକ ଲଗାଇବ ପୁରୀ ପୋଲିସ । ଅଧିକ ପଢନ୍ତୁ

ପୁରୀ: ନିଶାମୁକ୍ତ ହେବ ଧର୍ମନଗରୀ ପୁରୀ । ଏଠାରେ ନିଶା କାରବାର ରୋକିବେ ମହିଳା । ସହରରେ ବଢୁଥିବା ଅବାଧ ନିଶା କାରବାର ରୋକିବା ପାଇଁ ପୁରୀ ପୋଲିସ ଅଭିନବ ପ୍ରୟାସ ଆରମ୍ଭ କରିଛି । ନିଶା କାରବାରରେ ଅଙ୍କୁଶ ଲଗାଇବାକୁ ପୋଲିସ ପକ୍ଷରୁ ମାତୃଶକ୍ତି ନାମକ ଏକ ସଚେତନତା ଅଭିଯାନ ଆରମ୍ଭ ହୋଇଛି(Matru Shakti Campaign) । ଏଥିରେ ମହିଳାମାନଙ୍କୁ ସାମିଲ କରାଯାଇଛି । ମହିଳା ସ୍ବଚ୍ଛେସେବୀମାନେ ନିଶା ମାଫିଆଙ୍କୁ ରୋକିବା ଦିଗରେ ପୋଲିସକୁ ସାହାଯ୍ୟ କରିବେ ।

ପୁରୀରେ ଆରମ୍ଭ ହେଲା ମାତୃଶକ୍ତି ଅଭିଯାନ, ନିଶା କାରବାର ରୋକିବେ ମହିଳା

ଏହି ମହିଳାମାନେ ପୋଲିସକୁ ସକ୍ରିୟ ନିଶାଖୋରଙ୍କ ଅନୈତିକ କାର୍ଯ୍ୟକଳାପ ବିଷୟରେ ସୂଚନା ଦେବେ । ଏହାସହ ସ୍ଥାନୀୟ ନୋଡାଲ ଅଫିସରମାନଙ୍କ ସହ ସମନ୍ବୟରେ କାର୍ଯ୍ୟ କରିବେ । ସେହିଭଳି ପ୍ରତି ସାହି ଗଳିକନ୍ଦିରେ ସଚେତତନା ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ନେବେ ଏହି ମାତୃଶକ୍ତି ଟିମ୍ । ପ୍ରତି ଥାନାରେ ମହିଳା ଏବଂ ଶିଶୁ ଡେସ୍କର ଅଧିକାରୀମାନେ ନୋଡାଲ ଅଫିସର ଭାବରେ କାର୍ଯ୍ୟ କରିବା ସହ ନିୟମିତ ସାଧାରଣ ଲୋକ ଏବଂ ମାତୃଶକ୍ତି ସ୍ବେଚ୍ଛେସବୀମାନଙ୍କ ସହ ମିଶି ସଚେତନତା ସୃଷ୍ଟି କରିବେ । ଏହି ନୋଡାଲ ଅଫିସରମାନେ ପାଟ୍ରୋଲିଂ କରିବେ ଏବଂ ପ୍ରତ୍ୟେକ ଅଞ୍ଚଳ ବୁଲି ପବ୍ଲିକ ସହ ମିଟିଂ ମଧ୍ୟ କରିବେ ।

ଜିଲ୍ଲା ସମାଜ ମଙ୍ଗଳ ବିଭାଗର ସହାୟତାରେ ଯୁବପୀଢିଙ୍କୁ ନିଶାମୁକ୍ତ କରିବା ପାଇଁ ସାହାଯ୍ୟର ହାତ ବଢ଼ାଯିବ । ନିଶାସକ୍ତ ଯୁବକଙ୍କୁ କାଉନସେଲିଂ କରାଯିବ । ଏହି ନୂଆ ଅଭିଯାନଟି ପୁରୀ ଏସପି, ପୋଲିସ ଅଧିକାରୀ ଏବଂ ମାତୃଶକ୍ତି ସ୍ବେଚ୍ଛାସେବୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି । ସମସ୍ତଙ୍କୁ ଏହି ଅଭିଯାନର ସଫଳତା ପାଇଁ ଅନୁରୋଧ କରାଯାଇଥିବା ବେଳେ ନିଶା ଉପରେ ଯେକୌଣସି ସୂଚନା କିମ୍ବା ମନ୍ତବ୍ୟ ଦେବା ପାଇଁ ନୂଆ 24 ଘଣ୍ଟିଆ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଏହି ହେଲ୍ପଲାଇନ ନମ୍ବରଟି ହେଉଛି 7735848867 । ଏହି ନମ୍ବର ଡାଏଲ କରି ଯେ କେହି ବି ନିଶା କାରବାର ସମ୍ପର୍କରେ ସୂଚନା ଦେଇପାରିବ ।

ଏହାମଧ୍ୟ ପଢନ୍ତୁ: ଭୁବନେଶ୍ବରରେ ଜେପି ନଡ୍ଡା, କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ଉଲ୍ଲେଖଯୋଗ୍ୟ, ୨୦୨୨ରେ ପୁରୀ ପୋଲିସ 39 ନିଶା କେସ୍ ରେଜିଷ୍ଟ୍ରି କରିଥିବା ବେଳେ 84 ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହାସହ 6 କେଜି 678 ଗ୍ରାମ ବ୍ରାଉନସୁଗାର ଓ 62 କେଜି ଓଜନର ଗଞ୍ଜେଇ ଜବତ କରିଛି । ବର୍ତ୍ତମାନ ନୂଆକରି ମାତୃଶକ୍ତି ନାମକ ସଚେତନତା ଅଭିଯାନ ଆରମ୍ଭ କରାଯାଇ ନିଶା କାରବାର ଉପରେ ରୋକ ଲଗାଇବାକୁ ପ୍ରୟାସ ଆରମ୍ଭ କରିଛି ପୁରୀ ପୋଲିସ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.