ଶ୍ରୀମନ୍ଦିର ମୁକ୍ତିମଣ୍ଡପ ବ୍ରାହ୍ମଣ ସଭାରେ ଅଧିକ ଗାଁ ସାମିଲକୁ ବିରୋଧ, ଥାନାରେ ଏତଲା

author img

By

Published : Dec 4, 2022, 10:13 AM IST

ଶ୍ରୀମନ୍ଦିର ମୁକ୍ତିମଣ୍ଡପ ବ୍ରାହ୍ମଣ ସଭାରେ ଅଧିକ ଗାଁ ସାମିଲ ନେଇ ବିରୋଧ, ଥାନାରେ ଏତଲା

ଶ୍ରୀମନ୍ଦିର ମୁକ୍ତିମଣ୍ଡପ ବ୍ରାହ୍ମଣ ସଭାରେ ଅଧିକ ଗାଁ ସାମିଲ କରିବା ପ୍ରସଙ୍ଗକୁ ନେଇ ବିରୋଧ । ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ

ପୁରୀ: ଶ୍ରୀମନ୍ଦିର ମୁକ୍ତିମଣ୍ଡପ ବ୍ରାହ୍ମଣ ସଭାରେ ଅଧିକା ୫ଟି ଗାଁକୁ ସାମିଲ କରିବା ପ୍ରସଙ୍ଗକୁ ନେଇ ବିରୋଧ (Mukti Mandap Controversy)। ବେଆଇନ ଭାବେ ସରକାରୀ ଦସ୍ତାବିଜ କରିଥିବା ଶ୍ରୀମନ୍ଦିର ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ସିଂହଦ୍ବାରରେ ଥାନାରେ ଦିଆଗଲା ଏତଲା । ଷଡ଼ଯନ୍ତ୍ରରେ ସାମିଲ କର୍ମଚାରୀ, ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ଦାବି କରାଯାଇଛି ।

ଏହା ବି ପଢନ୍ତୁ- ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ, ସୁରକ୍ଷା ନେଇ ପ୍ରଶ୍ନବାଚୀ

ଶ୍ରୀମନ୍ଦିର ଶ୍ବତ ଲିପିରେ ମୁକ୍ତି ମଣ୍ଡପ ସଭାରେ ୨୪ଟି ଗାଁକୁ ସାମିଲ କରାଯାଇଥିବାବେଳେ ଆଉ ଅଧିକା ୫ଟି ଗାଁକୁ ସାମିଲ କରାଯାଇଛି । ଯାହାକୁ ନେଇ ୧୯୯୨ରୁ ମାମଲା ବିଚାରଧୀନ ରହିଛି । ଏବଂ ସରକାର ଓ ପ୍ରଶାସନ ନିଜର ପକ୍ଷ ରଖିଆସୁଛନ୍ତି । ମାତ୍ର ଷଡ଼ଯନ୍ତ୍ର ପୂର୍ବକ ୫ଟି ଗାଁକୁ ସାମିଲ କରିବାକୁ କଳ, ବଳ, କୌଶଳ ପ୍ରୟୋଗ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ମୁକ୍ତି ମଣ୍ଡପ ବ୍ରାହ୍ମଣ ସୂର୍ଯ୍ୟନାରାୟଣ ରଥ । ଏକ ନକଲି ଗେଜେଟ୍ ପ୍ରସ୍ତୁତ କରାଯାଇଥିବା ରଥ ଅଭିଯୋଗ କରିଛନ୍ତି । ଏହି ନକଲି ଗେଜେଟକୁ ଦର୍ଶାଇ ୨୪ ପରିବର୍ତ୍ତେ ୨୯ ଗାଁକୁ ମୁକ୍ତିମଣ୍ଡପରେ ସାମିଲ କରିବାକୁ ଷଡ଼ଯନ୍ତ୍ର ହୋଇଥିବା ବେଳେ ଆଇନ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.