ମିଳିଲା ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ, ଶୁକ୍ରବାରଠୁ ଥିଲେ ନିଖୋଜ

author img

By

Published : Oct 1, 2022, 7:47 PM IST

ମିଳିଲା ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ

ଶୁକ୍ରବାର ପୁରୀ ସମୁଦ୍ରରେ ଗାଧୋଇବା ସମୟରେ ଭାସିଯାଇଥିଲେ ବଙ୍ଗୀୟ ଯୁବକ ଜଣକ । ଶନିବାର ପେଣ୍ଠକଟା ନିକଟ ଗଭୀର ସମୁଦ୍ରରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଦଷ ମୃତକ ହେଲେ ପଶ୍ଚିମବଙ୍ଗ ଭଦ୍ରେଶ୍ୱର ଥାନା ଅଙ୍ଗସ ଅଞ୍ଚଳର ସମ୍ରାଟ ମଣ୍ଡଳ । ଅଧିକ ପଢନ୍ତୁ

ପୁରୀ: ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର । ଶୁକ୍ରବାର ପୁରୀ ସମୁଦ୍ରରେ ଗାଧୋଇବା ସମୟରେ ଭାସିଯାଇଥିଲେ ବଙ୍ଗୀୟ ଯୁବକ ଜଣକ । ମୃତ ଯୁବକ ହେଉଛନ୍ତି ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ଭଦ୍ରେଶ୍ୱର ଥାନା ଅଙ୍ଗସ ଅଞ୍ଚଳର ସମ୍ରାଟ ମଣ୍ଡଳ । ସୂଚନାଅନୁସାରେ, ଶୁକ୍ରବାର ପୁରୀ ସମୁଦ୍ରରେ ଗାଧୋଇବା ସମୟରେ ଭାସିଯାଇଥିଲେ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ଭଦ୍ରେଶ୍ୱର ଥାନା ଅଙ୍ଗସ ଅଞ୍ଚଳର ସମ୍ରାଟ ମଣ୍ଡଳ । ଏନେଇ ଖବରପାଇ ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଥିଲା । ଶନିବାର ପେଣ୍ଠକଟା ନିକଟ ଗଭୀର ସମୁଦ୍ରରୁ ସମ୍ରାଟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଭଦ୍ରେଶ୍ୱର ଥାନା ଅଙ୍ଗସ ଅଞ୍ଚଳର ଚନ୍ଦନ ମଣ୍ଡଳଙ୍କ ୩୦ବର୍ଷୀୟ ପୁଅ ଥିଲେ ସମ୍ରାଟ ମଣ୍ଡଳ । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ହସ୍ପିଟାଲକୁ ପଠାଇଛି ।

ଏହା ମଧ୍ୟ ପଢନ୍ତୁ: 5G Service: ଲାଇଭ ଡେମନଷ୍ଟ୍ରେସନରେ ଯୋଡିହେଲା ଦ୍ରୌପଦୀ ମୁର୍ମୁଙ୍କ ସ୍କୁଲ

ଶୁକ୍ରବାର ଠାରୁ ସମ୍ରାଟଙ୍କ ପରିବାର ଲୋକ ପୁରୀରେ ରହିଥିଲେ । ପାଗ ଖରାପ ଯୋଗୁଁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ସମ୍ରାଟ ପରିବାର ସହ ସମୁଦ୍ରକୂଳ ଥାନା ଚୈତନ୍ୟ ଛକ ନିକଟ ସମୁଦ୍ରରେ ଗାଧୋଉଥିବାବେଳେ ଭାସି ଯାଇଥିଲେ । ଶୁକ୍ରବାର ବହୁ ଖୋଜାଖୋଜି କରିବା ପରେ ମଧ୍ୟ ମୃତଦେହ ମିଳି ନଥିଲା । ଶନିବାର ପେଣ୍ଠକଟା ନିକଟ ଗଭୀର ସମୁଦ୍ରରୁ ସମ୍ରାଟଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ ।

ସୂଚନାଯୋଗ୍ୟ ଯେ, "ଏପ୍ରିଲ ୧୮ ତାରିଖରେ ପୁରୀ ସମୁଦ୍ରରେ ଗାଧୋଇବାବେଳେ ପର୍ଯ୍ୟଟକ ବୁଡିଯାଇ ମୃତ୍ୟୁ ଘଟିଥିଲା । ଚକ୍ରତୀର୍ଥ ରୋଡ଼ ହୋଟେଲ ପିଙ୍କ ହାଉସ ନିକଟରୁ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତକ ଝାଡ଼ଖଣ୍ଡର ଦୀପକ କୁମାର ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.