ଲଘୁଚାପ ବର୍ଷା ପରର ପ୍ରଭାବ, ଭାସୁଛି ପୁରୀର ତିନି ପ୍ରମୁଖ ବ୍ଲକ

author img

By

Published : Sep 19, 2021, 10:48 AM IST

ଲଘୁଚାପ ବର୍ଷାର ପ୍ରଭାବ; ଭାସୁଛି କଣାସ ,ଗୋପ ସହ କାକଟପୁର

ଲଘୁଚାପ ବର୍ଷା ପରର ପ୍ରଭାବ । ପୁରୀ ଜିଲ୍ଲାର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜମମଗ୍ନ । ଗୋପ ,କାକଟପୁର ଓ କଣାସ ଅଞ୍ଚଳ ବାସିନ୍ଦା ପ୍ରଭାବିତ । ଅଧିକ ପଢନ୍ତୁ...

ପୁରୀ: ମହାନଦୀରେ ଜଳସ୍ତର ବଢିବା ପରେ ଏହାର ଶାଖା ନଦୀରେ ପ୍ରଭାବ ଦେଖିବାକୁ ମିଳିଛି । ବିଶେଷ କରି ତଳିଆ ଅଞ୍ଚଳ ଭାବେ ପୁରୀ ଜିଲ୍ଲାର ଗୋପ, କାକଟପୁର ଓ କଣାସ ଅଞ୍ଚଳ ବାସିନ୍ଦା ପ୍ରଭାବିତ ହୋଇଛନ୍ତି। ଗତ କିଛିଦିନ ତଳେ ପ୍ରବଳ ଲଘୁଚାପ ବର୍ଷା ଯୋଗୁଁ ଠିକ ବର୍ଷା ଜଳ ନିଷ୍କାସନ ହୋଇ ପାରି ନ ଥିଲା । ବିଶେଷ କରି ନଦୀ ଓ ନାଳ ପାଣିରେ ଭର୍ତି ଥିବା ଯୋଗୁଁ ବର୍ଷା ଜଳ ନିଷ୍କାସନ ହୋଇ ପାରିନାହିଁ। ଫଳରେ ପୁରୀ ଜିଲ୍ଲାରେ ବନ୍ୟା ସ୍ଥିତି ଦେଖାଦେଇଛି ।

ଲଘୁଚାପ ବର୍ଷାର ପ୍ରଭାବ; ଭାସୁଛି କଣାସ ,ଗୋପ ସହ କାକଟପୁର

ଜିଲ୍ଲାର ଲୁଣା, ରତ୍ନଚିରା, ଦୟା, ଭାର୍ଗବୀ ଓ କୁଶଭଦ୍ରାରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଯୋଗୁଁ ଗୋପ, କଣାସ, କାକଟପୁର ଆଦି ବ୍ଳକର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଦାଣ୍ଡ ଦୁଆରେ କେଉଁଠି ଅଣ୍ଟାଏ ଉଚ୍ଚର ପାଣି ଚାଲୁଚି ତ ଆଉ କେଉଁଠି 4 ଫୁଟର ପାଣି ଚାଲିଛି। କେତେକ ସ୍ଥାନରେ ପ୍ରଶାସନ ପହଞ୍ଚି ସାହାଯ୍ୟ ଯୋଗାଇ ଥିବା ବେଳେ କେତେକ ସ୍ଥାନରେ ପ୍ରଶାସନ ପହଞ୍ଚି ନ ଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ବନ୍ୟା ବିପନ୍ନଙ୍କ ମଧ୍ୟରେ ତୀଵ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ପୁରୀ ଜିଲ୍ଲା କଣାସ ଅଞ୍ଚଳର ଦୋକନ୍ଦା ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇଛି। ଲୋକଙ୍କ ଘରେ ପାଣି ପଶିଯାଇଛି। ଦୟା ନଦୀରେ ମହାନଦୀର ଜଳ ପ୍ରବାହ ହେଉଥିବା ଯୋଗୁଁ ଏଭଳି ସ୍ଥିତି ହୋଇଥିବା ଜଣାପଡିଛି।

ସେହିପରି ଗୋପ ବ୍ଳକର ବିରତୁଙ୍ଗ, ମହଲପଡା , ନୂଆଗାଁ ପଞ୍ଚାୟତରେ ବନ୍ୟା ସ୍ଥିତି ଦେଖାଦେଇଛି। କୁଶଭଦ୍ରାରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରିବାରୁ ଏହି ସବୁ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି । ଫଳରେ ଲୋକମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଅନ୍ୟପଟେ ସତ୍ୟବାଦୀ ବ୍ଳକର ମଧୁବନ ପଞ୍ଚୟତରେ ମଧ୍ୟ ଲଘୁଚାପ ପରବର୍ତ୍ତୀ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଜମିରେ ଜଳ ଜମି ରହିଛି। ଫଳରେ ଫସଲ କରିଥିବା ଅନେକ ଚାଷୀ ଅନେକ କ୍ଷତି ସହିଛନ୍ତି। ତୁରନ୍ତ ପ୍ରଶାସନ ତଦାରଖ କରି ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.