ପାଖେଇ ଆସୁଛି କୋଣାର୍କ ପ୍ରସିଦ୍ଧ ମାଘ ମେଳା, ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କଲେ ପୁରୀ ଜିଲ୍ଲାପାଳ

author img

By

Published : Jan 25, 2023, 11:01 PM IST

Magha mela preparation

କୋଣାର୍କ ପ୍ରସିଦ୍ଧ ମାଘ ମେଳାକୁ ନେଇ ଜିଲ୍ଲା ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଚଳିତ ବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିବ । ତେଣୁ ଭକ୍ତଙ୍କ ସୁବିଧା ପାଇଁ ପୁରୀ ଜିଲ୍ଲା ବ୍ୟାପକ ପ୍ରସ୍ତୁତି କରିଛି । ଅଧିକ ପଢନ୍ତୁ

Magha mela preparation

ପୁରୀ: ପାଖେଇ ଆସୁଛି କୋଣାର୍କ ପ୍ରସିଦ୍ଧ ମାଘ ମେଳା । ଏନେଇ ଜିଲ୍ଲା ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଚଳିତ ବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିବ। କୋଭିଡ କଟକଣା ନ ଥିବା ହେତୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ଆଶା କରାଯାଉଛି। ତେବେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖାଯାଇ ଭକ୍ତଙ୍କ ସୁବିଧା ପାଇଁ ପୁରୀ ଜିଲ୍ଲା ବ୍ୟାପକ ପ୍ରସ୍ତୁତି କରିଛି। ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ, ଶୌଚାଳୟ, ଆଲୋକ ବ୍ୟବସ୍ଥା , ଗମନା ଗମନ ବ୍ୟବସ୍ଥାକୁ ବ୍ୟାପକ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ତେବେ ଏହି ଅବସରରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଓ ମାଘ ମେଳା ପଡିଆରେ ହୋଇଥିବା ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି ପୁରୀ ଜିଲ୍ଲାପାଳ ଓ ଜିଲ୍ଲାର ବରିଷ୍ଠ ଅଧିକାରୀ। ଗତ ଦୁଇ ବର୍ଷ କୋଭିଡ୍ କଟକଣା ଯୋଗୁଁ ମାଘବୁଡରେ କେବଳ ସେବାୟତ, ସାଧୁସନ୍ଥ, ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହ ଜିଲ୍ଲା ପ୍ରଶାସନ କୁ ଅନୁମତି ଦିଆଯାଇଥିଲା। କିନ୍ତୁ ଚଳିତ ବର୍ଷ କୋଭିଡ୍ କଟକଣା ନ ଥିବା ରୁ ଲକ୍ଷ୍ୟାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବମୋଟ 30 ପ୍ଲାଟୁନ ଫୋର୍ସ ,30 ଜଣ DSP ,100 ଜଣ iic ସହ ପୁରୀ ଆରକ୍ଷୀ ଅଧିକାରୀ ଉପସ୍ଥିତ ରହିବେ । ଶ୍ରଦ୍ଧାଳୁ ମାନେ କିପରି ଭୁବନେଶ୍ୱର ରୁ ବାହାରି ହେଲିପ୍ୟାଡରେ ସମସ୍ତ ଗାଡି ରଖି ସେଠାରୁ ଚାଲିଚାଲି ଚନ୍ଦ୍ରଭାଗା ପୁଷ୍କରିଣୀ ଯାଇ ବୁଡ ପକାଇ ପାରିବେ ସେ ନେଇ ବ୍ୟବସ୍ଥା ହୋଇଛି। ସେହିପରି ପୁରୀ ରୁ ଆସୁଥିବା ଗାଡି ଗୁଡିକୁ ରାମଚଣ୍ଡୀ ଠାରେ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି।

ତିନି ଠାକୁରଙ୍କ ବିମାନ ବିଜେ 27 ତାରିଖ ୮ଟା୩୦ ଠାରୁ ଆରମ୍ଭ ହେବ। କୋଣାର୍କ NAC ରେ ୧୧ଟା ୩୦ରେ ଭୋଗ ଖାଇବା ପରେ ଚନ୍ଦ୍ରଭାଗା ପୂଜା ମଣ୍ଡପ ୨ଟା ୪୫ରେ ପହଞ୍ଚି ତୀର୍ଥ ପୁଷ୍କରିଣୀରେ ୩ଟା ୪୫ରେ ଗାଧେଇବେ। ପରେ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ୪ଟା୧୫ ରେ ପୁଷ୍କରିଣୀ ରେ ଗାଧୋଇବା ପାଇଁ ସୁଯୋଗ ମିଳିବାର କାର୍ଯ୍ୟକ୍ରମ ରହିଛି। ଯେପରି କୌଣସି ଅଘଟଣ ନ ହୁଏ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

ଏହି ପ୍ରସିଦ୍ଧ ମାଘ ବୁଡ଼ ପାଇଁ ଓଡିଶା ର କୋଣ ଅନୁକୋଣ ରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ନିକଟକୁ ଆସିବା ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ପରମ୍ପରା ଅନୁଯାୟୀ, ଶ୍ରଦ୍ଧାଳୁ ମାନେ ଆସନ୍ତା ୨୭ ତାରିଖ ରାତ୍ରରେ ମାଟି ହାଣ୍ଡି ରେ ସୁକୁଆ ଡାଲମା ରୋଷେଇ କରି ଖାଇବା ପାଇଁ ସେମାନଙ୍କ ପାଇଁ ଚାଉଳ, ଡାଲି,କାଠ,କିରୋସିନି କିପରି ସୁଲଭ ମୂଲ୍ୟରେ ପାଇବେ ସରକାରୀ ଦେକାନ ମଧ୍ୟ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଛନ୍ତି। ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିର, ନବଗ୍ରହ ପିଠକୁ ଯିବା ପାଇଁ ଡାକବଙ୍ଗଳା ଛକରେ ପ୍ରବେଶ କରିବା ସହ ନବଗ୍ରହ ଗେଟ୍ ରେ ପ୍ରସ୍ତାନ ପାଇଁ ଧାର୍ଯ୍ୟ କରାଯାଇଛି।

ଆସନ୍ତା ୨୭ ଓ ୨୮ ତାରିଖ ଦୁଇଦିନ ଧରି ସମସ୍ତ ଅବକାରୀ ଦୋକାନ ବନ୍ଦ ରହିବା ସହ ସବୁ ସ୍ଥାନରେ ଚେକିଙ୍ଗ କରିବାକୁ ପୋଲିସ ବିଭାଗ ଓ ଅବକାରୀ ବିଭାଗ ଦାଇତ୍ଵ ନେଇଛନ୍ତି। ଶାନ୍ତି ଶୃଙ୍ଖଳାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଭକ୍ତ ମାଘ ମେଳାରେ ଚନ୍ଦ୍ରଭାଗା ପିଠରେ କିପରି ବୁଡ ପକାଇ ଫେରିବେ ସେ ନେଇ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି। ତେବେ ମାଘ ମେଳା କୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମାନଙ୍କୁ ପ୍ରଶାସନ ସମସ୍ତ ନିୟମ ମାନିବାକୁ ଅନୁରୋଧ କରିଛି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.