Konark Dance Festival : ଡିସେମ୍ବର 1 ରୁ ଆରମ୍ଭ ହେବ କୋଣାର୍କ ମହୋତ୍ସବ

author img

By

Published : Nov 19, 2022, 10:22 PM IST

Konark Dance Festival : ଡିସେମ୍ବର 1 ରୁ ଆରମ୍ଭ ହେବ କୋଣାର୍କ ମହୋତ୍ସବ

ଘୁଙ୍ଗୁରର ତାଳେ ତାଳେ କମ୍ପିବ କୋଣାର୍କ ମୁକ୍ତାକାଶ ରଙ୍ଗ ମଞ୍ଚ । ପୁଣି ଥରେ ଲୋକ କଳା ଲୋକ ସଂସ୍କୃତି ଦେଖିବ ସାରା ବିଶ୍ବ । ଓଡିଶୀ ନୃତ୍ୟରେ ଝୁମିବେ ରାଜ୍ୟବାସୀ । ଡିସେମ୍ବର 1ରୁ ଆରମ୍ଭ ହେଉଛି କୋଣାର୍କ ମହୋତ୍ସବ (Konark Dance Festival )। ଅଧିକ ପଢନ୍ତୁ

ପୁରୀ: ଘୁଙ୍ଗୁରର ତାଳେ ତାଳେ କମ୍ପିବ କୋଣାର୍କ ମୁକ୍ତାକାଶ ରଙ୍ଗ ମଞ୍ଚ । ପୁଣି ଥରେ ଲୋକ କଳା ଲୋକ ସଂସ୍କୃତି ଦେଖିବ ସାରା ବିଶ୍ବ । ଓଡ଼ିଶୀ ନୃତ୍ୟରେ ଝୁମିବେ ରାଜ୍ୟବାସୀ । ଡିସେମ୍ବର 1ରୁ ଆରମ୍ଭ ହେବ କୋଣାର୍କ ମହୋତ୍ସବ (Konark Dance Festival ) ।

Konark Dance Festival : ଡିସେମ୍ବର 1 ରୁ ଆରମ୍ଭ ହେବ କୋଣାର୍କ ମହୋତ୍ସବ

ଶାସ୍ତ୍ରୀୟ ସଙ୍ଗୀତ ଓ ବାଦ୍ୟରେ ବିଭୋର ହେବେ ଦର୍ଶକ । କୋଭିଡ କଟକଣା ହଟିବା ପରେ ପୁଣି ଚଳଚଞ୍ଚଳ ହେବ କୋଣାର୍କ ମହୋତ୍ସବ । ଆର୍ନ୍ତଜାତିକ ବାଲୁକା କଳା ଉତ୍ସବ । ଆସନ୍ତା ଡିସେମ୍ବର ୧ ତାରିଖଠାରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଆୟୋଜନ ପାଇଁ ପର୍ଯ୍ୟଟନ ବିଭାଗ ନିଷ୍ପତି ନେଇଛି ।

ଏହାବି ପଢନ୍ତୁ- ପୁରୀ ବିଜେଡିରେ ଫାଟ, ସଞ୍ଜୟଙ୍କ ପରେ ମହେଶ୍ବରଙ୍କ ତେରେଚ୍ଛା ବାଣକୁ ନେଇ ଚର୍ଚ୍ଚା

ଆଜି ଏନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କୋଣାର୍କ ଯାତ୍ରୀ ନିବାସରେ କୋଣାର୍କ ମହୋତ୍ସବ ଓ ଆର୍ନ୍ତଜାତିକ ବାଲୁକା ମହୋତ୍ସବ ୨୦୨୨ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ମନ୍ତ୍ରୀ ଅଶ୍ବିନୀ ପାତ୍ର, ଓଟିଡିସିର ଯୁଗ୍ମ ନିର୍ଦ୍ଦେଶକ ବିଶ୍ଵଜିତ ରାଉତରାୟ, ସଂଗୀତ ନାଟକ ଏକାଡେମୀ ଅଧ୍ୟକ୍ଷା ଅରୁଣା ମହାନ୍ତି , ଆର୍ନ୍ତଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଉପଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

ଏହାବି ପଢନ୍ତୁ- UK PM Sunak in Kyiv: ଜେଲେନସ୍କିଙ୍କୁ ସାକ୍ଷାତ କଲେ ସୁନକ

ଏହି ପାଞ୍ଚ ଦିନ ମଧ୍ୟରେ ଓଡିଶୀ, ଭାରତ ନାଟ୍ୟମ ଓ ଶାସ୍ତ୍ରୀୟ ସଙ୍ଗୀତର ର ନାମିଦାମୀ କଳାକାର ଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯିବ। ତା ସହିତ ବିଭିନ୍ନ ଦେଶରୁ ଆସିଥିବା ବାଲୁକା କଳାକାରଙ୍କୁ ନେଇ ବାଲୁକା ଚିତ୍ର କଳା ଚନ୍ଦ୍ରଭାଗାରେ ପ୍ରଦର୍ଶନ ହେବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.