ମହାପ୍ରଭୁଙ୍କୁ ଦର୍ଶନ କଲେ ହରଭଜନ ସିଂ

author img

By

Published : Sep 29, 2022, 7:08 AM IST

ମହାପ୍ରଭୁଙ୍କୁ ଦର୍ଶନ କଲେ ହରଭଜନ ସିଂ

ମହାପ୍ରଭୁଙ୍କୁ ଦର୍ଶନ କଲେ ପୂର୍ବତନ କ୍ରିକେଟର ହରଭଜନ ସିଂ । ଏହି ଭାରତୀୟ ପୂର୍ବତନ କ୍ରିକେଟର ଲିଜେଣ୍ଡ୍ସ ଲିଗ ଖେଳିବା ପାଇଁ ଓଡିଶା ଆସିଛନ୍ତି । ଅଧିକ ପଢନ୍ତୁ

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କଲେ ପୂର୍ବତନ କ୍ରିକେଟର ହରଭଜନ ସିଂ ( Harbhajan Singh visits Puri sri mandir Temple )। ବୁଧବାର ଅପରାହ୍ନରେ ହରଭଜନ ସିଂ ପୁରୀ ଗସ୍ତରେ ଆସିଥିଲେ । ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ଏହି ପୂର୍ବତନ ଭାରତୀୟ ସ୍ପିନର । ଏଥିସହ ମା’ ବିମଳା ଓ ମହାଲକ୍ଷ୍ମୀଙ୍କ ସହ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ ମଧ୍ୟ କରିଛନ୍ତି ।

ମହାପ୍ରଭୁଙ୍କୁ ଦର୍ଶନ କଲେ ହରଭଜନ ସିଂ

ଏହି ଭାରତୀୟ ପୂର୍ବତନ କ୍ରିକେଟର ଲିଜେଣ୍ଡ୍ସ ଲିଗ ଖେଳିବା ପାଇଁ ଓଡିଶା ଆସିଛନ୍ତି । କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯାଉଛି ଲିଜେଣ୍ଡ୍ସ ଲିଗ କ୍ରିକେଟ ମ୍ୟାଚ । ହରଭଜନ ସିଂ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବା ଏବଂ ବରିଷ୍ଠ କ୍ରିକେଟର ମାନଙ୍କୁ ନେଇ ଖେଳାଯାଉଛି ଏହି ଲିଜେଣ୍ଡ୍ସ ଲିଗ କ୍ରିକେଟ ମ୍ୟାଚ । ଲିଜେଣ୍ଡ୍ସ ଲିଗ କ୍ରିକେଟ ମ୍ୟାଚରେ ହରଭଜନ ସିଂ ମଣିପାଲ ଟାଇଗର୍ସ ତରଫରୁ ନେତୃତ୍ବ ନେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.