ବିଭିନ୍ନ ଶକ୍ତିପୀଠରେ ଚାଲିଛି ମହାସପ୍ତମୀ ପୂଜା, ଦେବୀ କାକୁଡିଖାଇଙ୍କ ଦର୍ଶନ ପାଇଁ ଛୁଟୁଛି ଭକ୍ତଙ୍କ ସୁଅ

author img

By

Published : Oct 1, 2022, 9:54 PM IST

Updated : Oct 2, 2022, 12:25 PM IST

ବିଭିନ୍ନ ଶକ୍ତିପୀଠରେ ଚାଲିଛି ମହାସପ୍ତମୀ ପୂଜା, ଦେବୀ କାକୁଡିଖାଇଙ୍କ ଦର୍ଶନ ପାଇଁ ଛୁଟୁଛି ଭକ୍ତଙ୍କ ସୁଅ

ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ନୀତିକାନ୍ତି ଅନୁଯାୟୀ ପୁରୀର ବିଭିନ୍ନ ଶକ୍ତିପୀଠ ଗୁଡିକରେ ଚାଲିଛି ମହାସପ୍ତମୀ ପୂଜା । ଦେବୀ କାକୁଡିଖାଇ ମା' ବିମଳାଙ୍କ ଅଂଶ ହୋଇଥିବାରୁ ମା'ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଛି । ଅଧିକ ପଢ଼ନ୍ତୁ

ପୁରୀ: ବିଭିନ୍ନ ଶକ୍ତିପୀଠରେ ଚାଲିଛି ଶାରଦୀୟ ମହାସପ୍ତମୀ ପୂଜା । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ରର ବିଭିନ୍ନ ଶକ୍ତିପୀଠ । ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଓ ପୂଜାକୁ ଶୃଙ୍ଖଳିତ ଭାବେ ଆୟୋଜନ ପାଇଁ ପୁରୀ ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ବିଭିନ୍ନ ଶକ୍ତିପୀଠରେ ଚାଲିଛି ମହାସପ୍ତମୀ ପୂଜା

ମହାସପ୍ତମୀ ପୂଜା ପାଇଁ ଚଳଚଞ୍ଚଳ ଶକ୍ତିପୀଠ । ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା' ବିମଳାଙ୍କ ନୀତିକାନ୍ତି ଅନୁଯାୟୀ ପୁରୀର ବିଭିନ୍ନ ଶକ୍ତିପୀଠ ଗୁଡିକରେ ମହାସପ୍ତମୀ ବେଶ୍ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି । ପରମ୍ପରା ଅନୁଯାୟୀ ମହାସପ୍ତମୀ ପୂଜାରେ ଶ୍ରୀମନ୍ଦିର ନିକଟରେ ଥିବା ମା' କାକୁଡିଖାଇଙ୍କର ବିଲ୍ୱବରଣ ନୀତି ସହ ପାଣିତୋଳା, ଚକ୍ଷୁଦାନ, ଶୀତଳ ଭୋଗ, ଚଣ୍ଡୀ ପୂଜା, ଶଙ୍ଖୁଡି ଭୋଗ ଆଦି ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଦେବୀ କାକୁଡିଖାଇ ମା' ବିମଳାଙ୍କ ଅଂଶ ହୋଇଥିବାରୁ ମା'ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଛି । ଷୋଡ଼ଶ ଉପଚାର ପୂଜା ସମୟରେ ମା' ବିମଳାଙ୍କୁ ମହିଳାମାନେ ଦର୍ଶନ କରିବା ନିଷିଦ୍ଧ ଥିବାବେଳେ ମା' କାକୁଡିଖାଇଙ୍କୁ ଦର୍ଶନ କରୁଛନ୍ତି ମହିଳା ଶ୍ରଦ୍ଧାଳୁ । ବିଶ୍ବାସ ରହିଛି ଏହି ଶାରଦୀୟ ଦୁର୍ଗା ପୂଜା ସମୟରେ ଭକ୍ତମାନେ ମା' କାକୁଡିଖାଇଙ୍କୁ ନିଷ୍ଠାର ସହ ପୂଜା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ସେପଟେ ଶ୍ରୀମନ୍ଦିରରେ ମଧ୍ୟ ମା' ବିମଳାଙ୍କ ମନ୍ଦିରରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଥିବାରୁ ମା'ଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଛି । ତେବେ ଦୀର୍ଘ ଦୁଇବର୍ଷ ପରେ କୋଭିଡ କଟକଣା ହଟିଥିବାରୁ ଆଡମ୍ବର ସହକାରେ ଶାରଦୀୟ ଦୁର୍ଗାପୂଜା ପାଳନ କରାଯାଉଛି । ଶ୍ରୀକ୍ଷେତ୍ରର ନିଆରା ପରମ୍ପରା ଅନୁଯାୟୀ ଏଠାରେ ଦେବୀଙ୍କ ମୂର୍ତ୍ତିକୁ ଗୋଷାଣୀ ଭାବେ ପୂଜା କରାଯାଏ । ଏହି ଯାତ୍ରା ବେଶ୍ ପ୍ରସିଦ୍ଧ ହୋଇଥିବାରୁ ପୁରୀକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକଙ୍କ ଆଗମନ ହୋଇଛି । ତେଣୁ ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଓ ପୂଜାକୁ ଶୃଙ୍ଖଳିତ ଭାବେ ଆୟୋଜନ ପାଇଁ ପୁରୀ ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାସ୍ତା ଓ ପୂଜା ମଣ୍ଡପରେ ସିସିଟିଭି, ଟ୍ରାଫିକ ସୁପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ଅପରାଧିକୁ ଧରିବା ପାଇଁ ସ୍ବତନ୍ତ୍ର ପୋଲିସ ଟିମ୍ ନିୟୋଜିତ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ପୁରୀ

Last Updated :Oct 2, 2022, 12:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.