ଦଳିତଙ୍କ ଉପରେ ଅତ୍ୟାଚାରର ପ୍ରତିବାଦ, ପିପିଲି ଥାନା ଆଗରେ ବିକ୍ଷୋଭ

author img

By

Published : Sep 29, 2022, 4:36 PM IST

ଦଳିତଙ୍କ ଉପରେ ଅତ୍ୟାଚାର ପ୍ରତିବାଦରେ ପିପିଲି ଥାନା ଆଗରେ ବିକ୍ଷୋଭ

ଦଳିତଙ୍କ ଉପରେ ଅତ୍ୟାଚାର ଅଭିଯୋଗ । ଏହାର ପ୍ରତିବାଦରେ ପିପିଲି ଥାନା ଆଗରେ ବିକ୍ଷୋଭ କଲା ଜାତୀୟ ଦଳିତ ଆଦିବାସୀ ମାଇନୋରିଟି ମହାସଙ୍ଘ । ଅଧିକ ପଢନ୍ତୁ

ପୁରୀ: ଦଦଳିତଙ୍କ ଉପରେ ଅତ୍ୟାଚାର ଅଭିଯୋଗ । ଅତ୍ୟାଚାର ପ୍ରତିବାଦରେ ପିପିଲି ଥାନା ସମ୍ମୁଖରେ ଗର୍ଜିଲା ଦଳିତ ମହାସଂଘ । ଜଣେ ଭାଗ ଚାଷୀର ଧାନ ଫସଲକୁ ଘାସମରା ଔଷଧ ପକାଇ ନଷ୍ଟ କରିଦେବା ଅଭିଯୋଗ । ସେହିପରି ଏକ ଫାଇନାନ୍ସ ସଂସ୍ଥା ଋଣ ନାଁରେ ଲୋକଙ୍କ ଲୁଟୁଥିବା ଅଭିଯୋଗ ନେଇ ବୁଧବାର ଜାତୀୟ ଦଳିତ ଆଦିବାସୀ ମାଇନୋରିଟି ମହାସଙ୍ଘ ପକ୍ଷରୁ ପିପିଲି ଥାନା ଆଗରେ ଗଣଧାରଣା ଦିଆଯାଇଛି । ଏହାସହ ମହାସଂଘ ପକ୍ଷରୁ ଭାରତ ଫାଇନାନ୍ସର ପିପିଲି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଦଳିତଙ୍କ ଉପରେ ଅତ୍ୟାଚାର ପ୍ରତିବାଦରେ ପିପିଲି ଥାନା ଆଗରେ ବିକ୍ଷୋଭ

ଜାତୀୟ ଦଳିତ ଆଦିବାସୀ ମାଇନୋରିଟି ମହାସଙ୍ଘ ଅଭିଯୋଗ କରିଛି ଯେ, ଭାରତ ଫାଇନାନ୍ସ ଗରିବ, ନିରୀହ, ଲୋକଙ୍କ ଘର ଘର ବୁଲି ଜବରଦସ୍ତ ଲୋନ ଦେଇ ସେମାନଙ୍କୁ ଠକୁଛି । ପିପିଲି ଓ ଆଖପାଖ ଅଞ୍ଚଳରେ ଗରିବ ଲୋକଙ୍କୁ ଋଣ ଦେଇ ସେମାନଙ୍କ ଠାରୁ କର୍ମଚାରୀମାନେ ମନମୁଖୀ ଅଧିକ ସୁଧ ଆଦାୟ କରୁଛନ୍ତି । ପିପିଲି ଥାନାରେ ଦିନକୁ ଦିନ ଦଳିତଙ୍କ ପ୍ରତି ଅତ୍ୟାଚାର ବଢୁଛି । ଅଭିଯୋଗ କରିବାକୁ ଆସୁଥିବା ଲୋକଙ୍କୁ ଧମକ ଚକମ ଦିଆଯାଉଛି । ତେଣୁ ଏହାକୁ ପ୍ରତିବାଦ କରି ଜାତୀୟ ଦଳିତ ଆଦିବାସୀ ମାଇନୋରିଟି ମହାସଙ୍ଘର ରାଜ୍ୟ ସଭାପତି ବିଜୟ ସେଠିଙ୍କ ନେତୃତ୍ବରେ ଶତାଧିକ ମହିଳା ଶୋଭାଯାତ୍ରାରେ ପିପିଲି ବଜାରକୁ ଆସି ପ୍ରଥମେ ଭାରତ ଫାଇନାନ୍ସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ସେଠାରୁ ଯାଇ ପିପିଲି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ(Protest Infront Of Pipili Police Station) ।

ଏହାମଧ୍ୟ ପଢନ୍ତୁ: ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା: ମନ୍ତ୍ରୀ ସମୀର ଦାସଙ୍କ ଇସ୍ତଫା ଦାବିକଲା BJP

ଅନ୍ୟପଟେ ପିପିଲି ଅଞ୍ଚଳର ଜଣେ ଦଳିତ ଭାଗଚାଷୀ ସୁଦର୍ଶନ ବେହେରାଙ୍କ 85 ଡ଼ିସିମିଲି ଧାନ ବିଲକୁ କିଛି ଦୁର୍ବୁତ୍ତ ଘାସମରା ପକାଇ ସମ୍ପୂର୍ଣ ଜାଳି ଦେଇଛନ୍ତି । ହେଲେ ଏନେଇ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ବଦଳରେ ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଛି ଦଳିତ ମହାସଂଘ ।

ଏହାମଧ୍ୟ ପଢନ୍ତୁ: ସୁଶ୍ରୀଦେବୀ ହାଇସ୍କୁଲରେ ୫୦ ଲକ୍ଷ ଘୋଟାଲା ଅଭିଯୋଗ, ଉଚ୍ଚସ୍ତରୀୟ ତଦନ୍ତ ଦାବି

ଏହି ଦୁଇଟିଯାକ ଘଟଣାର ପ୍ରତିବାଦ କରି ଜାତୀୟ ଦଳିତ ଆଦିବାସୀ ମାଇନୋରିଟି ମହାସଙ୍ଘର ଶତାଧିକ ମହିଳା ପିପିଲି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହା ସହିତ ମହାସଂଘ ପକ୍ଷରୁ ପିପିଲି ଏସଡିପିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.