ପୁରୀବାସୀଙ୍କୁ ମିଳୁନି ଜଗା ଦର୍ଶନର ସ୍ବତନ୍ତ୍ର ସୁବିଧା, ପ୍ରବେଶ କଟକଣା କୋହଳ ଦାବି

author img

By

Published : Sep 20, 2021, 2:52 PM IST

ଶ୍ରୀମନ୍ଦିରରେ ପ୍ରବେଶ କୋହଳ ନେଇ ଦାବି କଲେ ପୁରୀ ବାସିନ୍ଦା

ଶ୍ରୀମନ୍ଦିର ଦର୍ଶନ ନେଇ ପ୍ରଶାସନ ପକ୍ଷରୁ ଜାରି ହୋଇଛି ଏସଓପି । ଭକ୍ତମାନେ କେବଳ ସିଂହଦ୍ବାର ଦେଇ ପ୍ରବେଶ କରିବା ସହ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିବେ। କିନ୍ତୁ ପ୍ରଶାସନର ଏହି କଟକଣା ବଡ ଅସୁବିଧାରେ ପକାଇଛି ପୁରୀ ସହରବାସୀଙ୍କୁ । ଅଧିକ ପଢନ୍ତୁ...

ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ପୁରୀ ବିଶ୍ଵ ପ୍ରସିଦ୍ଧ । ଜଗନ୍ନାଥ ହେଉଛନ୍ତି ପୁରୀବାସୀଙ୍କ ଆରାଧ୍ୟ ଦେବତା । ପ୍ରତ୍ୟେକ ଦିନ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ପରେ ହିଁ ଅନ୍ନଜଳ ସ୍ପର୍ଶ କରିଥାନ୍ତି ସହରବାସୀ । ହେଲେ କୋଭିଡ ପାଇଁ ଗତ ଦୁଇ ବର୍ଷ ଧରି ଭକ୍ତ ଆଉ ଭଗବାନଙ୍କ ହୋଇପାରୁନି ମିଳନ । ଏପଟେ ଶ୍ରୀମନ୍ଦିର ଦର୍ଶନ ନେଇ ପ୍ରଶାସନ ପକ୍ଷରୁ ଜାରି ହୋଇଛି ଏସଓପି । ଭକ୍ତମାନେ କେବଳ ସିଂହଦ୍ବାର ଦେଇ ପ୍ରବେଶ କରିବା ସହ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିବେ। କିନ୍ତୁ ପ୍ରଶାସନର ଏହି କଟକଣା ବଡ ଅସୁବିଧାରେ ପକାଇଛି ପୁରୀ ସହରବାସୀଙ୍କୁ । ବାହାର ଭକ୍ତଙ୍କ ଭଳି ସହରବାସୀଙ୍କୁ ବି ଧାଡିରେ ଯିବାକୁ ପଡୁଛି । ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ଆଣିବା ପାଇଁ ବହୁ ବିଳମ୍ବ ହେଉଛି। ସେହିପରି ପୁରୀର ଅନେକ ଲୋକ ଡବଲ ଡୋଜ ଟିକା ନେଇଥିଲେ ବି ସବୁଦିନ ଆରଟିପିସିଆର ଟେଷ୍ଟ ନେଗେଟିଭ ରିପୋର୍ଟ ନେଇ ମହାପ୍ରଭୁଙ୍କ ଦର୍ଶନ କରିବା ସମ୍ଭବ ହେଉନାହିଁ। ଏହାକୁ ନେଇ ସହରବାସୀଙ୍କ ମନରେ ବଢିବାରେ ଲାଗିଛି ଅସନ୍ତୋଷ । ତେବେ ପୁରୀବାସୀଙ୍କ ପାଇଁ କେବଳ ଶ୍ରୀମନ୍ଦିର ସମସ୍ତ ଦ୍ବାରରେ ସ୍ଥାନୀୟ ପରିଚୟ ପତ୍ର ଦେଖାଇ ପ୍ରବେଶ ଓ ପ୍ରସ୍ଥାନ ଅନୁମତି ଦେବାକୁ ଦାବି କରିଛନ୍ତି ପୁରୀବାସୀ ।

ଶ୍ରୀମନ୍ଦିରରେ ପ୍ରବେଶ କୋହଳ ନେଇ ଦାବି କଲେ ପୁରୀ ବାସିନ୍ଦା
ଶ୍ରୀମନ୍ଦିରର ସୁରକ୍ଷା ଓ ପୁରୀକୁ ବିଶ୍ବ ଐତିହ୍ୟ ସହରରେ ପରିଣତ କରିବା ପାଇଁ ପୁରୀବାସୀ କରିଥିବା ତ୍ୟାଗର ତୁଳନା ନାହିଁ। କିନ୍ତୁ କୋଭିଡ ପାଇଁ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଏସଓପି ଏବେ ପୁରୀବାସୀଙ୍କୁ ଅଡୁଆରେ ପକାଇଛି । ଏଣୁ ଏହା ଉପରେ ପୁନର୍ବିଚାର କରିବା ପାଇଁ ମତ ରଖିଛନ୍ତି ମଠାଧିଶମାନେ । ସେପଟେ କୋଭିଡ ପରିସ୍ଥିତି ଯୋଗୁ ଏହି ନିୟମ ସମସ୍ତଙ୍କ ପାଇଁ ଲାଗୁ ହୋଇଛି। ତେବେ ବିଭିନ୍ନ ସ୍ତରରେ ଆଲୋଚନା ପରେ ଏ ନେଇ କିଛି ନିଷ୍ପତ୍ତି ଆଗାମୀ ଦିନରେ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।ବିନା ଭକ୍ତରେ ରଥଯାତ୍ରା ଆୟୋଜନ ହେଉ କି ପୁରୀକୁ ବିଶ୍ବ ଐତିହ୍ୟ ସହର ନେଇ ସରକାରଙ୍କ ପକ୍ଷରୁ ହେଉଥିବା କାର୍ଯ୍ୟ, ସବୁ କ୍ଷେତ୍ରରେ ସବୁବେଳେ ସରକାର ଓ ସ୍ଥାନୀୟ ପ୍ରଶାସନକୁ ସହଯୋଗ କରିଆସିଛନ୍ତି ପୁରୀବାସୀ । ଏଣୁ ପୁରୀବାସୀଙ୍କ ଦାବିକୁ ପ୍ରଶାସନ ଆଗାମୀ ଦିନରେ ପୂରଣ କିଭଳି କରୁଛି, ତାକୁ ଏବେ ପୁରୀବାସୀଙ୍କ ଅପେକ୍ଷା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.