୧୧ ଟି ପ୍ରମାଣପତ୍ର ଦେଖାଇ ଭୋଟ ଦେଇପାରିବେ ପିପିଲି ଭୋଟର

author img

By

Published : Sep 21, 2021, 8:26 AM IST

ପିପିଲି ଉପନିର୍ବାଚନ, ୧୧ଟି ବୈଧ ପ୍ରମାଣପତ୍ର ଦେଖାଇ ଭୋଟ ଦେଇପାରିବେ ଭୋଟର

ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ । ଭୋଟର ପରିଚୟପତ୍ର ବ୍ୟତୀତ ଭାରତୀୟ ନିର୍ବାଚନ କମିଶନ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଜାରି ୧୧ଟି ବୈଧ ପ୍ରମାଣପତ୍ର ଦେଖାଇ ଭୋଟ୍ ଦେଇପାରିବେ ଭୋଟର । ଅଧିକ ପଢନ୍ତୁ...

ପୁରୀ: ଆଗକୁ ଆସୁଛି ପିପିଲି ଲଢେଇ । ପିପିଲିବାସୀଙ୍କ ଭୋଟ ହାତେଇବାକୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ହେଭିୱେଟ ନେତା । ଆସନ୍ତା ୩୦ ତାରିଖରେ ଭୋଟ୍ ଗ୍ରହଣ ଥିବାବେଳେ ଭୋଟରମାନେ ଭୋଟର ପରିଚୟପତ୍ର ବ୍ୟତୀତ ୧୧ଟି ବୈଧ ପ୍ରମାଣପତ୍ର ଦର୍ଶାଇ ଭୋଟଦାନ କରିପାରିବେ । ଭାରତୀୟ ନିର୍ବାଚନ କମିଶନ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏହି ୧୧ଟି ବୈଧ ପ୍ରମାଣପତ୍ର ଜାରି ହୋଇଛି ।

ପିପିଲି ଉପନିର୍ବାଚନ, ୧୧ଟି ବୈଧ ପ୍ରମାଣପତ୍ର ଦେଖାଇ ଭୋଟ ଦେଇପାରିବେ ଭୋଟର
ପିପିଲି ଉପନିର୍ବାଚନ, ୧୧ଟି ବୈଧ ପ୍ରମାଣପତ୍ର ଦେଖାଇ ଭୋଟ ଦେଇପାରିବେ ଭୋଟର

ଏହି ପ୍ରମାଣପତ୍ର ମଧ୍ୟରେ ଆଧାର କାର୍ଡ, ମନରେଗା ଜବ୍ କାର୍ଡ, ଫଟୋ ଥିବା ବ୍ୟାଙ୍କ ଏବଂ ପୋଷ୍ଟ ଅଫିସ ପକ୍ଷରୁ ଜାରି ପାସବୁକ, ଶ୍ରମ ମନ୍ତ୍ରଣାଳୟ ଯୋଜନା ଅଧିନ ହେଲଥ୍ ଇନସ୍ୟୁରାନ୍ସ ସ୍ମାର୍ଟ କାର୍ଡ, ପାନ କାର୍ଡ, ପେନସନ ଡକ୍ୟୁମେଣ୍ଟ, ଡ୍ରାଇଭିଂ ଲାଇସେନ୍ସ, ଭାରତୀୟ ପାସପୋର୍ଟ ଆଦି ରହିଛି । ଏନେଇ ପ୍ରଶାସନ ପକ୍ଷରୁ ଭୋଟରମାନଙ୍କୁ ପରାମର୍ଶ ଦିଆଯାଇଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.