ଧର୍ମେନ୍ଦ୍ର ସାହୁଙ୍କ ଶ୍ରଦ୍ଧାଞ୍ଜଳୀ ସଭା, ଯୋଗଦେଲେ ମନ୍ତ୍ରୀ ସମୀର ଦାସ

author img

By

Published : Oct 1, 2022, 9:47 PM IST

ଗୋପ ବିଜେଡି ତରଫରୁ ଧର୍ମେନ୍ଦ୍ର ସାହୁଙ୍କ ଶ୍ରଦ୍ଧାଞ୍ଜଳୀ ସଭା, ଯୋଗଦେଲେ ସମୀର ଦାସ

ବିଜେଡି ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଗୋପ ବିଜେଡି ତରଫରୁ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜିତ । ଯୋଗ ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଅଧିକ ପଢ଼ନ୍ତୁ

ପୁରୀ: ଗୋପ ବିଜେଡି ତରଫରୁ ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ ହୋଇଥିଲା । ସଭାରେ ଶତାଧିକ ଦଳୀୟ କର୍ମକର୍ତ୍ତାଙ୍କ ସହ ଯୋଗ ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ତେବେ ଏହି ଅବସରରେ ସେ ପ୍ରତିକ୍ରିୟା ରଖି ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କୁ ହରାଇଥିବାରୁ ମର୍ମାହତ ବୋଲି କହିଛନ୍ତି ।

ଗତ ସେପ୍ଟେମ୍ବର ୨୪ ତାରିଖରେ ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଭୁବନେଶ୍ବର ଶିଶୁପାଳଗଡ ଲକ୍ଷ୍ମୀବିହାରସ୍ଥିତ ଘରୁ ତାଙ୍କ ମୃତଦେହ ଉଦ୍ଧାର କରି ପୋଲିସ ତଦନ୍ତ ଚଳାଇଛି । କେଉଁ କାରଣକୁ କେନ୍ଦ୍ର କରି ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ତେବେ ତାଙ୍କର ମୃତ୍ୟୁକୁ ନେଇ ସନ୍ଦେହ ଘେରକୁ ଆସିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏନେଇ ମନ୍ତ୍ରୀଙ୍କର ଇସ୍ତଫା ଦାବି କରିବା ସହିତ ତାଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ବିରୋଧି ଦଳ ଦାବି କରୁଛନ୍ତି । ଆଜି ପର୍ଯ୍ୟନ୍ତ ଗଣମାଧ୍ୟମରେ କୌଣସି ସନ୍ତୋଷଜନକ ଉତ୍ତର ରଖିନଥିବା ବେଳେ ଆଜି ମଧ୍ୟ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି ମନ୍ତ୍ରୀ ।

ଗୋପ ବିଜେଡି ତରଫରୁ ଧର୍ମେନ୍ଦ୍ର ସାହୁଙ୍କ ଶ୍ରଦ୍ଧାଞ୍ଜଳୀ ସଭା, ଯୋଗଦେଲେ ସମୀର ଦାସ

ଆଜି ପୁରୀ ଜିଲ୍ଲା ଗୋପ ବ୍ଲକ ବିଜେଡି ତରଫରୁ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଏକ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଥିଲା । ଏଥିରେ ବହୁ ଦଳୀୟ କର୍ମୀଙ୍କ ସମେତ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ମଧ୍ୟ ଯୋଗ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି, "ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ମୁଁ ଅତ୍ୟନ୍ତ ମର୍ମାହତ । ଗୋପ ନିମାପଡା ବିଜେଡି ପରିବାରର ଜଣେ ପ୍ରିୟ ବ୍ୟକ୍ତିକୁ ହରାଇଛୁ । ଧର୍ମେନ୍ଦ୍ର ସାହୁଙ୍କ ଆତ୍ମାର ସେ ସଦଗତି କାମନା କରୁଛୁ । ମୋ ବିରୋଧରେ ଉଠୁଥିବା ଗୁଜବ ନେଇ ପୂର୍ବରୁ ମତ ରଖିଛି । ଧର୍ମେନ୍ଦ୍ରଙ୍କ ପରିବାର ପକ୍ଷରୁ ଯଦି କୌଣସ ଅଭିଯୋଗ ଆସିଥାନ୍ତା ତେବେ କିଛି କହିଥାନ୍ତି ।" ତେବେ ସମୟ ଆସିଲେ ମତ ରଖିବେ ବୋଲି ମନ୍ତ୍ରୀ ସମୀର ଦାସ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.