ଜିଲ୍ଲା ପ୍ରଶାସନର ତରବରିଆ ନିଷ୍ପତ୍ତି, ଅଭିଯୋଗ ଜଣାଇବାକୁ ବଞ୍ଚିତ ହେଲେ ଲୋକେ

author img

By

Published : Sep 28, 2022, 9:54 AM IST

ଜିଲ୍ଲା ପ୍ରଶାସନର ତରବରିଆ ନିଷ୍ପତ୍ତି, ଅଭିଯୋଗ ଜଣାଇବାକୁ ବଞ୍ଚିତ ହେଲେ ଲୋକେ

ପୁରୀ ଜିଲ୍ଲା ବ୍ରହ୍ମଗିରି ପଞ୍ଚାୟତ ସମିତିରେ ସେପ୍ଟେମ୍ବର ୨୬ ତାରିଖରେ ଅନୁଷ୍ଠିତ ହୋଇଯାଇଛି ଯୁଗ୍ମ ଜନ ଶୁଣାଣୀ ଶିବିର । ହେଲେ ଅଭିଯୋଗ ଜଣାଇ ପାରିଲେନି ଗାଁ ଲୋକ । ଅଧିକ ପଢନ୍ତୁ

ପୁରୀ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମଗିରି ବ୍ଲକରେ ଅଭିଯୋଗ ଶୁଣାଣୀ କଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ପ୍ରଶାସନ ତରବରିଆ ଭାବେ ପୂର୍ବ ଦିନ ରାତିରେ କଯ୍ୟକ୍ରମ କରାଯିବା ପାଇଁ ନିଷ୍ପତି ନେଇଥିଲେ । ସେହି ରାତିରେ କିଛି ପଞ୍ଚାୟତସ୍ତରୀୟ ଲୋକପ୍ରତିନିଧିମାନଙ୍କୁ ଫୋନ ଯୋଗେଁ ବ୍ଲକ ଅଧିକାରୀ ଜଣାଇଥିବା ସୂଚନା ମିଳିଛି । ଏବଂ କିଛି ପ୍ରତିନିଧି ଜାଣିନଥିବା ଅଭିଯୋଗ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ପୁରୀ ଉପଜିଲ୍ଲାପାଳ ଭାବତାରଣ ସାହୁ, ପୁରୀ ଆରକ୍ଷୀ ଅଧିକ୍ଷକ କେ ବିଶାଳ ସିଂ ଏବଂ ବ୍ରହ୍ମଗିରି ବ୍ଲକ ବିଡ଼ିଓ ଉପସ୍ଥିତ ରହିଥିଲେ । କିଛି ବିଭାଗର ଅଧିକାରୀମାନେ ଉପସ୍ଥିତ ନଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଅଭିଯୋଗ ଶୁଣାଣିରେ ମାତ୍ର 151 ଜଣ ଅଭିଯୋଗକାରୀ ନିଜର ଅଭିଯୋଗ ଉପସ୍ଥାପନ କରିଥିଲେ।

ଜିଲ୍ଲା ପ୍ରଶାସନର ତରବରିଆ ନିଷ୍ପତ୍ତି, ଅଭିଯୋଗ ଜଣାଇବାକୁ ବଞ୍ଚିତ ହେଲେ ଲୋକେ

ଯଦି ଆଗରୁ ଲୋକମାନଙ୍କୁ ସୂଚନା ଦିଆଯାଇଥାନ୍ତା, ଏଥିରୁ ଲୋକମାନେ ବଞ୍ଚିତ ହୋଇନଥାନ୍ତେ । ଅଭିଯୋଗ ମଧ୍ୟରୁ ମୁଖ୍ୟତଃ ଆବାସ ଯୋଜନା ଏବଂ ବାର୍ଦ୍ଧକ୍ୟ ଭତ୍ତା ଉପରେ ଅଭିଯୋଗ ହୋଇଥିଲା । ଏବେବି ବ୍ରହ୍ମଗିରି ବ୍ଲକରେ 70 ବର୍ଷରୁ ଉର୍ଦ୍ଧ୍ବ ବୃଦ୍ଧ ବୃଦ୍ଧା ଅଛନ୍ତି ଓ ସେମାନେ ଅନଲାଇନ ଆବେଦନ କରିଥିଲେ ମଧ୍ୟ ବର୍ଷକରୁ ଅଧିକ ସମୟ ଅପେକ୍ଷା କରି ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି ।


କିଛି ଲୋକ ପଛରେ ଖବର ପାଇ ଅଭିଯୋଗ ଜଣାଇବା ପାଇଁ ବ୍ଲକରେ ପହଞ୍ଚିଥିଲେ କିନ୍ତୁ ସେହିସମୟରେ ଉପଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଫେରି ଯାଇଥିଲେ । ଫଳରେ ଗୁହାରି କରିବା ପାଇଁ ଆସିଥିବା ନିରୀହ ଲୋକମାନେ ନିରାଶ ହୋଇ ଘରକୁ ଫେରିଥିଲେ । ତେବେ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କାହାପାଇଁ ଆୟୋଜନ କରାଯାଇଥିଲା ତାହା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.