ପୁରୀର ବାଗେଡିଆ ଧର୍ମଶାଳାକୁ ନିଜ ଅଧୀନକୁ ନେଲା ଜିଲ୍ଲା ପ୍ରଶାସନ

author img

By

Published : Sep 20, 2022, 5:09 PM IST

ପୁରୀର ବାଗେଡିଆ ଧର୍ମଶାଳାକୁ ନିଜ ଅଧୀନକୁ ନେଲା ଜିଲ୍ଲା ପ୍ରଶାସନ

ପୁରୀର ବାଗେଡିଆ ଧର୍ମଶାଳାକୁ ନିଜ ଅଧୀନକୁ ନେଲା ଜିଲ୍ଲା ପ୍ରଶାସନ । ଚୁକ୍ତି ନାମା ଖିଲାପ କରିବା ଅଭିଯୋଗକୁ ନେଇ ହୋଇ ଥିଲା ମାମଲା । ଆଡ଼ିସନାଲ ଏକଜୁଟିଭ ମାଜିସଷ୍ଟ୍ରେଟ ଏହି ମାମଲାର ଶୁଣାଣି କରିବା ପରେ ବାଗେଡିଆ ଧର୍ମଶାଳାକୁ ପୁରୀ ଜିଲ୍ଲା ପ୍ରଶାସନ ନିଜ ଅଧୀନକୁ ନେଇଛି । ଅଧିକ ପଢନ୍ତୁ

ପୁରୀ: ବାଗେଡିଆ ଧର୍ମଶାଳାକୁ ନିଜ ଅଧୀନକୁ ନେଲା ପୁରୀ ଜିଲ୍ଲା ପ୍ରଶାସନ । ଚୁକ୍ତି ନାମା ଖିଲାପ କରିବାକୁ ନେଇ ଧର୍ମଶାଳାକୁ ନିଜ୍ ଅକ୍ତିଆରକୁ ନେଇଛି ପୁରୀ ଜିଲ୍ଲା ପ୍ରଶାସନ । ଏହି ଧର୍ମଶାଳା ଟ୍ରଷ୍ଟ ବୋର୍ଡ ଚୁକ୍ତି ନାମା ଖିଲାପ କରିବା ଅଭିଯୋଗକୁ ନେଇ ଆଡ଼ିସନାଲ ଏକଜୁଟିଭ ମାଜିସଷ୍ଟ୍ରେଟ ମାମଲାର ଶୁଣାଣି କରି ଧର୍ମଶାଳାକୁ ପୁରୀ ଜିଲ୍ଲା ପ୍ରଶାସନ ଅଧୀନକୁ ନେବା ନିର୍ଦେଶ ଦେଇଥିଲେ ।

ପୁରୀର ବାଗେଡିଆ ଧର୍ମଶାଳାକୁ ନିଜ ଅଧୀନକୁ ନେଲା ଜିଲ୍ଲା ପ୍ରଶାସନ

ସୂଚନା ଅନୁଯାୟୀ, ପୁରୀର ବାଗେଡିଆ ଧର୍ମଶାଳାକୁ ପୁରୀ ଜିଲ୍ଲା ପ୍ରଶାସନ ନିଜ ଅଧୀନକୁ ନେଇଛି । ଚୁକ୍ତିନାମା ଖିଲାପ କରିବା ଅଭିଯୋଗକୁ ନେଇ ହୋଇଥିବା ଏକ ମାମଲାରେ ଆଡ଼ିସନାଲ ଏକଜୁଟିଭ ମାଜିସଷ୍ଟ୍ରେଟ ମାମଲାର ଶୁଣାଣି କରିଛନ୍ତି । ଏଥିରେ ବାଗେଡିଆ ଧର୍ମଶାଳାକୁ ପୁରୀ ଜିଲ୍ଲା ପ୍ରଶାସନ ଅଧୀନକୁ ନେବା ନିର୍ଦେଶ ମିଳିବା ପରେ ସମ୍ପୂର୍ଣ ଧର୍ମଶାଳାକୁ ନିଜ ଅକ୍ତିଆରକୁ ନେଇଛି ପୁରୀ ପ୍ରଶାସନ । ଏନେଇ ନୋଟିସ ମରା ଯାଇଛି ଧର୍ମଶାଳାରେ । ତେବେ ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ପ୍ରବେଶ ନିଷେଧ ରହିଛି ଏହି ନୋଟିସରେ । ଏବେ ବାଗେଡିଆ ଧର୍ମଶାଳାରେ ସିଂହ ଦ୍ବାରା ଥାନା, ଆର ଆଇ ଅଫିସ ଚାଲୁଥିବା ବେଳେ ଆଗାମୀ ଦିନରେ ସରକାରୀ କାର୍ଯ୍ୟକ୍ରମ ଅଥବା ସରକାରୀ ଅଫିସ ଏଠାରେ ଚାଲିବ ବୋଲି ପୁରୀ ତହସିଲଦାର୍ କହିଛନ୍ତି ।

