ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ବାତିଲ

author img

By

Published : Oct 13, 2021, 2:49 PM IST

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ବାତିଲ

ବାତିଲ ହେଲା ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ । ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କ ସୂଚନା ଅନୁସାରେ ଏକ ଲଘୁଚାପ କ୍ଷେତ୍ର ଯାହାକି ବାତ୍ୟାର ରୂପ ନେବାର ଆଶଙ୍କା ରହିଛି l ଯାହାକୁ ଦୃଷ୍ଟିରେ ରଖି 18 ତାରିଖ କାର୍ଯ୍ୟକ୍ରମକୁ ସ୍ଥଗିତ କରାଯାଇଛି। ଅଧିକ ପଢନ୍ତୁ...

ପୁରୀ: ବାତିଲ ହେଲା ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ । ଅକ୍ଟୋବର ୧୮ ତାରିଖରେେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭୂମିପୂଜା କରିବା ନେଇ ନିର୍ଦ୍ଧାରିତ ହୋଇଥିଲା। ତେବେ ଏହାକୁ ବାତିଲ କରାଯାଇଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କ ସୂଚନା ଅନୁସାରେ ଏକ ଲଘୁଚାପ କ୍ଷେତ୍ର ଯାହାକି ବାତ୍ୟାର ରୂପ ନେବାର ଆଶଙ୍କା କରାଯିବା ସହ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି l ଏହାକୁ ଦୃଷ୍ଟିରେ ରଖି 18 ତାରିଖ କାର୍ଯ୍ୟକ୍ରମକୁ ସ୍ଥଗିତ କରାଯାଇଛି। ପରବର୍ତ୍ତୀ ସମୟରେ ତାରିଖ ସ୍ଥିର ହୋଇ କାର୍ଯ୍ୟକ୍ରମ ଅୟୋଜନ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.