ତେବେ ପୁରୀ ଶ୍ରୀମନ୍ଦିର ନିକଟ ବଡ ଦାଣ୍ଡରେ ଏହି ତିନି ମହଲା ବିଶିଷ୍ଟ ବଗେଡିଆ ଧର୍ମଶାଳା ରହିଛି । ପୂର୍ବରୁ ଭକ୍ତ ମାନେ ଏଠାରେ ରହିବା ପାଇଁ ରୁମ୍ ଭଡ଼ା ସୂତ୍ରରେ ଦିଆଯାଉଥିଲା । ହେଲେ ଏହାର ଟ୍ରଷ୍ଟ ବୋର୍ଡ ଏହି ନିୟମ ଉଲଘଂନ କାରୀ ଧର୍ମଶାଳାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ଲଗାଇବା ନେଇ ଅଭିଯୋଗ ହୋଇଥିଲା । ଏନେଇ 1990ରେ ଏକ ମାମଲା ହୋଇଥଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହି ମାମଲା ଆଡ଼ିସନାଲ ଏକଜୁଟିଭ ମାଜିସଷ୍ଟ୍ରେଟଙ୍କ କୋର୍ଟରେ ଶୁଣାଣି ହୋଇ ଥିଲା । ତେଣୁ ଧର୍ମଶାଳା ଟ୍ରଷ୍ଟ ବୋର୍ଡ ନିୟମ ଉଲଘଂନ କରିଥିବା ହେତୁ ଧର୍ମଶାଳାକୁ ପୁରୀ ଜିଲ୍ଲା ପ୍ରଶାସନ ନିଜ ଅଧୀନକୁ ନେଇ ସବୁ ରୁମ୍ ସିଲ କରିଛି । ତେବେ ଦୋଳମଣ୍ଡପ ସାହିର ମୌଜା 1 ରେ ଥିବା ଏହି 46.500 ଡିସିମିଲ ଜମିକୁ ଜିଲ୍ଲା ପ୍ରଶାସନ ନିଜ ଅଧୀନକୁ ନେଇଛି ।

ଏନେଇ ପୁରୀ ତହସିଲଦାର କ୍ଷୀରୋଦ କୁମାର ବେହେରା କହିଛନ୍ତି, "ଏହି ଧର୍ମଶାଳା ସରକାରୀ ଜମି ଉପରେ ହୋଇଥିଲା । ଯେଉଁଟା କି ସରକାର ଦେଇଥିଲେ ତାଙ୍କୁ ଧର୍ମଶାଳା ଚଲେଇବାକୁ । କିନ୍ତୁ ଧର୍ମଶାଳାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ଲଗାଇବା ନେଇ ସରକାରଙ୍କ ଦୃଷ୍ଟିରେ ପଡିଥିଲା । ଏନେଇ ତା' ଉପରେ କେସ ହୋଇଥିଲା । ତେବେ ସେହି କେସ୍‌ର ଫଳାଫଳ ଅନୁଯାୟୀ ଆଜି ତାକୁ ଆମେ ସରକାରୀ ଦଖଲକୁ ନେଉଛୁ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.